ବିରିୟାନୀରୁ ବାହାରିଲା ପୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 3, 2018

ବିରିୟାନୀରୁ ବାହାରିଲା ପୋକ

ହାଇଦ୍ରାବାଦ୍‌(ଓଡ଼ିଶା ରିପୋର୍ଟର୍‌): ଭାରତରେ ନିଜର ପ୍ରଥମ ଷ୍ଟୋର୍‌ ହାଇଦ୍ରାବାଦ୍‌ରେ ଖୋଲିବାର ମାସେ ଭିତରେ ବିବାଦରେ ଫସିଛି ବିଶ୍ୱର ନାମୀ ଫର୍ଣିଚର୍‌ ରିଟେଲର୍‌ କମ୍ପାନୀ ଇକିଆ। ତେବେ କୌଣସି ଫର୍ଣିଚର୍‌ରେ ତ୍ରୁଟି ଯୋଗୁ ନୁହେଁ, ବରଂ ନିଜ ଫ୍ୟାମିଲି ରେସ୍ତୁରାଁରେ ପ୍ରସ୍ତୁତ ବିରିୟାନୀ ଯୋଗୁ ଇକିଆ କମ୍ପାନୀକୁ କ୍ଷତି ସହିବାକୁ ପଡ଼ିଛି।

ହାଇଦ୍ରାବାଦ୍‌ରେ ଇକିଆ କମ୍ପାନୀ ଖୋଲିଥିବା ରେସ୍ତୁରାଁରେ ଅବିଦ୍‌ ମହମ୍ମଦ୍‌ ନାମକ ଜଣେ ଗ୍ରାହକ ଭେଜ୍‌ ବିରିୟାନୀ ଖାଉଥିବାବେଳେ ସେଥିରୁ ପୋକ ବାହାରିଥିଲା। ଅବିଦ୍‌ ଏହାର ଫଟୋ ଉଠାଇ ନିଜ ଟ୍ଵିଟର୍‌ରେ ଏହାକୁ ପୋଷ୍ଟ୍‌ କରିଥିଲେ ଏବଂ ଏସମ୍ପର୍କରେ ଗ୍ରେଟର ହାଇଦ୍ରାବାଦ୍‌ ମହାନଗର ନିଗମର ଦୃଷ୍ଟି ଆକର୍ଷଣ କରିଥିଲେ।

ଅବିଦ୍‌ଙ୍କ ଅଭିଯୋଗ ପାଇ ଗ୍ରେଟର ହାଇଦ୍ରାବାଦ୍‌ ମହାନଗର ନିଗମର ଅଧିକାରୀମାନେ ରେସ୍ତୁରାଁକୁ ଆସି ଏହାର ତଦନ୍ତ ଆରମ୍ଭ କରିଥିଲେ। ଅବିଦ୍‌ଙ୍କ ଅଭିଯୋଗ ସତ ପ୍ରମାଣିତ ହେବା ପରେ ଗ୍ରେଟର ହାଇଦ୍ରାବାଦ୍‌ ମହାନଗର ନିଗମ ପକ୍ଷରୁ ଇକିଆ କମ୍ପାନୀକୁ ୧୧,୫୦୦ ଟଙ୍କାର ଜୋରିମାନା ଧାର୍ଯ୍ୟ କରିଥିଲେ।

ଏହା ପରେ ଇକିଆ କମ୍ପାନୀ ପକ୍ଷରୁ ଗ୍ରାହକମାନଙ୍କ ନିକଟରେ କ୍ଷମା ପ୍ରାର୍ଥନା କରାଯାଇଛି ଏବଂ ଏପରି ତ୍ରୁଟି ଭବିଷ୍ୟତରେ ଆଉ ହେବ ନାହିଁ ବୋଲି ପ୍ରତିଶ୍ରୁତି ମଧ୍ୟ ଦିଆଯାଇଛି।



from Odisha Reporter https://ift.tt/2Cd7HiL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages