କୋହଲି ଓ ଭାରତ ୧ ନମ୍ବର ସ୍ଥାନରେ ଅପରିବର୍ତ୍ତିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 12, 2018

କୋହଲି ଓ ଭାରତ ୧ ନମ୍ବର ସ୍ଥାନରେ ଅପରିବର୍ତ୍ତିତ

ଲଣ୍ଡନ: ଇଂଲଶ ମାଟିରେ ୧-୪ରେ ଟେଷ୍ଟ୍‌ ସିରିଜ୍‌ ହାରିବା ସତ୍ତ୍ୱେ ଟିମ୍‌ ଇଣ୍ଡିଆ ଆଇସିସି ଟେଷ୍ଟ ରା଼ଙ୍କିଂର ଶୀର୍ଷରେ ପୂର୍ବପରି ମଜଭୁତ୍ ରହିଛି । ତେବେ ଇଂଲଣ୍ଡଠାରୁ ସିରିଜ୍‌ ହାରିବା ପରେ ୧୦ ପଏଣ୍ଟ ହରାଇଛି। ବିରାଟ ଆଣ୍ଡ କୋ ଇଂଲଣ୍ଡ ବିପକ୍ଷ ସିରିଜ୍ ପୂର୍ବରୁ ୧୨୫ ପଏଣ୍ଟ ପାଇ ୧ ନମ୍ବର ସ୍ଥାନରେ ରହିଥିଲା। କିନ୍ତୁ ଏହା ୧୧୫କୁ ଖସି ଆସିଛି। ତଥାପି ଦଳ ଏକ ନମ୍ବର ସ୍ଥାନରେ ରହିଛି। 

ଅନ୍ୟପକ୍ଷରେ ଇଂଲଣ୍ଡ ଏହି ସିରିଜ୍ ଆରମ୍ଭ ପୂର୍ବରୁ ୯୭ ପଏଣ୍ଟ ପାଇ ରା଼ଙ୍କିଂର ପଞ୍ଚମ ସ୍ଥାନରେ ଥିଲା । କିନ୍ତୁ ଭାରତକୁ ୪-୧ରେ ହରାଇବା ପରେ ଇଂଲିଶ ଦଳ ୧୦୫ ପଏଣ୍ଟ ହାସଲ କରି ଚତୁର୍ଥ ସ୍ଥାନକୁ ଲମ୍ଫ ମାରିଛି। 

ଟିମ୍‌ ଇଂଲଣ୍ଡ ଏବେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆଠାରୁ ମାତ୍ର ଗୋଟିଏ ପଏଣ୍ଟ ପଛରେ ରହିଛି । ଉଭୟେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ୧୦୬ ପଏଣ୍ଟ ସହ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । 

ସେହିପରି ବ୍ୟାଟିଂରେ କୋହଲି ପୂର୍ବପରି ନିଜର ଶୀର୍ଷ ସ୍ଥାନ କାଏମ ରଖିଛନ୍ତି । 

ଇଂଲଣ୍ଡ ବିପକ୍ଷ ସିରିଜ୍‌ରେ ୫୯.୩ ହାରରେ ୫୯୩ ରନ୍ କରିଥିବା ବିରାଟ୍‌ ୯୩୦ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛନ୍ତି । ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ତଥା ବାସନ୍ଦାଦେଶ ପାଇଥିବା ଷ୍ଟିଭ୍ ସ୍ମିଥ୍ ୯୨୯ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ପୂର୍ବଭଳି ରହିଛନ୍ତି ।

ଓଭାଲ୍‌ ଟେଷ୍ଟ୍‌ରେ ଦମଦାର ଶତକ ହାସଲ କରିଥିବା ଟିମ୍‌ ଇଣ୍ଡିଆର ୱିକେଟ୍‌ କିପର୍‌ ବ୍ୟାଟସ୍‌ମ୍ୟାନ୍ ଋଷଭ ପନ୍ତ ଓ ଓପନର୍‌ ଲୋକେଶ ରାହୁଲଙ୍କୁ ମଧ୍ୟ ରା଼ଙ୍କିଂରେ ପଦୋନ୍ନତି ମିଳିଛି।  ଅନ୍ତିମ ଟେଷ୍ଟରେ ୧୪୯ ରନ୍ କରିଥିବା ରାହୁଲ ୧୬ଟି ସ୍ଥାନ ଉଠି ୧୯ତମ ସ୍ଥାନରେ ପହଞ୍ଚିଥିବା ବେଳେ ପନ୍ତ ୬୩ଟି ସ୍ଥାନ ଉଠି ୧୧୧ତମ ସ୍ଥାନରେ ରହିଛନ୍ତି। 

ନିଜର ବିଦାୟୀ ଟେଷ୍ଟରେ ଜବରଦସ୍ତ ଶତକ ହାସଲ କରିଥିବା ଇଂଲିଶ ଓପନର ଆଲିଷ୍ଟର କୁକ୍ ଶୀର୍ଷ-୧୦ରେ ପ୍ରବେଶ କରି ଅନ୍ତଜାର୍ତୀୟ କ୍ୟାରିୟରର ଅନ୍ତ ଘଟାଇଛନ୍ତି। 

ସେହିପରି ଅଧିନାୟକ ଜୋ ରୁଟ୍‌ ମଧ୍ୟ ବ୍ୟାଟିଂ ତାଲିକାର ୪ନଂ ସ୍ଥାନରେ ପହଞ୍ଚିଛନ୍ତି। ଆଇସିସି ଟେଷ୍ଟ ବୋଲିଂ ରା଼ଙ୍କିଂରେ ଇଂଲଣ୍ଡ ସ୍ପଡ୍‌ଷ୍ଟର ଜେମ୍ସ ଆଣ୍ଡରସନ୍ ପୂର୍ବଭଳି ଏକ ନମ୍ବର ସ୍ଥାନରେ ସୁରକ୍ଷିତ ଅଛନ୍ତି। ଲର୍ଡ୍ସ ଟେଷ୍ଟ ପରେ ଆଣ୍ଡରସନ୍ ନିଜ କ୍ୟାରିୟରର ସର୍ବଶ୍ରେଷ୍ଠ ୯୦୩ ପଏଣ୍ଟ ହାସଲ କରିଥିଲେ । ତେବେ ବର୍ତ୍ତମାନ ତାଙ୍କ ପଏଣ୍ଟ ୮୯୯କୁ ଖସି ଆସିଛି ।



from Odisha Reporter https://ift.tt/2x5PRJm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages