ହାତ ଆଙ୍ଗୁଳିରୁ ଜାଣନ୍ତୁ ମହିଳାଙ୍କ ସ୍ୱଭାବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 11, 2018

ହାତ ଆଙ୍ଗୁଳିରୁ ଜାଣନ୍ତୁ ମହିଳାଙ୍କ ସ୍ୱଭାବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆପଣଙ୍କ ଶରୀରର ଅଙ୍ଗପ୍ରତ୍ୟଙ୍ଗରେ କିଛି ନା କିଛି ରହସ୍ୟ ରହିଛି। ଏହିପରି ହାତର ଆଙ୍ଗୁଠି ବ୍ୟକ୍ତିର ସ୍ୱଭାବ ଏବଂ ବ୍ୟକ୍ତିତ୍ୱ ବିଷୟରେ କହିଥାଏ। ଜୀବନରେ କର୍ମ ପ୍ରଧାନ ହେଲେ ମଧ୍ୟ ସମସ୍ତ ବ୍ୟକ୍ତି ନିଜ ଭାଗ୍ୟ ବିଷୟରେ ଜାଣିବାକୁ ସବୁବେଳେ ଉତ୍ସୁଖ ଥାଆନ୍ତି। ହେଲେ ସବୁବେଳେ ମନେ ରଖିଥିବେ କର୍ମ ଉପରେ ହିଁ ଆପଣଙ୍କ ଭବିଷ୍ୟ ନିର୍ଭର କରିଥାଏ।

ହସ୍ତରେଖା ବିଶାରଦ କୁହନ୍ତି, ଆଙ୍ଗୁଳି ଅନେକ କିଛି ଦର୍ଶାଇଥାଏ। ହାତର ଆଙ୍ଗୁଳି ଆପଣଙ୍କ ପସନ୍ଦ ଏବଂ ନାପସନ୍ଦ ବିଷୟରେ କହିଥାଏ। ଏହା ମଣିଷର ବ୍ୟକ୍ତିତ୍ୱ କେତେ ମଜବୁତ୍‌ ଏବଂ ଦୁର୍ବଳ ତାହାର ଇସାରା ମଧ୍ୟ ଦେଇଥାଏ। ତେବେ, ଆସନ୍ତୁ ଜାଣିବା ସମୁଦ୍ର ଶାସ୍ତ୍ରରେ ମହିଳାଙ୍କ ହାତର ଆଙ୍ଗୁଳି ସମ୍ୱନ୍ଧରେ କ’ଣ କୁହାଯାଇଛି। ଏହି ଆଙ୍ଗୁଳିରୁ ହିଁ ଆପଣ ମହିଳାଙ୍କର ସ୍ୱଭାବ ଜାଣିପାରିବେ।

ପତଳା ଏବଂ ଲମ୍ୱା ଆଙ୍ଗୁଳି:ପତଳା ଏବଂ ଲମ୍ୱ ଆଙ୍ଗୁଳିକୁ ସୌଭାଗ୍ୟର ପ୍ରତୀକ ବୋଲି କୁହାଯାଏ। ଏହି ପ୍ରକାର ମହିଳାଙ୍କର ଶୁକ୍ର ଗ୍ରହ ଏବଂ ହସ୍ତରେଖା ଭଲ ହୋଇଥାଏ। ଏହି ମହିଳାମାନେ ଧନଲକ୍ଷ୍ମୀ ହେବା ସହିତ ସ୍ୱାମୀର ପ୍ରେମ ପାଇଥାନ୍ତି। ଏମାନଙ୍କ ଜୀବନରେ ଧନର ଅଭାବ ରହି ନ ଥାଏ।

ଛୋଟ ଏବଂ ଅପେକ୍ଷାକୃତ ମୋଟା ଆଙ୍ଗୁଳି: ଏହି ପ୍ରକାର ଆଙ୍ଗୁଳି ଥିବା ମହିଳାଙ୍କୁ ଜୀବନରେ ଅନେକ ସଂଘର୍ଷ କରିବାକୁ ପଡ଼ିଥାଏ। ଧନ ଲାଭ କରିବାରେ ପ୍ରତିବନ୍ଧକ ସୃଷ୍ଟି ହୋଇଥାଏ। ଏମାନଙ୍କ କୁଣ୍ଡଳୀର ସପ୍ତମ ଭାଗ ଏବଂ ଶୁକ୍ର ଗ୍ରହ ଖରାପ ଥିଲେ, ଦାମ୍ପତ୍ୟ ଜୀବନରେ ମଧ୍ୟ ସମସ୍ୟା ଦେଖାଯାଇଥାଏ।

ଲମ୍ୱା ଏବଂ ମୋଟା ଆଙ୍ଗୁଳି: ଯଦି ଆଙ୍ଗୁଳି ମୋଟା ଏବଂ ଲମ୍ୱା, ତେବେ ଏହି ମହିଳାମାନେ ଭାଗ୍ୟଶାଳୀ। ଆଙ୍ଗୁଳିର ଅଗ୍ରଭାଗ ତୀକ୍ଷ୍ମ ହୋଇଥିଲେ ସେହି ମହିଳା ଧନପ୍ରାପ୍ତି କରିବା ସହିତ ସ୍ୱାମୀଙ୍କର ପ୍ରେମ ପାଇଥାନ୍ତି। ଏମାନେ ଭବିଷ୍ୟତର ଜଣେ ଭଲ ନେତା ବା ପ୍ରଶାସନିକ ଅଧିକାରୀ ହୋଇଥାନ୍ତି।

ପତଳା ଆଙ୍ଗୁଳି ଏବଂ ଅଗ୍ରଭାଗ ତୀକ୍ଷ୍ଣ:ଯେଉଁ ମହିଳାଙ୍କର ଆଙ୍ଗୁଳି ପତଳା ହେବା ସହିତ ଅଗ୍ରଭାଗ ତୀକ୍ଷ୍ଣ ହୋଇଥାଏ, ସେମାନେ ଭବିଷ୍ୟତରେ ଜଣେ ଭଲ ଲେଖିକା, ସାମ୍ୱାଦିକା ଏବଂ ଚଳଚ୍ଚିତ୍ର ଲେଖିକା ହୋଇଥାନ୍ତି। କଳାତ୍ମକ କ୍ଷେତ୍ରରେ ଏମାନେ ଉଚ୍ଚ ସ୍ତରକୁ ଯାଇଥାନ୍ତି। ଅନେତ ସଫଳତା ଅର୍ଜନ କରିବା ସହିତ ଏମାନଙ୍କ ନାମ ଇତିହାସରେ ରହିଥାଏ।

ବହୁତ ମୋଟା ଏବଂ ଚେପ୍‌ଟା ଆଙ୍ଗୁଳି: ଏହି ଆଙ୍ଗୁଳି ଥିବା ମହିଳାଙ୍କୁ ଜୀବନରେ ସଂଘର୍ଷ କରିବାକୁ ପଡିଥାଏ। ଏମାନେ ସୃଜନଶୀଳ ହୋଇଥାନ୍ତି। ବୁଝିବିଚାରି  କଥା କହିଥାନ୍ତି। ସେହିପରି ଆଙ୍ଗୁଳିର ଅଗ୍ରଭାଗ ମୋଟା ବା ଚେପ୍‌ଟା ଥିବା ମହିଳାମାନେ ରାଗି ସ୍ୱଭାବର ହେବା ସହିତ ଅତି ଶୀଘ୍ର କୌଣସି ନିଷ୍ପତି ନେଇ ପାରି ନ ଥାନ୍ତି।



from Odisha Reporter https://ift.tt/2Mon6wk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages