କୁକୁଡ଼ା ଆଗ ଆସିଥିଲା ନା ଅଣ୍ଡା? ବୈଜ୍ଞାନିକ କଲେ ଏମିତି ସମାଧାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 14, 2018

କୁକୁଡ଼ା ଆଗ ଆସିଥିଲା ନା ଅଣ୍ଡା? ବୈଜ୍ଞାନିକ କଲେ ଏମିତି ସମାଧାନ

eggs

ନ୍ୟୁୟର୍କ: କୁକୁଡ଼ା ଆଗ ଆସିଥିଲା ନା ଅଣ୍ଡା ?ଏହି ଅସମାହିତ ପ୍ରଶ୍ନ କାହିଁ କେଉଁ କାଳରୁ ଶୁଣିବାକୁ ମିଳୁଛି। ହେଲେ ଏହାର ଉତ୍ତର ଆଜି ପର୍ଯ୍ୟନ୍ତ କେହି ପାଇନାହାନ୍ତି। କିନ୍ତୁ ବୈଜ୍ଞାନିକମାନେ ଏହାର ଉତ୍ତର ଖୋଜି ବାହାର କରିଥିବା ଦାବି କରିଛନ୍ତି। ଏକ ଗବେଷଣାରୁ ଏହି ପ୍ରଶ୍ନର ଉତ୍ତର ମିଳିଛି।

ନ୍ୟୁୟର୍କ ପୋଷ୍ଟରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଅଣ୍ଡା ଓ କୁକୁଡ଼ା ଉଭୟ ଦୁନିଆକୁ ପ୍ରଥମେ ଆସିଥିଲେ। ଅଷ୍ଟ୍ରେଲିଆର କୁଇନ୍ସଲାଣ୍ଡ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ଓ ଫ୍ରାନ୍ସର ଏନ୍‌ଇଇଏଲ୍‌ ସଂସ୍ଥା କରିଥିବା ଗବେଷଣାର ରିପୋର୍ଟକୁ ଆଧାର କରି ନ୍ୟୁୟର୍କ ପୋଷ୍ଟରେ ଏହାକୁ ପ୍ରକାଶ କରାଯାଇଛି। କ୍ୱାଣ୍ଟମ୍‌ ଫିଜିକ୍ସ ଜରିଆରେ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏହି ଜଟିଳ ପ୍ରଶ୍ନର ଉତ୍ତର ଖୋଜି ବାହାର କରିଥିବା ପ୍ରକାଶିତ ରିପୋର୍ଟରେ କୁହାଯାଇଛି।

ବୈଜ୍ଞାନିକଙ୍କ ମତରେ କ୍ୱାଣ୍ଟମ୍‌ ଫିଜିକ୍ସ ଅନୁସାରେ ଉଭୟ ଅଣ୍ଡା ଓ କୁକୁଡା ପ୍ରଥମେ ଆସିଥିଲେ। କୁଇନ୍ସଲାଣ୍ଡ ବିଶ୍ୱବିଦ୍ୟାଳୟର ଏଆରସି ସେଣ୍ଟର ଅଫ୍‌ ଏକ୍ସଲେନ୍ସ ଫର୍‌ କ୍ୱାଣ୍ଟମ୍‌ ଇଞ୍ଜିନିୟରିଂ ସିଷ୍ଟମର ଭୌତିକ ବିଜ୍ଞାନୀ ଜେ. ରୋମେରୋ ସ୍ପଷ୍ଟ କରିଛନ୍ତି, “କ୍ୱାଣ୍ଟମ୍‌ ମେକକାନିକ୍ସ କହୁଛି, ଏହା ସ୍ଥିର ନିୟମିତ କ୍ରମ ବିନା ହୋଇପାରିବ। ଅର୍ଥାତ ଦୁଇଟି ଯାକ ପ୍ରଥମେ ଆସି ପାରିବେ। ଏପରି ଅଧ୍ୟୟନକୁ ‘ଅନିଶ୍ଚିତତା କାରଣ କ୍ରମ’ କୁହାଯାଇଥାଏ। ହେଲେ, ଏହା ନିୟମିତ କ୍ରମର ନିୟମ ନୁହେଁ।”

କ’ଣ ଏହି କ୍ୱାଣ୍ଟମ୍‌ ଫିଜିକ୍ସ ଥିଓରୀ ?

ଏହି ଅଧ୍ୟୟନକୁ ବୁଝାଇବାକୁ ବୈଜ୍ଞାନିକମାନେ ଫଟୋନିକ୍‌ କ୍ୱାଣ୍ଟମ୍‌ ସ୍ୱିଚ୍‌ କନଫିଗରେସନ୍‌ ପ୍ରୟୋଗ କରିଥିଲେ। ଏଥିରେ ଦୁଇଟି ଘଟଣାର କ୍ରମ ଯାହା ଉପରେ ନିର୍ଭର କରିଥାଏ ତାକୁ ‘କଣ୍ଟ୍ରୋଲ୍‌’ କୁହାଯାଇଥାଏ।

କମ୍ପ୍ୟୁଟରରେ ଯେମିତି ବାଇଟ୍ସ ଥାଏ, ଏଥିରେ ବି ସେମିତି ଦୁଇଟି ବାଇଟ୍ସ ଥାଏ। ଏହା ‘କଣ୍ଟ୍ରୋଲ ଭାଲ୍ୟୁ ୦’ ଓ ‘କଣ୍ଟ୍ରୋଲ୍‌ ଭାଲ୍ୟୁ ୧’ ଭାବେ ଜଣାଯାଏ।

ଯଦି କଣ୍ଟ୍ରୋଲ ଭାଲ୍ୟୁ ୦ ରହେ ତେବେ ‘B’ ପୂର୍ବରୁ ‘A’ ରହିଥାଏ। ଯଦି କଣ୍ଟ୍ରୋଲ୍‌ ଭାଲ୍ୟୁ ୧ ରହେ ତେବେ ‘A’ ପୂର୍ବରୁ ‘B’ ଆସିଥାଏ।

କ୍ୱାଣ୍ଟମ୍‌ ଫିଜିକ୍ସର ସୁପର ପୋଜିଶନ୍ ଅନୁସାରେ ଗୋଟିଏ ଉପରେ ଅନ୍ୟଟି ରହି ପାରିବ ( ଗୋଟିଏ ବାଇଟ୍‌ ଉପରେ ଅନ୍ୟ ବାଇଟ୍‌ଟି ରହିଥାଏ)। ଅର୍ଥାତ୍ ଗୋଟିଏ ସମୟରେ କଣ୍ଟ୍ରୋଲ୍‌ ଭାଲ୍ୟୁ ୦ ଓ କଣ୍ଟ୍ରୋଲ୍‌ ଭାଲ୍ୟୁ ୧ ରହିପାରିବେ।

ଏହି ନିୟମ ଅନୁସାରେ, ଏକ ନିଶ୍ଚିତ ଅର୍ଥରେ ବାଇଟ୍ସର ଭାଲ୍ୟୁ ବର୍ଣ୍ଣନା କରିହେବ ନାହିଁ। ଏପରି ସ୍ଥିତିରେ କଣ୍ଟ୍ରୋଲ୍‌ର ଅନିଶ୍ଚିତ ନାମ କାରଣରୁ ଯେଉଁ କ୍ରମ ସ୍ଥିର କରାଯାଇଥାଏ, ତାହା ‘A’ ଓ ‘B’ ଘଟଣା ମଧ୍ୟରେ ‘ଅନିଶ୍ଚିତ କ୍ରମ’ ବୋଲି ଧରିନିଆଯାଇଥାଏ।

‘A’ ଓ ‘B’ ମଧ୍ୟରେ କିଏ ପ୍ରଥମ ଆମେ ସାଧାରଣରେ କହି ପାରିବା। ହେଲେ କ୍ୱାଣ୍ଟମ୍‌ ଫିଜିକ୍ସରେ ‘A’ ଓ ‘B’ ଉଭୟ ପ୍ରଥମେ ରହିପାରିବେ ଏବଂ ଏହା ଠିକ୍‌ ବୋଲି ଧରାଯାଏ।

ପରିବର୍ତ୍ତନ ବିଭିନ୍ନ ପ୍ରକାର ହୋଇପାରେ। ହେଲେ ରୂପାନ୍ତରଣ ଓ ଧ୍ରୁବୀକରଣ ସମ୍ପର୍କର ଏକ ସୀମା ରହିଥାଏ। ଏହି ନିୟମକୁ ଗବେଷଣା ସମୟରେ ଭାଙ୍ଗି ଦିଆଯାଇଥିଲା। ଏଥିରୁ ଏହା ସ୍ପଷ୍ଟ ହୋଇଥିଲା ‘A’ ଓ ‘B’ ମଧ୍ୟରେ ଏକ ‘ଅନିଶ୍ଚିତ କ୍ରମ’ ରହିଛି।

ଏହାକୁ ଆଧାର କରି ସୋସାଇଟି ଅଫ୍‌ ଆମେରିକାନ୍‌ ଫିଜିକ୍ସ ମ୍ୟାଗାଜିନ୍‌ ‘ଫିଜିକାଲ୍‌ ରିଭ୍ୟୁ ଜର୍ନାଲ’ରେ ପ୍ରକାଶିତ ଏହି ଗବେଷଣାର ରିପୋର୍ଟରେ କୁହାଯାଇଛି ଅଣ୍ଡା ଓ କୁକୁଡା ଉଭୟ ପ୍ରଥମେ ଦୁନିଆକୁ ଆସିଥିଲେ।



from Odisha Reporter https://ift.tt/2paaG2e

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages