୬ ବର୍ଷର ଶିଶୁକୁ ଦୁଷ୍କର୍ମ କଲେ, ହତ୍ୟା ପରେ ସ୍କୁଲ ଟଏଲେଟ୍‌ରେ ଫୋପାଡ଼ି ଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 22, 2018

୬ ବର୍ଷର ଶିଶୁକୁ ଦୁଷ୍କର୍ମ କଲେ, ହତ୍ୟା ପରେ ସ୍କୁଲ ଟଏଲେଟ୍‌ରେ ଫୋପାଡ଼ି ଦେଲେ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଗୋଣ୍ଡା ଜିଲ୍ଲାରୁ ଏକ ଛାତିଥରା ଖବର ଆସିଛି। ଏକ ୬ ବର୍ଷୀୟ ଶିଶୁକନ୍ୟାକୁ ଦୁଷ୍କର୍ମ କରାଯିବା ପରେ ତାଙ୍କୁ ହତ୍ୟା କରାଯାଇଛି। ଖାଲି ସେତିକି ନୁହେଁ, ତା’ ମୃତଦେହକୁ ସ୍ଥାନୀୟ ସ୍କୁଲର ଟଏଲେଟ୍‌ରେ ଫୋପାଡି ଦୁର୍ବୃତ୍ତ ଫେରାର ହୋଇଯାଇଛି। ଏହି ଘଟଣାରେ କେତେଜଣ ସାମିଲ ଅଛନ୍ତି, ସେ ବିଷୟରେ ଜାଣିବା ପାଇଁ ପୁଲିସ୍‌ ଖୋଳତାଡ଼ ଆରମ୍ଭ କରିଛି।

ଆଜି ସକାଳେ ପୁଲିସ୍‌ ଶିଶୁ କନ୍ୟାର ଅର୍ଦ୍ଧନଗ୍ନ ମୃତଦେହ ଉଦ୍ଧାର କରିବା ପରେ ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଛି। ଗୋଣ୍ଡା ଜିଲ୍ଲାର ଏସ୍‌ପି କହିଛନ୍ତି, ଆଜି ସକାଳୁ ଶିଶୁକନ୍ୟାଟିର ମୃତଦେହକୁ ବସନ୍ତପୁର ଗାଁରେ ଥିବା ପ୍ରାଥମିକ ଶିକ୍ଷା କେନ୍ଦ୍ରର ଟଏଲେଟ୍‌ରୁ ଉଦ୍ଧାର କରାଯାଇଛି।

ଗତକାଲି ମହରମ ପାଇଁ ସ୍କୁଲ ଛୁଟିଥିବାରୁ ଆଜି ସକାଳେ ଏହା ଖୋଲିଥିଲା। ସ୍କୁଲ କର୍ତ୍ତୃପକ୍ଷ ଘଟଣା ସମ୍ପର୍କରେ ପ୍ରଥମେ ପୁଲିସ୍‌କୁ ସୂଚନା ଦେଇଥିଲେ। ପ୍ରାଥମିକ ତଦନ୍ତରୁ ଶିଶୁ କନ୍ୟାଟିକୁ ଦୁଷ୍କର୍ମ କରାଯାଇଥିବା ସନ୍ଦେହ କରାଯାଉଛି। ତଥାପି ଫରେନ୍ସିକ ଟିମ୍‌ ଦ୍ୱାରା ଘଟଣାର ଯାଞ୍ଚ କରାଯାଉଛି। ଏଥିସହ ସ୍ଥାନୀୟ ଅଞ୍ଚଳର କିଛି ଯୁବକଙ୍କୁ ଅଟକ ରଖାଯାଇ ପଚରାଉଚରା ମଧ୍ୟ କରାଯାଉଛି। ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଡଗ୍‌ ସ୍କ୍ୱାଡ୍‌ ନିୟୋଜିତ ହୋଇଥିବା ସେ କହିଛନ୍ତି।



from Odisha Reporter https://ift.tt/2OJwL2w

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages