ବିଧାୟକ କହିଲେ- ଝିଅ ରାଜି ନ ହେଲେ ଆମେ ଉଠାଇ ଆଣିବୁ… ମୋ ନମ୍ବର ନିଅ… ମତେ ଦେଖା କରିବ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 4, 2018

ବିଧାୟକ କହିଲେ- ଝିଅ ରାଜି ନ ହେଲେ ଆମେ ଉଠାଇ ଆଣିବୁ… ମୋ ନମ୍ବର ନିଅ… ମତେ ଦେଖା କରିବ…

ନୂଆଦିଲ୍ଲୀ: ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ଏବେ ନେତାମାନେ ଯେକୌଣସି ସ୍ତରକୁ ଖସି ଯାଉଛନ୍ତି। ଏହାର ସଦ୍ୟତମ ଉଦାହରଣ ସୃଷ୍ଟି କରିଛନ୍ତି ମହାରାଷ୍ଟ୍ରର ଜଣେ ବିଜେପି ବିଧାୟକ।

ଯୁବଗୋଷ୍ଠୀଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ଉଦ୍ୟମ କରି, ଅଡ଼ୁଆରେ ପଡ଼ିଛନ୍ତି ମହାରାଷ୍ଟ୍ରରେ କ୍ଷମତାସୀନ ବିଜେପିର ଜଣେ ବିଧାୟକ। ତାଙ୍କ ନାଁ ରାମ୍‌ କଦମ୍‌। ମୁମ୍ବାଇରେ ଆୟୋଜିତ ଏକ ସାଧାରଣ ସଭାରେ ରାମ୍‌ କଦମ୍‌ ଯୁବକମାନଙ୍କ ଉଦ୍ଦେଶ୍ୟରେ କହିଥିଲେ, ପ୍ରେମିକମାନଙ୍କ ପାଇଁ ଆମେ ଝିଅମାନଙ୍କୁ ଅପହରଣ କରିବାକୁ ପ୍ରସ୍ତୁତ। ତାଙ୍କର ଏହି ଖୋଲା ମନ୍ତବ୍ୟକୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ସୃଷ୍ଟି ହୋଇଛି।

ବିଧାୟକ ରାମ୍‌ କଦମ୍‌ ଘାଟକୋପାରଠାରେ ଆୟୋଜିତ ଏକ ଦହିହାଣ୍ଡି କାର୍ଯ୍ୟକ୍ରମରେ ଯୋଗଦେଇ ଏପରି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି- “ଆପଣ (ଯୁବକମାନେ)ମାନେ ମୋତେ ଯେକୌଣସି କାମ ପାଇଁ ଅନାୟାସରେ ଭେଟି ପାରିବେ। ବିଶେଷ କରି ଯେଉଁ ଯୁବକମାନେ ପ୍ରେମରେ ବିଫଳ ହୋଇଛନ୍ତି, ସେମାନଙ୍କୁ ମୁଁ ସବୁ ପ୍ରକାରର ସହାୟତା କରିବାକୁ ପ୍ରସ୍ତୁତ ଅଛି। ଯୁବକମାନେ ସେମାନଙ୍କ ବାପାମା’ଙ୍କ ସହ ମୋତେ ଦେଖା କରିବାକୁ ଆସନ୍ତୁ। ମୁଁ ସେମାନଙ୍କୁ ଶତ ପ୍ରତିଶତ ସାହାଯ୍ୟ କରିବି। ସେମାନଙ୍କ ବାପା ମା’ ଯାହା କହିବେ, ମୁଁ ସେଇ ଅନୁସାରେ କାମ କରିବି। ଦରକାର ପଡ଼ିଲେ ମୁଁ ଝିଅକୁ ଅପହରଣ କରିବାକୁ ମଧ୍ୟ ପଛାଇବି ନାହିଁ। ସେମାନଙ୍କୁ ଅପହରଣ କରି ଯୁବକଙ୍କୁ ବାହା ହେବାକୁ ରାଜି କରାଇବି।”

ଏପରି କଥା କହିବା ପରେ ସଭାସ୍ଥଳରେ ଖୁବ୍ କୋଳାହଳ ହୋଇଥିଲା। ଯେହେତୁ ବିଧାୟକ ଏ କଥା କହୁଛନ୍ତି, ସମସ୍ତେ ଏହାର ମଜା ନେଇଥିଲେ। ତେବେ ବିଧାୟକ ମହାଶୟ କେବଳ ଏମିତି କହିନଥିଲେ, ଏହାପରେ ସେ ଉପସ୍ଥିତ ଯୁବକମାନଙ୍କୁ ତାଙ୍କ ମୋବାଇଲ୍‌ ନମ୍ବର ମଧ୍ୟ ଦେଇଥିଲେ। ଏହି ଘଟଣାର ଭିଡିଓ ଏବେ ସୋଶାଲ୍‌ ମଡିଆରେ ଭାଇରାଲ୍‌ ହୋଇଛି।

ଏହି ଘଟଣାକୁ ବିଜେପିର ମହାରାଷ୍ଟ୍ର ସହଯୋଗୀ ଶିବସେନା ତୀବ୍ର ସମାଲୋଚନା କରିଛି। ଦେଖନ୍ତୁ ଓ ଶୁଣନ୍ତୁ ଡ. ଜିତେନ୍ଦ୍ର ଆହ୍ୱାଦ ଟ୍ୱିଟ୍‌ କରିଥିବା ନିମ୍ନ ଭିଡିଓଟି।



from Odisha Reporter https://ift.tt/2N96Fsv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages