ସାମାଜିକ କର୍ମୀଙ୍କ ଗିରଫଦାରୀକୁ ନେଇ କେନ୍ଦ୍ର ଓ ସୁପ୍ରିମକୋର୍ଟ ମୁହାଁମୁହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 17, 2018

ସାମାଜିକ କର୍ମୀଙ୍କ ଗିରଫଦାରୀକୁ ନେଇ କେନ୍ଦ୍ର ଓ ସୁପ୍ରିମକୋର୍ଟ ମୁହାଁମୁହିଁ

ନୂଆଦିଲ୍ଲୀ: ପୁଣିଥରେ କେନ୍ଦ୍ର ସରକାର ଓ ଦେଶର ସର୍ବୋଚ୍ଚ ଅଦାଲତ ମୁହାଁମୁହିଁ ହୋଇଛନ୍ତି। ନକ୍ସଲଙ୍କ ସହ ସମ୍ପର୍କ ରଖିଥିବା ଅଭିଯୋଗରେ ଗିରଫ ହୋଇଥିବା ୫ ଜଣ ସାମାଜିକ କର୍ମୀଙ୍କୁ ନେଇ ଏଥର କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି, ସୁପ୍ରିମକୋର୍ଟ।

ପୁଲିସ୍‌ ଏମାନଙ୍କୁ ବେଆଇନ୍‌ ଭାବେ ଗିରଫ କରିଛି ବୋଲି ହୋଇଥିବା ଆବେଦନର ଶୁଣାଣି ବେଳେ ଆଜି ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ କୋର୍ଟରେ ଏଭଳି ଏକ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ମାମଲାରେ ସର୍ବୋଚ୍ଚ ଅଦାଲତ ହସ୍ତକ୍ଷେପ ନ କରିବା ଉଚିତ୍‌ ବୋଲି କେନ୍ଦ୍ର ସରକାର ଆଜି ଯୁକ୍ତି ବାଢ଼ିଥିଲେ। ହେଲେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ମିଶ୍ର, ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ୍‌ ଏଏମ୍‌ ଖାନ୍‌ୱିଲକର୍‌ଙ୍କ ଖଣ୍ତପୀଠ କୋର୍ଟ କାହିଁକି ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ପାଲଟା ପ୍ରଶ୍ନ କରିଥିଲେ।
ଖଣ୍ଡପୀଠ କହିଥିଲେ, “ଆମେ ନିଶ୍ଚିତ ଭାବେ ଏହି ମାମଲାରେ ହସ୍ତକ୍ଷେପ କରିବୁ। କେଉଁ ଆଧାରରେ ସାମାଜିକ କର୍ମୀଙ୍କୁ ଗିରଫ କରାଯାଇଛି, ତାହାର ତର୍ଜମା ମଧ୍ୟ କରିବୁ। ଯଦି କିଛି ଯୋଜନାବଦ୍ଧ ଭାବେ ତଥ୍ୟ ସଂଗ୍ରହ କରାଯାଇ ସାମାଜିକ କର୍ମୀଙ୍କୁ ଗିରଫ କରାଯାଇଥାଏ, ତା’ହେଲେ ମାମଲାକୁ ଖାରଜ ମଧ୍ୟ କରିବୁ। ଯଦି ଦରକାର ପଡ଼େ ଆମେ ଏହି ମାମଲାରେ ବାରମ୍ବାର ହସ୍ତକ୍ଷେପ କରିବୁ।” ଏହାପରେ ଖଣ୍ଡପୀଠ ସମସ୍ତ ସାମାଜିକ କର୍ମୀଙ୍କ ଗୃହବନ୍ଦୀ ଅବଧିକୁ ୧୯ ତାରିଖ ଯାଏ ବୃଦ୍ଧି କରିଛନ୍ତି।

ମହାରାଷ୍ଟ୍ର ପୁଲିସ୍‌ ଅଗଷ୍ଟ ୨୮ରେ ଦେଶର ବିଭିନ୍ନ ସ୍ଥାନରେ ଚଢ଼ଉ କରି ତେଲୁଗୁ କବି ଭର୍ଭରା ରାଓ, ସାମାଜିକ କର୍ମୀ ତଥା ଓକିଲ ସୁଧା ଭରଦ୍ୱାଜ, ଗୌତମ ନଭଲଖା, ଅରୁଣ ପେରିୟାର ଓ ଭେନନ୍‌ ଗନ୍‌ସାଲଭେଜଙ୍କୁ ଗିରଫ କରିଥିଲା। ଏମାନେ ନକ୍ସଲଙ୍କ ସହ ସମ୍ପର୍କ ରଖିଥିବା ମଧ୍ୟ କୁହାଯାଇଥିଲା। ତେବେ ଏହି ଗିରଫଦାରୀ ବିରୋଧରେ ଏକାଧିକ ମାମଲା ସୁପ୍ରିମକୋର୍ଟରେ କରାଯାଇଛି।

ଆଜି ଏହାର ଶୁଣାଣି ବେଳେ କେନ୍ଦ୍ର ସରକାର ନିଜର ପକ୍ଷ ରଖି କହିଥିଲେ, ପ୍ରତିଟି ମାମଲାକୁ ସୁପ୍ରିମକୋର୍ଟକୁ ଅଣାଯିବା ଠିକ୍‌ ନୁହେଁ। ଏହାଦ୍ୱାରା ଏକ ଭୁଲ ପରମ୍ପରା ସୃଷ୍ଟି ହେଉଛି। ୫ ନକ୍ସଲ ସମର୍ଥକଙ୍କ ଗିରଫଦାରୀ ପ୍ରସଙ୍ଗ ଅନ୍ୟ କୋର୍ଟରେ ଚାଲିଥିବା ବେଳେ ସୁପ୍ରିମକୋର୍ଟରେ ମଧ୍ୟ ସମାନ ଆବେଦନ କରାଯାଉଛି। ଏହା ଅଦାଲତର ଅବମାନନା ସହ ସମାନ। ଆବେଦନକାରୀଙ୍କ ବିରୋଧରେ ମାମଲା ଚାଲିବା ଦରକାର।

ଯଦି ସୁପ୍ରିମକୋର୍ଟ ସାମାଜିକ କର୍ମୀଙ୍କ ମାମଲାରେ ହସ୍ତକ୍ଷେପ କରନ୍ତି, ଏହା ବିପଜ୍ଜନକ ହେବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ତେବେ ଆସନ୍ତା ୨ ଦିନ ପରେ ଅର୍ଥାତ ୧୯ ତାରିଖରେ ସମସ୍ତ ଦସ୍ତାବିଜ୍‌ ଦେଖିବା ପରେ ଏହା ଉପରେ ପଦକ୍ଷେପ ନିଆଯିବ ବୋଲି ସର୍ବୋଚ୍ଚ ଅଦାଲତ ରୁଲିଂ ଦେଇଛନ୍ତି।



from Odisha Reporter https://ift.tt/2NjtWsB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages