ଦିଲ୍ଲୀରେ ନବୀନଙ୍କ ଇନ୍‌ଭେଷ୍ଟର୍ସ ମିଟ୍‌: ନଭେମ୍ବରରେ ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭରେ ଯୋଗ ଦେବାକୁ ପୁଞ୍ଜିନିବେଶକାରୀଙ୍କୁ ଆହ୍ୱାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 12, 2018

ଦିଲ୍ଲୀରେ ନବୀନଙ୍କ ଇନ୍‌ଭେଷ୍ଟର୍ସ ମିଟ୍‌: ନଭେମ୍ବରରେ ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭରେ ଯୋଗ ଦେବାକୁ ପୁଞ୍ଜିନିବେଶକାରୀଙ୍କୁ ଆହ୍ୱାନ

ଭୁବନେଶ୍ୱର/ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କୁ ଶିଳ୍ପାୟନ ଚିନ୍ତା ଘାରିଛି। ୨୦୨୦ ସୁଦ୍ଧା ଓଡ଼ିଶାକୁ ପୂର୍ବ ଭାରତର ମାନ୍ୟୁଫ୍ୟାକ୍‌ଚରିଂ ହବ୍‌ ଓ ଦେଶର ଶ୍ରେଷ୍ଠ ୩ଟି ଷ୍ଟାର୍ଟଅପ୍‌ ହବ୍‌ ମଧ୍ୟରେ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। ସେଥିପାଇଁ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ଲାଗି ପର୍ଯ୍ୟାପ୍ତ ସୁଯୋଗ ଥିବା ଦର୍ଶାଇ “ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌” ଜରିଆରେ ପୁଞ୍ଜି ନିବେଶକାରୀଙ୍କୁ ଆକୃଷ୍ଟ କରିବାକୁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି।
ଆସନ୍ତା ନଭେମ୍ବର ୧୧ରୁ ୧୫ ତାରିଖ ଯାଏଁ ଭୁବନେଶ୍ୱରରେ ହେବ ଦ୍ୱିତୀୟ “ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌”। ଏଥିରେ ସାମିଲ ହେବା ଲାଗି ଶିଳ୍ପପତିଙ୍କୁ ଆମନ୍ତ୍ରଣ କରିବା ପାଇଁ ଅଗଷ୍ଟ ୮ ତାରିଖରେ ମୁମ୍ବାଇ ଆୟୋଜିତ ହୋଇଥିଲା ଇନ୍‌ଭେଷ୍ଟମେଣ୍ଟ୍‌ ମିଟ୍‌।
ଆଉ ଆଜି ଦିଲ୍ଲୀରେ ହୋଇଥିବା ଇନ୍‌ଭେଷ୍ଟମେଣ୍ଟ୍‌ ମିଟ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇଥିଲେ। ଏଥିରେ ଜିନ୍ଦଲ, ଭାରତୀ ଏଣ୍ଟରପ୍ରାଇଜ୍, ଓରାକଲ୍ ଭଳି ପ୍ରାୟ ୩ଶହ ପ୍ରତିଷ୍ଠିତ କମ୍ପାନୀର ପ୍ରତିନିଧି ଯୋଗ ଦେଇଥିଲେ।
ରାଜ୍ୟରେ ପୁଞ୍ଜିନିବେଶ ସୁଯୋଗ ସୃଷ୍ଟି ସହ ଶିଳ୍ପର ଅଭିବୃଦ୍ଧି ପାଇଁ ଏକ ସ୍ୱଚ୍ଛ ବ୍ୟବସ୍ଥାର ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଗତ ଦୁଇ ବର୍ଷରେ ରାଜ୍ୟ ଶିଳ୍ପ ପାଇଁ ଥିବା ପରିବେଶରେ ଅନେକ ଅବନତି ଘଟିଛି। ‘ଇଜ୍‌ ଅଫ୍‌ ଡୁଇଂ ବିଜିନେସ୍‌’ କ୍ଷେତ୍ରରେ ୨୦୧୫ରେ ଓଡ଼ିଶା ୭ମ ସ୍ଥାନରେ ଥିବା ବେଳେ ଏବେ ଚତୁର୍ଦ୍ଦଶ ସ୍ଥାନକୁ ଖସି ଯାଇଛି।
ପୁଞ୍ଜି ନିବେଶ ଦକ୍ଷତା କ୍ଷେତ୍ରରେ ଓଡ଼ିଶା NCAER ରାଙ୍କିଙ୍ଗରେ ୬ ସ୍ଥାନ ତଳକୁ ଖସି ୧୭ ତମ ସ୍ଥାନରେ ରହିଛି। ‘ପବ୍ଲିକ୍ ଆଫେୟାର ଇଣ୍ଡେକ୍ସ’ରେ ୩୦ ରାଜ୍ୟ ମଧ୍ୟରୁ ଓଡ଼ିଶା ୨୪ ସ୍ଥାନରେ ଥିବା ବେଳେ ଆର୍ଥିକ ପରିଚାଳନା ଓ ସ୍ୱଚ୍ଛତା କ୍ଷେତ୍ରରେ ୨୯ ସ୍ଥାନରେ ରହିଛି। ଏବେ ଭିତ୍ତିଭୂମି କ୍ଷେତ୍ରରେ ୨୭ ସ୍ଥାନରେ ରହିଛି।
ଶିଳ୍ପକୁ ଜମି ଦେବା କ୍ଷେତ୍ରରେ ଓଡିଶାର ରେକର୍ଡ ସବୁଠୁ ଖରାପ ଥିବା ବେଳେ ରାଜ୍ୟ ତଳ ଆଡୁ ଦ୍ୱିତୀୟରେ ରହିଛି। ଏନେଇ  ଶିଳ୍ପପତି ମତ ରଖିଥିବା ବେଳେ ବିରୋଧୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି।
କିଏ କ’ଣ କହିଲେ ଶୁଣନ୍ତୁ
ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ୍‌ ପାଓ୍ୱାର୍‌ ଅଧ୍ୟକ୍ଷ ନବୀନ ଜିନ୍ଦଲ କହିଛନ୍ତି-“ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ସବୁ ପ୍ରକାର ବ୍ୟବସ୍ଥା ରହିଛି। ପର୍ଯ୍ୟାପ୍ତ କଞ୍ଚାମାଲ୍‌ ମଧ୍ୟ ରହିଛି। ଏଠାରୁ ରପ୍ତାନି କରିବା ପାଇଁ ବନ୍ଦର ରହିଛି।”
ବିରୋଧୀ ଦଳ ମୁଖ୍ୟସଚେତକ ତାରା ପ୍ରସାଦ ବାହିନୀପତି କହିଛନ୍ତି-“ରାଜ୍ୟରେ ବର୍ତ୍ତମାନ ଯେତିକି କଳ କାରଖାନା ରହିଛି, ସେଗୁଡ଼ିକ ସବୁ ବନ୍ଦ ହୋଇଗଲାଣି। ଓଡ଼ିଶାବାସୀଙ୍କୁ ଭୁଆଁ ବୁଲାଇବା ପାଇଁ ନିର୍ବାଚନକୁ ଆଖି ଆଗରେ ରଖି ମେକ୍‌ ଇନ୍‌ ଓଡ଼ିଶା କରୁଛନ୍ତି। ପ୍ରକୃତରେ ସେମାନେ ମେକ୍‌ ଇନ୍‌ ଓଡ଼ିଶା କରୁଛନ୍ତି ନା ଫିନିଶ୍‌ ଓଡ଼ିଶା କରୁଛନ୍ତି, ତାହା ମୁଖ୍ୟମନ୍ତ୍ରୀ ଜାଣିଥିବେ।”
ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି-“ଶିଳ୍ପ ପାଇଁ ରାଜ୍ୟରେ ବାତା ବରଣ ସୃଷ୍ଟି କରାଯାଇପାରୁନି।  ଗୋଟିଏ ପରେ ଗୋଟିଏ କମ୍ପାନୀ ଫେରିଯାଉଛନ୍ତି। ଆଜି ପର୍ଯ୍ୟନ୍ତ ରାଜ୍ୟରେ ପୁଞ୍ଜି ନିବେଶର ବାତାବରଣ ସୃଷ୍ଟି କରାଯାଇପାରି ନାହିଁ। ମୁଖ୍ୟମନ୍ତ୍ରୀ ରାଜକୋଷରୁ ଅର୍ଥ ଖର୍ଚ୍ଚ କରି କେବଳ ଆତ୍ମ ପ୍ରଚାର କରୁଛନ୍ତି।”
ବିଜେଡି ମୁଖପାତ୍ର ସସ୍ମିତ୍ ପାତ୍ର କହିଛନ୍ତି-“ମେକ୍‌ ଇନ୍‌ ଓଡ଼ିଶା ରାଜ୍ୟରେ ସଫଳ ରୂପାୟନ ହେଉଛି। ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ଶିଳ୍ପପତିଙ୍କ ସହିତ ଅଲୋଚନା କରୁଛନ୍ତି। ସେଥିରେ ବିଜେପି ଭୟଭୀତ ହୋଇଯାଇଛି।”
୨୦୧୬ ମେକ୍ ଇନ୍ ‘ଓଡ଼ିଶା କନ୍‌କ୍ଲେଭ୍‌’ ଜରିଆରେ ୨ ଲକ୍ଷ ୩ ହଜାର କୋଟି ଟଙ୍କା ନିବେଶର ୮୪ଟି ପ୍ରସ୍ତାବ ଆସିଥିଲା। ତେବେ ବିଧାନସଭା ତଥ୍ୟ ଅନୁସାରେ ସେଥିରୁ ମାତ୍ର ୭୯ ହଜାର ୩୬୯ କୋଟି ବିନିଯୋଗ ଲାଗି ଏଯାଏ ପଦକ୍ଷେପ ନିଆଯାଇଛି। ତେଣୁ ‘ମେକ୍ ଇନ୍ ଓଡ଼ିଶା’ ରାଜ୍ୟରେ ଶିଳ୍ପାୟନ ସ୍ୱପ୍ନ ପୂରଣରେ କେତେଦୂର ସହାୟକ ହେବ ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।


from Odisha Reporter https://ift.tt/2CMXhXm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages