
ରାୟଗଡ଼ା (ମନୋଜ କୁମାର ପାତ୍ର): ରାୟଗଡ଼ାରୁ ଆନ୍ଧ୍ରପ୍ରଦେଶ ଚାଲାଣ ବେଳେ ରେଳବାଇ ପୁଲିସ୍ ୧୫ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛି। ଏମାନଙ୍କ ମଧ୍ୟରେ ୧୧ ଜଣ ଝିଅ ଓ ୪ ଜଣ ପୁଅ ଅଛନ୍ତି।
ଗତକାଲି ସନ୍ଧ୍ୟାରେ ଏହି ଶିଶୁ ଶ୍ରମିକମାନେ ରାୟଗଡ଼ା ରେଳ ଷ୍ଟେସନରେ ବୁଲୁଥିବା ଦେଖି ରେଳବାଇ ପୁଲିସ୍ ସନ୍ଦେହରେ ସେମାନଙ୍କୁ ପଚରାଉଚରା କରିଥିଲା। ସେମାନେ ସମସ୍ତେ ଶେଖଖାଲ ଥାନା ଅନ୍ତର୍ଗତ କାଞ୍ଚମୁହିଁ ଗାଁର। ସେମାନେ ଆନ୍ଧ୍ରପ୍ରଦେଶର ନେଲୋରର ଏକ ଚୁଙ୍ଗୁଡ଼ି କାରଖାନାକୁ କାମ କରିବାକୁ ଯାଉଥିବା କହିଥିଲେ।
ରେଳବାଇ ପୁଲିସ୍ ସେମାନଙ୍କୁ ଉଦ୍ଧାର କରି ଚାଇଲ୍ଡ୍ ଲାଇନ୍କୁ ହସ୍ତାନ୍ତର କରିଛି। ଆଜି ଚାଇଲଡ୍ ଲାଇନ୍ ଏହି ପିଲାମାନଙ୍କୁ ସେମାନଙ୍କ ବାପାମାଆଙ୍କୁ ହସ୍ତାନ୍ତର କରିବ ବୋଲି ପୁଲିସ୍ କହିଛି।
from Odisha Reporter https://ift.tt/2CByhCt
No comments:
Post a Comment