ଶ୍ୱଶୁର ପାଲଟିଲା ଅସୁର, ବୋହୂକୁ ପୋଡ଼ି ମାରିଦେଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 14, 2018

ଶ୍ୱଶୁର ପାଲଟିଲା ଅସୁର, ବୋହୂକୁ ପୋଡ଼ି ମାରିଦେଲା

fire

ଝାରସୁଗୁଡ଼ା (ଭାଗିରଥୀ ସାହୁ): ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଅର୍ନ୍ତଗତ ଭାଲୁପତ୍ର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି।
ଜଣେ ବ୍ୟକ୍ତି ତାଙ୍କ ବୋହୂକୁ ପୋଡ଼ି ମାରି ଦେଇଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ନାଁ ରୁକ୍ମଣୀ ରୋହିଦାସ।

ଏ ନେଇ ମୃତ ମହିଳାଙ୍କ ବାପଘର ଲୋକେ ତାଙ୍କ ଶ୍ୱଶୁରଙ୍କ ବିରୋଧରେ ଲଇକେରା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।

ମିଳିଥିବା ସୂଚନା ଅନୁସାରେ, ଭାଲୁପତ୍ର ଗାଁର ବନମାଳି ରୋହିଦାସଙ୍କ ପ୍ରଥମ ସ୍ତ୍ରୀର ପୁଅ ଶୁଖାରାମଙ୍କୁ ରୁକ୍ମଣୀ ବିବାହ କରିଥିଲେ। ଚାରି ମାସ ତଳେ ଶୁଖାରାମଙ୍କ ମୃତ୍ୟୁ ଘଟିଥିଲା। ସ୍ୱାମୀର ମୃତ୍ୟୁ ପରେ ବି ରୁକ୍ମଣୀ ଶ୍ୱଶୁର ଘରେ ରହୁଥିଲେ।

ଗତକାଲି ସନ୍ଧ୍ୟାରେ ଜମିଜମାକୁ ନେଇ ବନମାଳି ଓ ରୁକ୍ମଣୀଙ୍କ ମଧ୍ୟରେ ବଚସା ହୋଇଥିଲା। ବନମାଳି ଉତ୍ତ୍ୟକ୍ତ ହୋଇ ରୁକ୍ମଣୀଙ୍କ ଉପରେ କିରୋସିନ୍ ଢାଳି ନିଆଁ ଲଗାଇ ଦେଇଥିଲେ ବୋଲି ଅଭିଯୋଗ ହୋଇଛି।

ତାଙ୍କୁ ଆହତ ଅବସ୍ଥାରେ ଝାରସୁଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

ମୃତ୍ୟୁ ପୂର୍ବରୁ ରୁକ୍ମଣୀଙ୍କ ବୟାନ ରେକର୍ଡ କରାଯାଇଥିଲା। ଶ୍ୱଶୁର ବନମାଳି ତାଙ୍କ ଉପରେ କିରୋସିନ୍‌ ଢାଳି ନିଆଁ ଲଗାଇ ଦେଇଥିଲେ ବୋଲି ସେ କହିଥିଲେ।



from Odisha Reporter https://ift.tt/2p6O8zc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages