ରସିକିଆ ବାବୁଙ୍କ ବ୍ଲୁ-ଫିଲ୍ମ ଦେଖା ନିଶା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 22, 2018

ରସିକିଆ ବାବୁଙ୍କ ବ୍ଲୁ-ଫିଲ୍ମ ଦେଖା ନିଶା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ଅତିରିକ୍ତ ସଚିବ ପାହ୍ୟାର ଜଣେ ରସିକିଆ ବାବୁଙ୍କ ‘ବ୍ଲୁ-ଫିଲ୍ମ’ ଦେଖାକୁ ନେଇ ସଚିବାଳୟରେ ଚର୍ଚ୍ଚା।

ଶୁଣିବାକୁ ମିଳୁଛି, ଏହି ବାବୁ କୁଆଡ଼େ ଅଫିସ୍ ଚାଲିଥିବାବେଳେ ପର୍ଣ୍ଣ ଫିଲ୍ମ ଦେଖିବାକୁ ଭାରି ବ୍ୟସ୍ତ ହୋଇପଡ଼ୁଛନ୍ତି। ନିଜ ମୋବାଇଲ ଫୋନ୍ ନଚେତ୍ ତାଙ୍କୁ ମିଳିଥିବା ସରକାରୀ କମ୍ପ୍ୟୁଟରରେ କୁଆଡ଼େ ଏସବୁ ଫିଲ୍ମ ଦେଖିବାକୁ ବାବୁ ସବୁବେଳେ ହଙ୍କହଙ୍କ ହେଉଥାନ୍ତି।

ସରକାର ଦେଇଥିବା କମ୍ପ୍ୟୁଟରରେ ଅନଲାଇନରେ ଏଭଳି ପର୍ଣ୍ଣ ଫିଲ୍ମ ଦେଖିବା ସମ୍ଭବପର ହେଉନଥିବାରୁ ବାବୁ କୁଆଡ଼େ ପେନ୍ ଡ୍ରାଇଭରେ ଏଭଳି ଭିଡିଓ ସବୁ ସାଙ୍ଗରେ ଧରି ଅଫିସ୍ ଆସୁଛନ୍ତି। ବାବୁଙ୍କ ଏଭଳି ହାବଭାବ ଜାଣିବା ପରେ ତାଙ୍କ ପାଖରେ କାର୍ଯ୍ୟ କରୁଥିବା ଜଣେ ଯୁବତୀ କୁଆଡ଼େ ଚାକିରି ଛାଡ଼ି ପଳାଇଛନ୍ତି। ଅବଶ୍ୟ ସମ୍ପୃକ୍ତ ଯୁବତୀ ସେଠାରେ ଠିକାରେ କାମ କରୁଥିଲେ।

ସେହି ଯୁବତୀଙ୍କ ସ୍ଥାନରେ ଅନ୍ୟଜଣେ ଯୁବକଙ୍କୁ ଠିକାରେ ନିଯୁକ୍ତି ମିଳିଥିଲା କିନ୍ତୁ ରସିକିଆ ବାବୁ କୁଆଡ଼େ ତାକୁ ମାତ୍ର ମାସକ ଭିତରେ ବିଦା କରିଦେଇଥିଲେ।

କିଛିମାସ ତଳେ ବାବୁଙ୍କ ଚ୍ୟାମ୍ବରରେ ଡାଟା ଏଣ୍ଟ୍ରି ଅପରେଟର ଭାବେ କାମ କରିବା ପାଇଁ ଜଣେ ନବବିବାହିତା ମହିଳାଙ୍କୁ ନିଯୁକ୍ତି ମିଳିଥିଲା। ସେ ଅନ୍ୟ ଏକ ଏଜେନ୍ସି ମାଧ୍ୟମରେ ସେଠାରେ ଠିକାରେ କାମ କରୁଥିଲେ। ମହିଳା କର୍ମଚାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ପେନ୍ ଡ୍ରାଇଭକୁ କମ୍ପ୍ୟୁଟରରେ ସଂଯୋଗ କରି ଭୁଲବଶତଃ ତାହା ରହିଯାଇଛି ବୋଲି ସଫେଇ ଦେବା ଭଳି ଡ୍ରାମା କୁଆଡ଼େ ଏହି ବାବୁ କରିବାକୁ ପଛାଉ ନାହାନ୍ତି।

ଥରେ ନୁହେଁ ବାରମ୍ବାର ଏଭଳି ହେବାପରେ ସମ୍ପୃକ୍ତ ମହିଳା କର୍ମଚାରୀ ଜଣକ କୁଆଡ଼େ ଛୁଟିରେ ପଳାଇଥିଲେ। ଏବେ ତାଙ୍କର ନିଯୁକ୍ତି ଏଜେନ୍ସୀ ତାଙ୍କୁ ଅନ୍ୟ ଏକ ବିଭାଗରେ ନିଯୁକ୍ତି ଦେବାପରେ ସେହି ବାବୁଙ୍କ ଏପରି କଳାକାରନାମା କଥା ପଦାକୁ ଆସିଛି।

ସେହି ବାବୁ କୁଆଡ଼େ ଗୋଟିଏ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଥିବାବେଳେ ମହିଳାଙ୍କ ପ୍ରତି ଦୁର୍ବ୍ୟବହାର କରି ବିବାଦରେ ଫସିଥିଲେ। ଜଣେ ରସିକିଆ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିବାବେଳେ କୁଆଡ଼େ ତାଙ୍କର ଏହି ପର୍ଣ୍ଣ ନିଶା ଟିକିଏ ଅଧିକ ଚଢ଼ି ଯାଇଥିଲା। ଚାକିରିରୁ ଅବସର ନେବାକୁ ଆଉ ମାତ୍ର କିଛିମାସ ବାକି ଥିବାବେଳେ ବାବୁଙ୍କ ଏଭଳି ରସିକିଆ ସ୍ୱଭାବକୁ ନେଇ ସଚିବାଳୟରେ ଚର୍ଚ୍ଚା ଲାଗି ରହିଛି।



from Odisha Reporter https://ift.tt/2DoE4eP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages