
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଧାନସଭାରେ ବିଧାୟକଙ୍କ ସିଟ୍ରେ ଅଦଳବଦଳ ହୋଇଛି। ବିଧାନସଭା ସଚିବାଳୟ ସୂତ୍ରରୁ ଏହା ଜଣାପଡ଼ିଛି।
ବିଜେଡିରୁ ବହିଷ୍କୃତ ହେବା ପରେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ସିଟ୍ ପରିବର୍ତ୍ତନ ହୋଇଥିବା ଜଣାପଡ଼ିଛି। ସେ ଗୃହର D-3 ସିଟ୍ରେ ବସୁଥିଲେ। ଆଜିଠାରୁ ତାଙ୍କୁ F-10 ସିଟ୍ ଦିଆଯାଇଥିବା ଜଣାପଡ଼ିଛି।
ତେବେ ଦାମୋଦର ରାଉତ ଆଜି ବିଧାନସଭାକୁ ଆସି ନାହାନ୍ତି। ତେଣୁ ଜଣାପଡ଼ିନି ସେ କେଉଁଠି ବସିବେ।
from Odisha Reporter https://ift.tt/2NkBvPG
No comments:
Post a Comment