
ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ଆସନ୍ତା ସେପ୍ଟେମ୍ବର ୨୧ରୁ ୨୭ ତାରିଖ ପର୍ଯ୍ୟନ୍ତ ନକ୍ସଲମାନେ ପ୍ରତିଷ୍ଠା ସପ୍ତାହ ପାଳନ କରିବେ। ଏଥିପାଇଁ ଓଡ଼ିଶା ଝାଡ଼ଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲରେ ଝାଡ଼ଖଣ୍ଡ ପୁଲିସ୍ ଓ ସିଆରପିଏଫ୍ ପକ୍ଷରୁ କମ୍ବିଂ ଅପରେସନ୍କୁ ଜୋରଦାର କରାଯାଇଛି।
ତେବେ ପ୍ରତିଷ୍ଠା ଦିବସ ପରିପ୍ରେକ୍ଷୀରେ ରବିବାର ରାତିରେ ଚକ୍ରଧରପୁର ନିକଟରେ ବିଭିନ୍ନ ଯାତ୍ରୀବାହୀ ଏବଂ ମାଲଗାଡ଼ି ଟ୍ରେନ୍ରେ ନକ୍ସଲମାନେ ପୋଷ୍ଟର ମାରି ସେମାନଙ୍କ ସ୍ଥିତିକୁ ପୁଣି ଜାହିର କରିଛନ୍ତି।
ଏହାକୁ ଦୃଷ୍ଟିରେ ରଖି ରାଉରକେଲା-ଚକ୍ରଧରପୁର ମଧ୍ୟରେ ଟ୍ରେନ୍ ଚଳାଚଳ କ୍ଷେତ୍ରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
from Odisha Reporter https://ift.tt/2xfkM6q
No comments:
Post a Comment