ଏନ୍‌କାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 11, 2018

ଏନ୍‌କାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ

ନୂଆଦିଲ୍ଲୀ: ଅଳ୍ପ କିଛି ଦିନର ନୀରବତା ପରେ ପୁଣି ଥରେ ଉପତ୍ୟାକାରେ ମୁହାଁମୁହିଁ ସୁରକ୍ଷାବଳ ଏବଂ ଆତଙ୍କବାଦୀ । ଜମ୍ମୁ ଓ କାଶ୍ମୀରର କୁପୱାଡ଼ା ଜିଲ୍ଲାରେ ଆଜି ହୋଇଥିବା ଏନ୍‌କାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। କୁପୱାଡ଼ା ଜିଲ୍ଲାର ହଦ୍‌ୱାରା ଅଞ୍ଚଳରେ ଆତଙ୍କବାଦୀ

ଲୁଚି ରହିଥିବା ନେଇ ସୁରକ୍ଷାବାହିନୀକୁ ସୂଚନା ମିଳିଥିଲା । ଏହାପରେ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲା ସେନା। ଅଞ୍ଚଳକୁ ଚାରିପଟୁ ଘେରି ଯାଇଥିଲେ ଯବାନ।  ତେବେ ତଲାସି ବେଳେ ସୁରକ୍ଷାବାହିନୀ ଉପରକୁ ଆକ୍ରମଣ କରିଥିଲେ ଆତଙ୍କବାଦୀ । ଏହା ପରେ ଆଖିବୁଜା ଗୁଳିମାଡ଼ ହୋଇଥିଲା। ଯାହାର ଜବାବ ଦେଇଥିଲେ ଯବାନ।

ଶେଷ ମୂହୁର୍ତ୍ତରେ ଆତ୍ମ ସମର୍ପଣ ପାଇଁ କହିବା ସତ୍ତ୍ୱେ ମାନି ନ ଥିଲେ ଆତଙ୍କବାଦୀ। ଏବେ ଯାଏ ମିଳିଥିବା ସୂଚନା ମୁତାବକ, ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି। ଜିଲ୍ଲାର ବିଭିନ୍ନ ପ୍ରବେଶ ପଥକୁ ସିଲ୍ କରାଯାଇଛି । ଗତ ଦୁଇ ବର୍ଷ ତଳେ ଆତଙ୍କବାଦୀ ବୁରାହନ୍‌ୱାନୀ ଏନ୍‌କାଉଣ୍ଟର ପରେ ଅପରେସନ୍ ଅଲ ଆଉଟ୍ ଆରମ୍ଭ କରିଛି ସେନା। ଏହି ଧାରାରେ ତିନି ଶହରୁ ଅଧିକ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କରାଗଲାଣି।



from Odisha Reporter https://ift.tt/2OesRPe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages