ବିଜେପିକୁ ଆଟାକ୍ କରିବାକୁ ଏମିତି କାଉଣ୍ଟର ଷ୍ଟାଟ୍ରେଜୀ ପ୍ରସ୍ତୁତ କରୁଛି ବିଜେଡି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 24, 2018

ବିଜେପିକୁ ଆଟାକ୍ କରିବାକୁ ଏମିତି କାଉଣ୍ଟର ଷ୍ଟାଟ୍ରେଜୀ ପ୍ରସ୍ତୁତ କରୁଛି ବିଜେଡି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଜାତୀୟ ଅଧ୍ୟକ୍ଷ ଅମିତ୍ ଶାହଙ୍କ ବିଜେଡି ଓ ନବୀନ ପଟ୍ଟନାୟକଙ୍କ ପ୍ରତି ପରିବର୍ତ୍ତିତ ଆଭିମୁଖ୍ୟକୁ ନେଇ ରାଜ୍ୟ ବିଜେପି ଉତ୍ସାହିତ ହୋଇ ପଡ଼ିଥିବା ବେଳେ, ଏହାର ମୁକାବିଲା ପାଇଁ ବିଜେଡି ଏବେ ନୂଆ ରଣନୀତି ପ୍ରସ୍ତୁତ କରୁଥିବା ଜଣାପଡ଼ିଛି।

ଦୀର୍ଘ ସାଢ଼େ ୪ ବର୍ଷ ଧରି ସକାରାତ୍ମକ ଆଭିମୁଖ୍ୟ ରଖିବା ସତ୍ତ୍ୱେ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ଜାତୀୟ ନେତୃତ୍ୱଙ୍କ ଅପ୍ରତ୍ୟାଶିତ ଆଭିମୁଖ୍ୟ ପରିବର୍ତ୍ତନ, ବିଜେଡି ଶିବିରରେ କମ୍ପନ ସୃଷ୍ଟି କରିଛି। ତେବେ ଆଗାମୀ ଦିନରେ ଦଳ କେଉଁଭଳି ରଣନୀତିରେ କାର୍ଯ୍ୟ କରିବ, ତାହା ଚୂଡ଼ାନ୍ତ କରିବା ପାଇଁ ନବୀନ ଏବେ ପ୍ରକ୍ରିୟା ଆରମ୍ଭ କରିଥିବାର ସୂଚନା ମିଳିଛି।

ବିଜେପିକୁ ରାଜ୍ୟରେ ଚେକ୍ ଦେବା ଓ ବିଜେପିର କେନ୍ଦ୍ରୀୟ ନେତୃତ୍ୱଙ୍କୁ ମୁହଁତୋଡ୍ ଜବାବ ଦେବା ପାଇଁ ବିଜେଡି ନିଜର କିଛି ପ୍ରଭାବଶାଳୀ ଯୁବନେତାଙ୍କୁ ଏବେ କାର୍ଯ୍ୟରେ ଲଗାଇବାକୁ ନିଷ୍ପତ୍ତି ନେଇଛି। ବିଜେପିକୁ ଟକ୍କର ଦେବା ପାଇଁ ସେମାନେ ଦଳୀୟ ରଣନୀତି ଚୂଡ଼ାନ୍ତ କରିବେ, ଯାହା ଉପରେ ତୃତୀୟ ମହଲା ମୋହର ଲଗାଇବ।

ସୂଚନା ଅନୁସାରେ, ଦଳର ଯୁବନେତାମାନଙ୍କର ଆଜି ଏକ ବୈଠକ ହୋଇଥିଲା, ଯେଉଁଥିରେ ବିଜେଡି ଓ ସୁପ୍ରିମୋଙ୍କୁ ଦୁର୍ନୀତି ପ୍ରସଙ୍ଗରେ ସୁରକ୍ଷା ଦେବା ସଂକ୍ରାନ୍ତ ରଣନୀତି ଉପରେ ଚର୍ଚ୍ଚା ହୋଇଥିଲା। ମୋଦି ସରକାରର ବିଭିନ୍ନ ବିଫଳତାକୁ ବିଜେଡି ଏବେ ନିୟମିତ ସାମ୍ବାଦିକ ସମ୍ମିଳନୀ କରି ଗଣମାଧ୍ୟମ ସମ୍ମୁଖରେ ରଖିବାକୁ ନିଷ୍ପତ୍ତି ନେଇଛି।

ସୂଚନା ଅନୁସାରେ, ମୋଦି ଓ ଶାହଙ୍କ ଯୋଡ଼ି ନବୀନ ପଟ୍ଟନାୟକ ସରକାରର ଦୁର୍ନୀତି ଓ ଅପାରଗତାକୁ ଟାର୍ଗେଟ୍ କରି ବିଜେପି କର୍ମୀଙ୍କ ମନରେ ଉତ୍ସାହ ବୃଦ୍ଧି ପାଇଁ ପ୍ରୟାସ କରିଛନ୍ତି। ୨୦୧୯ ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ପରସ୍ପରକୁ ଏଭଳି ଆକ୍ଷେପ ଆଗାମୀ ଦିନରେ ଅଧିକ କଟୁ ହେବାର ମଧ୍ୟ ସମ୍ଭାବନା ରହିଛି। କାରଣ ଏପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସିଧାସଳଖ ସମାଲୋଚନାରୁ ଦୂରେଇ ରହୁଥିବା ବିଜେଡି ଏବେ ବିଜେପିକୁ ବିଭିନ୍ନ ପ୍ରସଙ୍ଗରେ ମୁହଁତୋଡ୍ ଜବାବ ଦେବାବେଳେ କୌଣସି ଲଗାମ ନରଖିବାକୁ ସ୍ପଷ୍ଟ ସନ୍ଦେଶ ଦେଇଛି।

ସୂଚନା ଅନୁସାରେ, ଦଳର ଯୁବନେତାମାନଙ୍କର ଆଜି ଏକ ବୈଠକ ହୋଇଥିଲା, ଯେଉଁଥିରେ ବିଜେଡି ଓ ସୁପ୍ରିମୋଙ୍କୁ ଦୁର୍ନୀତି ପ୍ରସଙ୍ଗରେ ସୁରକ୍ଷା ଦେବା ସଂକ୍ରାନ୍ତ ରଣନୀତି ଉପରେ ଚର୍ଚ୍ଚା ହୋଇଥିଲା। ମୋଦି ସରକାରର ବିଭିନ୍ନ ବିଫଳତାକୁ ବିଜେଡି ଏବେ ନିୟମିତ ସାମ୍ବାଦିକ ସମ୍ମିଳନୀ କରି ଗଣମାଧ୍ୟମ ସମ୍ମୁଖରେ ରଖିବାକୁ ନିଷ୍ପତ୍ତି ନେଇଛି।

ବିଜେପିର କିଛି ଅସନ୍ତୁଷ୍ଟ ନେତାଙ୍କୁ ମଧ୍ୟ ଦଳରେ ସାମିଲ ପାଇଁ ଅଟକି ରହିଥିବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି। ଦିଲ୍ଲୀ ସର୍କଲରେ ଦଳ ଓ ସୁପ୍ରିମୋଙ୍କ ଭାବମୂର୍ତ୍ତି ସୁରକ୍ଷିତ ରଖିବା ଏବଂ ଅଧିକ ପ୍ରଚାରପ୍ରସାର ନିମନ୍ତେ ମଧ୍ୟ ଗୋଟିଏ ଟିମ୍ ସକ୍ରିୟ ଭାବେ କାର୍ଯ୍ୟ ଆରମ୍ଭ କରିଛି।



from Odisha Reporter https://ift.tt/2QTcXLA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages