
ଗ୍ରେଟର ନୋଏଡା: ଥମୁନି ଦୁଷ୍କର୍ମ। ପୁଣି ଜଣେ ୧୦ ବର୍ଷର ନାବାଳିକା ଏହି ଅଭାବନୀୟକାଣ୍ଡର ଶିକାର ହୋଇଥିବା ଅଭିଯୋଗ ଆସିଛି। ଲିଫ୍ଟ ଦେବା ବାହାନାରେ ଜଣେ ୧୦ ବର୍ଷୀୟ ଝିଅକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ଯୋଗେଶ କୁମାର ଓରଫ ସୋନୁ। ଗ୍ରେଟର ନୋଏଡାରେ ଏହି ଘଟଣା ଘଟିଛି। ଅଭିଯୁକ୍ତ ଜଣକ ଗାଜିଆବାଦରେ ରୁହନ୍ତି।
ପୀଡ଼ିତଙ୍କ ପରିବାର ଏନେଇ ଗ୍ରେଟର ନୋଏଡା ନଲେଜପାର୍କ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଗତ ୪ ତାରିଖରେ ନାବାଳିକା ଜଣକ ନଲେଜ ପାର୍କ ନିକଟସ୍ଥ ଯମୁନା ଏକ୍ସ୍ରପ୍ରେସ୍ୱେରେ ଯାଉଥିବା ବେଳେ ଯୋଗେଶ ତାଙ୍କୁ ଛାଡ଼ିଦେବାକୁ କହି ଡାକିଥିଲେ।
ଏହି ବାହାନାରେ ଯୋଗେଶ ଉକ୍ତ ନାବାଳିକା ସହ ଦୁଷ୍କର୍ମ କରି ତାକୁ ଛାଡ଼ିଦେଇ ଚାଲିଯାଇଥିଲେ। ଆଉ ଗଲାବେଳେ ନାବାଳିକା ହାତରେ ୧୦୦ ଟଙ୍କା ଧରାଇଦେଇ ଘରକୁ ଚାଲିଯିବାକୁ କହିଥିବା ପୁଲିସ ନିକଟରେ ଅଭିଯୋଗ ହୋଇଛି।
ନାବାଳିକା ଜଣକ ଘରକୁ ଯାଇ ସବୁ କଥା କହିଥିଲେ। ହେଲେ ଅଭିଯୁକ୍ତ ଜଣକ ଫେରାର ଥିଲେ। ପରେ ପୁଲିସ ଖୋଜାଖୋଜି କରି ତାଙ୍କୁ ଗିରଫ କରିଥିଲା।
ସୌଜନ୍ୟ: ଆଜ୍ତକ୍
from Odisha Reporter https://ift.tt/2wW7USp
No comments:
Post a Comment