ନବୀନଙ୍କ ବିରୋଧରେ ଶାଣିତ ହେବ କି ଶାହଙ୍କ ଆକ୍ରମଣ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 23, 2018

ନବୀନଙ୍କ ବିରୋଧରେ ଶାଣିତ ହେବ କି ଶାହଙ୍କ ଆକ୍ରମଣ ?

amit-shah

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶନିବାର ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡି ସରକାରଙ୍କୁ କଢ଼ା ଭାଷାରେ ସମାଲୋଚନା କରି ଯାଇଛନ୍ତି। ତା’ର ଦୁଇ ଦିନ ପରେ ଅର୍ଥାତ ଆସନ୍ତାକାଲି ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ଏପରି ସ୍ଥିତିରେ ମୋଦିଙ୍କ ଭଳି ଅମିତ୍ ବି ରାଜ୍ୟ ସରକାର ଉପରେ ଆହୁରି ଜୋରଦାର ବର୍ଷିବେ ବୋଲି ଚର୍ଚ୍ଚା ହେଉଛି।

ଅମିତଙ୍କ ଗସ୍ତ ପୂର୍ବରୁ ଦଳର ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷା ବିଜୟା ରାହତକର୍ ଭୁବନେଶ୍ୱରରେ ପହଞ୍ଚି ନବୀନ ସରକାର ମହିଳା ବିରୋଧୀ ବୋଲି କହି କଡ଼ା ସମାଲୋଚନା କରିଛନ୍ତି।

ଅମିତ୍ ସୋମବାର ଆସି ବିଜେପି ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଯୋଗ ଦେବେ। ଏଥିପାଇଁ ପୁରୀରେ ଜୋରଦାର ପ୍ରସ୍ତୁତି ଚଳାଇଛି ଦଳ। ଭୁବନେଶ୍ୱରରୁ ପୁରୀ ଯାଏ ଛାଇ ଯାଇଛି ପୋଷ୍ଟର ବ୍ୟାନର୍। ମହିଳା ମୋର୍ଚ୍ଚାର କାର୍ଯ୍ୟକାରିଣୀ ସଦସ୍ୟମାନେ ବି ପୁରୀରେ ପହଞ୍ଚିବାରେ ଲାଗଛନ୍ତି। କାର୍ଯ୍ୟକାରିଣୀ ପୂର୍ବରୁ ଆଜି ପୁରୀରେ ଦଳ କରିଛି ଏକ ଶୋଭାଯାତ୍ରା।

ଶାହଙ୍କ ଏହି ଗସ୍ତରେ ଫୋକସ୍‌ରେ ରହିବ ମହିଳାଙ୍କ ଭୋଟ୍। ଓଡ଼ିଶାରେ ‘ମିଶନ୍ ୧୨୦’ର ସଫଳତା ପାଇଁ ମହିଳା ଭୋଟ୍ ବ୍ୟାଙ୍କକୁ ମଜଭୁତ୍ କରିବାକୁ ଶାହ ଫୁଙ୍କିବେ ମନ୍ତ୍ର।

ସେହିପରି ଆସନ୍ତାକାଲିଠାରୁ ବିଜୁ ମହିଳା ଜନତା ଦଳ ସବୁ ନିର୍ବାଚନ ମଣ୍ଡଳୀରେ ସମାବେଶ କରି କେନ୍ଦ୍ର ସରକାରଙ୍କ ବିଫଳତା ପ୍ରସଙ୍ଗ ଉଠାଇବ ବୋଲି ଜଣାପଡ଼ିଛି।

ବିଜେଡି ଓ ବିଜେପି ଭଳି କଂଗ୍ରେସ୍‌ର ନଜର ବି ମହିଳା ଭୋଟ୍ ବ୍ୟାଙ୍କ ଉପରେ ରହିଛି। ସେଥିପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ବିରୋଧରେ ମହିଳା କଂଗ୍ରେସ୍ ମଧ୍ୟ ‘ଆକ୍ରୋଶ ସମାବେଶ’ କରିବାକୁ ଯାଉଛି। ଆସନ୍ତା ୨୬ କିମ୍ବା ୨୭ରୁ ଏହା ଆରମ୍ଭ ହେବ। ପ୍ରତି ଜିଲ୍ଲାରେ ଏହି ସମାବେଶ କରିବାକୁ ଦଳ ସଜବାଜ ହେଉଛି।

ଶାହ ପୂର୍ବରୁ ରାଜ୍ୟ ବିଜେପି ନେତାଙ୍କୁ ଦେଇଥିବା ଟାସ୍କ ସଂପର୍କରେ ଆସନ୍ତାକାଲିର ଗସ୍ତ ବେଳେ ସମୀକ୍ଷା ବି କରିପାରନ୍ତି। ତେବେ ପ୍ରଧାନମନ୍ତ୍ରୀ ମୋଦି ଓ ଦଳର ରାଷ୍ଟ୍ରୀୟ ଅଧକ୍ଷ ଅମିତ ଶାହଙ୍କ ଭଳି ଦୁଇ ହେଭିୱେଟ୍‌ ନେତାଙ୍କ ଗସ୍ତରୁ ରାଜ୍ୟ ବିଜେପି କେତେ ଫଇଦା ପାଉଛି, ତା’ ଉପରେ ସମସ୍ତଙ୍କ ନଜର ରହିଛି।
ଆସିବା ପୂର୍ବରୁ ଟ୍ୱିଟ୍‌ରେ ଟାର୍ଗେଟ୍‌
ଆସନ୍ତାକାଲି ଅମିତ ଶାହ ଆସୁଥିବା ବେଳେ ଆଜି ଟ୍ୱିଟ୍‌ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ‘ଆୟୁଷ୍ମାନ ଭାରତ’ରେ ଓଡ଼ିଶା ସାମିଲ ହୋଇନଥିବାରୁ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ଶାହ।
ସେ ଏଥିରେ ଉଲ୍ଲେଖ କରିଛନ୍ତି, ମୁଖ୍ୟମନ୍ତ୍ରୀ ନିଜର ରାଜନୈତିକ ସ୍ୱାର୍ଥ ଅଥବା ବିଦ୍ୱେଷ କାରଣରୁ ଏହି ସୁବିଧାରୁ ରାଜ୍ୟବାସୀଙ୍କୁ ବଞ୍ଚିତ ରଖିବା ଦୁଃଖଦ ଓ ନିନ୍ଦନୀୟ। ରାଜ୍ୟ ସରକାରଙ୍କ ଗରିବ ବିରୋଧୀ ରାଜନୀତି ବିରୋଧରେ ବିଜେପିର କାର୍ଯ୍ୟକର୍ତ୍ତା ପ୍ରତି ଘରକୁ ଯାଇ ଲୋକଙ୍କୁ ଅଧିକାର ପାଇଁ ଜାଗ୍ରତ କରିବେ।
ଏନେଇ ବିଜେଡିର କୌଣସି ପ୍ରତିକ୍ରିୟା ମିଳିପାରିନି।



from Odisha Reporter https://ift.tt/2I8zqjL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages