ଅବକାରୀ ମନ୍ତ୍ରୀଙ୍କ ଲାଞ୍ଚ ରେଟ୍ କେତେ ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 17, 2018

ଅବକାରୀ ମନ୍ତ୍ରୀଙ୍କ ଲାଞ୍ଚ ରେଟ୍ କେତେ ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ମଦ ଦୋକାନ ଖୋଲିବା ପାଇଁ ସରକାରୀ ଲାଇସେନ୍ସ ପ୍ରଦାନ ନିମନ୍ତେ ଅବକାରୀ ମନ୍ତ୍ରୀମାନେ ମୋଟା ଅଙ୍କର ଲାଞ୍ଚ ନିଅନ୍ତି। ଏଥିପାଇଁ ନବୀନ ପଟ୍ଟନାୟକ ସରକାରରେ ଅବକାରୀ ବିଭାଗ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବା ନେତାମାନେ କୁଆଡ଼େ ବିଭିନ୍ନ ସମୟରେ ୫ରୁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଞ୍ଚ ଦାବି କରିଥିବା ଚର୍ଚ୍ଚା।

ଶୁଣିବାକୁ ମିଳୁଛି, ଗତ ଏକ ଦଶନ୍ଧି ଧରି ରାଜ୍ୟରେ ବିଭିନ୍ନ ସମୟରେ ଅବକାରୀ ମନ୍ତ୍ରୀ ଦାୟିତ୍ୱ ତୁଲାଇଥିବା ବିଜେଡିର ନେତାମାନେ କୁଆଡ଼େ ମଦ ଦୋକାନ ଖୋଲିବା ପାଇଁ ଲାଇସେନ୍ସ ଦେବା ନିମନ୍ତେ ଏଭଳି ଚାନ୍ଦା ଦାବି କରୁଥିଲେ। ବିଜେଡିର ୨ ଜଣ ଉପସଭାପତିଙ୍କ ମଧ୍ୟରେ ଝଗଡ଼ାରୁ ଏହି ତଥ୍ୟ କୁଆଡ଼େ ପଦାକୁ ଆସିଛି।

ଚର୍ଚ୍ଚା ହେଉଛି, ଏକ ଦଳୀୟ ବୈଠକ ଚାଲିଥିବା ବେଳେ ଦଳର ଦୁଇ ଉପସଭାପତିଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଯୁକ୍ତିତର୍କ ଆରମ୍ଭ ହୋଇଥିଲ। ଉଭୟ ପୂର୍ବରୁ ଅବକାରୀ ମନ୍ତ୍ରୀ ଥିବାରୁ କିଏ କେତେ ଟଙ୍କା ନେଇ ନୂଆ ମଦ ଦୋକାନ ପାଇଁ ଲାଇସେନ୍ସ ଦେଉଥିଲେ ତାହା କୁଆଡ଼େ ବଖାଣି ପକାଇଥିଲେ।

ନିଜକୁ ସଚ୍ଚୋଟ ଦେଖାଇ ହେଉଥିବା ଜଣେ ମନ୍ତ୍ରୀ କୁଆଡ଼େ ଏହି ଲାଇସେନ୍ସ ପାଇଁ ୭ ଲକ୍ଷ ଟଙ୍କା ନେଉଥିବା ବେଳେ ତାଙ୍କ ସହ ଝଗଡ଼ା କରୁଥିବା ମନ୍ତ୍ରୀ ଜଣକ ଅବକାରୀ ବିଭାଗ ନେବା ପରେ କୁଆଡ଼େ ୧୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ। ତେବେ ଏହି ଦୁଇ ନେତାଙ୍କ ପରେ ଯାହାଙ୍କୁ ଅବକାରୀ ବିଭାଗ ମିଳିଲା ସିଏ କୁଆଡ଼େ ଲାଇସେନ୍ସ ଦେବା ପାଇଁ ୧୫ରୁ ୨୫ ଲକ୍ଷ ଟଙ୍କା ନେଲେ।

ତେବେ ଏବେ ଯେଉଁ ନେତାଙ୍କ ପାଖରେ ଅବକାରୀ ବିଭାଗ ରହିଛି ସିଏ ମଦ ଲାଇସେନ୍ସ ପାଇଁ କେତେ ନେଉଛନ୍ତି ତାହା ତ ଜଣାପଡ଼ିନି। ମାତ୍ର ରାଜ୍ୟରେ ବିନା ଲାଞ୍ଚରେ ମଦ ଦୋକାନ ଖୋଲିବା ପାଇଁ ଲାଇସେନ୍ସଟିଏ ମିଳିବ ନାହିଁ ବୋଲି ସ୍ପଷ୍ଟ ହୋଇଥିବା ଚର୍ଚ୍ଚା।



from Odisha Reporter https://ift.tt/2xpqjGy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages