କେନ୍ଦ୍ରାପଡ଼ା ଲୋକସଭା ଆସନରେ ଉପନିର୍ବାଚନ ପାଇଁ କୋର୍ଟରେ ମାମଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 4, 2018

କେନ୍ଦ୍ରାପଡ଼ା ଲୋକସଭା ଆସନରେ ଉପନିର୍ବାଚନ ପାଇଁ କୋର୍ଟରେ ମାମଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):ସାଂସଦ ପଦରୁ ବୈଜୟନ୍ତ ପଣ୍ଡା ଇସ୍ତଫା ଦେବାପରେ କେନ୍ଦ୍ରାପଡ଼ା ଲୋକସଭା ଆସନରେ ଉପନିର୍ବାଚନ କରିବା ପାଇଁ ଦିଲ୍ଲୀ ହାଇକୋର୍ଟରେ ମାମଲା ରୁଜୁ ହୋଇଛି । ସମରେନ୍ଦ୍ର ବେଉରା ନାମକ ଜଣେ ବ୍ୟକ୍ତିଙ୍କ ପିଟିସନ ଉପରେ ଦିଲ୍ଲୀ ହାଇକୋର୍ଟ ଏହି ମାମଲାରେ ଲୋକସଭା ବାଚସ୍ପତି ଓ ଅନ୍ୟମାନଙ୍କୁ ନୋଟିସ୍ ଜାରି କରିଛନ୍ତି।

ଆସନ୍ତା ଅକ୍ଟୋବର ୧୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନମଣ୍ଡଳୀରେ ଉପନିର୍ବାଚନ ପାଇଁ ଦିଲ୍ଲୀ ହାଇକୋର୍ଟରେ ଅଗଷ୍ଟ ୨୯ତାରିଖରେ ଶ୍ରୀ ବେଉରା ନିଜ ଓକିଲ ସୁଦର୍ଶନ ମେନନଙ୍କ ମାଧ୍ୟମରେ ପିଟିସନ ଦାଏର କରି ଲୋକସଭା ବାଚସ୍ପତି ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରିଛନ୍ତି।କୋର୍ଟ ତାଙ୍କର ପିଟିସନକୁ ବିଚାରକୁ ନେଇ ଲୋକସଭା ବାଚସ୍ପତି, ନିର୍ବାଚନ କମିଶନ ଓ ଭାରତ ସରକାରଙ୍କ ସ୍ୱରାଷ୍ଟ୍ର ସଚିବଙ୍କୁ ସେମାନଙ୍କ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଶ୍ରୀ ବେଉରା କୋର୍ଟରେ ଦାଖଲ କରିଥିବା ତାଙ୍କ ପିଟିସନ(ଡବ୍ଲ୍ୟୁପିସି-୯୨୭୪/୨୦୧୮)ରେ ଦର୍ଶାଇଛନ୍ତି ଯେ ଗତ ମେ’ ୨୮ ତାରିଖରେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ନିଜଆଡୁ ତାଙ୍କ ଦଳ ବିଜେଡିରୁ ଇସ୍ତଫା ଦେଇଥିଲେ। ମାତ୍ର ସାଂସଦ ପଦରୁ ସେ ଜୁନ୍ ୧୨ତାରିଖରେ ଇସ୍ତଫା ଦେଇଥିଲେ। ଲୋକସଭା ବାଚସ୍ପତି ତାଙ୍କର ଇସ୍ତଫାକୁ ଜୁଲାଇ ୧୮ତାରିଖରେ ଗ୍ରହଣ କରିଥିଲେ।

ଖାଲି ହେଉଥିବା ଆସନରେ ୬ମାସ ମଧ୍ୟରେ ସାନି ନିର୍ବାଚନ ହେବାର ନିୟମ ରହିଛି। ଲୋକସଭାର କାର୍ଯ୍ୟକାଳ ୨୦୧୯ ମେ’ ମାସରେ ସରୁଥିବାରୁ ଲୋକ ପ୍ରତିନିଧି ଆଇନ-୧୯୫୧ର ଧାରା ୧୫୧(କ) ଅନୁଯାୟୀ କେନ୍ଦ୍ରାପଡ଼ା ଆସନରେ ସାନି ନିର୍ବାଚନ ହେବା ଜରୁରୀ।

ଶ୍ରୀ ବେଉରା ଯୁକ୍ତି ବାଢ଼ିଛନ୍ତି ଯେ, ଯେହେତୁ ସାଂସଦ ଶ୍ରୀ ପଣ୍ଡା ନିଜ ଆଡ଼ୁ ବିଜେଡିରୁ ମେ’ ୨୮ତାରିଖରେ ଇସ୍ତଫା ଦେଇଥିଲେ ତେଣୁ ସେହିଦିନଠୁ ତାଙ୍କର ଇସ୍ତଫାକୁ ଗଣନା କରାଯାଇ ୬ମାସ ମଧ୍ୟରେ ଉପନିର୍ବାଚନ କରାଯାଉ। ନଭେମ୍ବର ୨୭ ତାରିଖରେ ଏହି ୬ମାସ ପୂରଣ ହେଉଥିବାରୁ ପ୍ରଚଳିତ ଆଇନ ଅନୁସାରେ ନଭେମ୍ବର ୧୧ ତାରିଖ ପୂର୍ବରୁ କେନ୍ଦ୍ରାପଡ଼ା ଲୋକସଭା ଆସନରେ ନିର୍ବାଚନ କରିବା ପାଇଁ ଶ୍ରୀ ବେଉରା ତାଙ୍କ ପିଟିସନରେ ପ୍ରାର୍ଥନା କରିଛନ୍ତି।



from Odisha Reporter https://ift.tt/2CfDmjK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages