ଲଢ଼ିଲେ ରାହୁଲ ଓ ପନ୍ତ, ମ୍ୟାଚ୍‌ ଜିତିଲା ଇଂଲଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 11, 2018

ଲଢ଼ିଲେ ରାହୁଲ ଓ ପନ୍ତ, ମ୍ୟାଚ୍‌ ଜିତିଲା ଇଂଲଣ୍ଡ

ଓଭାଲ୍‌: ଇଂଲଣ୍ଡର ବିଶାଳ ୪୬୪ ରନ୍‌ର ଟାର୍ଗେଟର ପିଛା କରୁଥିବା ଟିମ୍‌ ଇଣ୍ଡିଆ ଶେଷରେ ପରାସ୍ତ ହୋଇଛି। ଓପନର୍‌ କେଏଲ୍‌ ରାହୁଲ ଓ ୱିକେଟ୍‌ କିପର୍‌ ବ୍ୟାଟସ୍‌ମ୍ୟାନ୍‌ ଋଷଭ ପନ୍ତ ଲଢ଼ୁଆ ଶତକ ହାସଲ କରିଥିଲେ ହେଁ ଟିମ୍‌ ଇଣ୍ଡିଆ ମ୍ୟାଚ୍‌ ବଞ୍ଚାଇ ପାରିନାହିଁ। ଇଂଲଣ୍ଡ ୫ମ ତଥା ଅନ୍ତିମ ଟେଷ୍ଟ୍‌କୁ ୧୧୮ ରନ୍‌ରେ ଜିତି ୪-୧ରେ ସିରିଜ୍‌ ଜିତିଛି। ଏହି ବିଜୟ ସହ ଇଂଲିଶ ଟିମ୍‌ର ଓପନର୍‌ ଆଲିଷ୍ଟର୍‌ କୁକ୍‌ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ବାଏବାଏ କହିଛନ୍ତି। ବିଜୟୀ ଟିମ୍‌ ଇଂଲଣ୍ଡ ତାଙ୍କୁ ବିଦାୟ ଜଣାଇଛନ୍ତି।

ଇଂଲଣ୍ଡ ଓଭାଲ୍‌ ଟେଷ୍ଟ୍‌ ଜିତିବାକୁ ଭାରତକୁ ୪୬୪ ରନ୍‌ର ଟାର୍ଗେଟ ଦେଇଥିଲା। ଏହାକୁ ପିଛା କରିବାକୁ ଯାଇ ଟିମ୍‌ ଇଣ୍ଡିଆ ୪ର୍ଥ ଦିନରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଏକାଦା ୨ ରନ୍‌ରେ ୩ ୱିକେଟ୍‌ ହରାଇ ସଂଘର୍ଷ କରୁଥିବା ଟିମ୍‌ ଇଣ୍ଡିଆକୁ ଓପନର୍‌ କେଏଲ୍‌ ରାହୁଲ ଓ ଉପ ଅଧିନାୟକ ଅଜିଙ୍କ୍ୟ ରାହଣେ ସମ୍ଭାଳିଥିଲେ।

ଉଭୟ ୪ର୍ଥ ଦିନ ଖେଳ ଶେଷ ପର୍ଯ୍ୟନ୍ତ ଇଂଲଣ୍ଡକୁ ଆଉ କୌଣସି ୱିକେଟ୍‌ ନେବାକୁ ସୁଯୋଗ ଦେଇଥିଲେ। ୪ର୍ଥ ଦିନର ଖେଳ ଶେଷ ବେଳକୁ ଭାରତ ୩ ୱିକେଟ୍‌ ହରାଇ ୫୮ ରନ୍‌ କରିଥିଲା। ୫ ଦିନ ଖେଳ ଆରମ୍ଭରୁ ଉଭୟ ରାହଣେ ଓ ରାହୁଲ ବେଶ ଚମତ୍କାର ଢଙ୍ଗରେ ଇଂଲିଶ ବୋଲର୍‌ଙ୍କ ମୁକାବିଲା କରିଥିଲେ। ତେବେ ଦଳୀୟ ସ୍କୋର ୧୨୦ ଥିବା ବେଳେ ଅଫ୍‌ସ୍ପିନର୍‌ ମୋଇନ୍‌ ଅଲ୍ଲୀଙ୍କ ବଲ୍‌ରେ ରାହଣେ(୩୭) ଆଉଟ୍‌ ହୋଇଯାଇଥିଲେ।

ଏହାପରେ ହନୁମା ବିହାରୀ ଖାତା ଖୋଲିବା ପୂର୍ବରୁ ବେନ୍‌ ଷ୍ଟୋକ୍ସଙ୍କ ଶିକାର ହୋଇଥିଲେ। ଚା’ପାନ ବିରତି ପୂର୍ବରୁ ଟିମ୍‌ ଇଣ୍ଡିଆର୍‌ ଇନିଂସ୍‌ ଶେଷ ହୋଇଯିବ ବୋଲି ଆଶା କରାଯାଉଥିଲା। ତେବେ ୬ଷ୍ଠ ୱିକେଟ୍‌ ପାଇଁ ରାହୁଲ ଓ ପନ୍ତଙ୍କ ମଧ୍ୟରେ ଏକ ଜବରଦସ୍ତ ଭାଗିଦାରୀ ହୋଇଥିଲା।

ଉଭୟ ବେଶ ଆକ୍ରମଣାତ୍ମାକ ଢଙ୍ଗରେ ବ୍ୟାଟିଂ କରି ଭାରତୀୟ ସ୍କୋରକୁ ଆଗକୁ ନେଇଥିଲେ। ରାହୁଲ ତାଙ୍କ ଟେଷ୍ଟ କ୍ୟାରିୟର୍‌ ୫ମ ଶତକ ହାସଲ କରିଥିବା ବେଳେ ପନ୍ତ ମଧ୍ୟ ତାଙ୍କ ଟେଷ୍ଟ୍‌ କ୍ୟାରିୟର୍‌ର ପ୍ରଥମ ଶତକ ହାସଲ କରି ଇଂଲଣ୍ଡ ବୋଲର୍‌ଙ୍କୁ ନୟାନ୍ତ କରିଥିଲେ।

ଚା’ ପାନ ବିରତି ପର୍ଯ୍ୟନ୍ତ ଭାରତ ୫ ୱିକେଟ୍‌ରେ ୨୯୮ କରିପାରିଥିଲା। ଖେଳ ଶେଷ ହେବାକୁ ଆଉ ଗୋଟିଏ ଅଧିବେଶନ ଥିବା ବେଳେ ଭାରତକୁ ଜିତିବା ପାଇଁ ୧୬୬ ରନ୍‌ ଦରକାର ଥିଲା। ଲାଗୁଥିଲା ରାହୁଲ ଓ ପନ୍ତ ଭାରତକୁ ଜିତାଇ ପ୍ୟାଭିଲିୟନ୍‌ ଫେରିବେ। ଅଧିବେଶନ ଆରମ୍ଭରୁ ମଧ୍ୟ ପନ୍ତ ଛକା ମାରି ନିଜର ବିସ୍ଫୋରକ ଅନ୍ଦାଜ  ଦେଖାଇଥିଲେ।

କିନ୍ତୁ ଦଳୀୟ ସ୍କୋର ୩୨୫ ଥିବା ବେଳେ ୧୪୯ ରନ୍‌ କରିଥିବା ରାହୁଲଙ୍କୁ ଆଦିଲ ରଶିଦ୍ କ୍ଲିନ୍‌ ବୋଲ୍ଡ କରି ଦେଇଥିଲେ। ରାହୁଲ ଆଉଟ୍‌ ହେବା ପୂର୍ବରୁ ପନ୍ତଙ୍କ ସହ ମିଶି ୨୦୪ ରନ୍‌ର ଗୁରୁତ୍ୱପୂର୍ଣ୍ଣ ପାଳି ଖେଳିଥିଲେ।

ଏହି ୱିକେଟ୍‌ର ୩ ରନ୍‌ ପରେ ଆଦିଲ୍‌ ତାଙ୍କ ଦ୍ୱିତୀୟ ଶିକାର ଭାବ ପନ୍ତଙ୍କୁ ମୋଇନ୍‌ ଅଲ୍ଲୀଙ୍କ ହାତରେ କ୍ୟାଚ୍‌ ଆଉଟ୍‌ କରି ଭାରତର ବିଜୟ ରାସ୍ତାକୁ ଏକ ପ୍ରକାରର ବନ୍ଦ କରିଦେଇଥିଲେ। ପନ୍ତ ୧୧୪ ରନ୍ କରି ଆଉଟ୍ ହୋଇଥିଲେ।  ଏବେ କେବଳ ଔପଚାରିକତା ବାକିଥିଲା।

ପରେ ପ୍ରଥମ ଇନିଂସ୍‌ର ହିରୋ ରବୀନ୍ଦ୍ର ଜାଡେଜା ମାତ୍ର ୧୩ ରନ୍ କରି ଆଉଟ୍ ହୋଇଯାଇଥିଲେ। ଈଶାନ୍ତ ଶର୍ମା ୫ ରନ୍ କରି ଆଉଟ୍ ହୋଇଥିବା ବେଳେ ମହମ୍ମଦ ଶାମି ଖାତା ଖୋଲିପାରି ନଥିଲେ।

ପନ୍ତ ଆଉଟ୍ ହେବା ବେଳକୁ ଦଳୀୟ ସ୍କୋର ୩୨୮ ଥିଲା। ତା’ପରେ ଆଉ ମାତ୍ର ୧୭ ରନ୍‌ରେ ତିନିଟି ୱିକେଟ୍ ପଡ଼ିଥିଲା ଓ ଟିମ୍ ଅଲ୍‌ଆଉଟ୍ ହୋଇଯାଇଥିଲା।

ଇଂଲଣ୍ଡ ପକ୍ଷରୁ ଆଣ୍ଡରସନ୍‌ର ୩ଟି ୱିକେଟ୍‌ ନେଇଥିବା ବେଳେ ରଶିଦ୍‌ ଓ ସାମ୍ କରନ୍‌ ୨ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ବ୍ରଡ୍‌, ଷ୍ଟୋକ୍ସ ଓ ମୋଇନ୍ ଅଲ୍ଲି ଗୋଟିଏ ଲେଖାଏ  ୱିକେଟ୍‌ ନେଇଥିଲେ।

ଇଂଲଣ୍ଡ ପ୍ରଥମ ଇନିଂସ୍‌ରେ ବଟଲର୍‌ଙ୍କ ୮୯ ରନ୍‌ ସହାୟତାରେ ୩୩୨ ରନ୍‌ କରିଥିଲା। ଏହାର ଜବାବ୍‌ରେ ଟିମ୍‌ ଇଣ୍ଡିଆ ରବୀନ୍ଦ୍ର ଜାଡେଜାଙ୍କ ଲଢ଼ୁଆ ଅପରାଜିତ ୮୬ ଓ ଡେବ୍ୟୁଟାଣ୍ଟ ହନୁମା ବିହାରୀଙ୍କ ୫୬ ରନ୍‌ ସହାୟତାରେ ୨୯୨ ରନ୍‌ କରିପାରିଥିଲା। ଫଳରେ ଇଂଲଣ୍ଡ ପ୍ରଥମ ଇନିଂସ୍‌ରେ ୪୦ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ପାଇଥିଲା।

ଇଂଲଣ୍ଡ ତା’ର ଦ୍ୱିତୀୟ ଇନିଂସ୍‌ରେ ନିଜ ଅନ୍ତର୍ଜାତୀୟ କ୍ରିକେଟ୍‌ ଜୀବନର ଶେଷ ମ୍ୟାଚ୍‌ ଖେଳୁଥିବା ଆଲିଷ୍ଟର କୁକ୍‌ଙ୍କ ଶତକ ଓ ଅଧିନାୟକ ଜୋ ରୁଟ୍‌ଙ୍କ ୧୪ ତମ ଟେଷ୍ଟ୍‌ ଶତକଙ୍କୁ ଆଧାର କରି ୮ ୱିକେଟ୍‌ ହରାଇ ୪୨୩ ରନ୍‌ କରିବା ପରେ ପାଳି ଘୋଷଣା କରିଥିଲା। କୁକ୍‌ ୧୪୭ ରନ୍‌ କରିଥିବା ବେଳେ ରୁଟ୍‌ ୧୨୫ ରନ୍‌ କରିଥିଲେ।

ଭାରତ ତା’ର ଦ୍ୱିତୀୟ ଇନିଂସ୍‌ରେ ରାହୁଲଙ୍କ ୧୪୯ ଓ ପନ୍ତଙ୍କ ୧୧୪ ରନ୍‌କୁ ଆଧାର କରି ମାତ୍ର ୩୪୫ ରନ୍‌ କରିପାରିଥିଲା।

ଏହି ପରାଜୟ ସହ ଟିମ୍‌ ଇଣ୍ଡିଆ ତା’ର ଇଂଲଣ୍ଡ ଗସ୍ତ ଶେଷ କରିଛି। ଏହି ଗସ୍ତ ବେଳେ ଟିମ୍‌ ଇଣ୍ଡିଆ କେବଳ ଟି-୨୦ ସିରିଜ୍‌କୁ ୨-୧ରେ ଜିତିଥିବା ବେଳେ ଦିନିକିଆ ସିରିଜ୍‌କୁ ୧-୨ରେ ହାରିଥିଲା। ତା’ପରେ ଟେଷ୍ଟ୍‌ ସିରିଜ୍‌କୁ ୧-୪ରେ ହାରିଛି।



from Odisha Reporter https://ift.tt/2QnMpSn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages