‘ମୁଖ୍ୟମନ୍ତ୍ରୀ ଦିନ ଓ ଗାଁ ଠିକ୍ କରନ୍ତୁ… ହିଞ୍ଜିଳିକାଟୁ ଗଲେ ଆହୁରି ଭଲ…’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 24, 2018

‘ମୁଖ୍ୟମନ୍ତ୍ରୀ ଦିନ ଓ ଗାଁ ଠିକ୍ କରନ୍ତୁ… ହିଞ୍ଜିଳିକାଟୁ ଗଲେ ଆହୁରି ଭଲ…’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଦୁଷ୍କର୍ମ ବଢ଼ି ବଢ଼ି ଚାଲିଛି। ଗର୍ଭବତୀ ମହିଳାମାନେ ଅଟୋରେ, ବାଟରେ, ପୋଲ ତଳେ ପ୍ରସବ କରୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟଙ୍କା ଦେଇ ମହିଳାଙ୍କ ମୁହଁ ବନ୍ଦ କରିଦେବାକୁ ଚେଷ୍ଟା କରୁଛନ୍ତି। ମହିଳାମାନଙ୍କୁ ଟଙ୍କା ନୁହେଁ, ବରଂ ଇଜ୍ଜତ ଦରକାର ବୋଲି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ବିଜେପି ଜାତୀୟ ମହିଳା ମୋର୍ଚ୍ଚାର ପ୍ରତିନିଧି ସଭାରେ ଯୋଗ ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଚନ୍ତି ଯେ ଆଜିର ସମାବେଶରେ ମହିଳାମାନଙ୍କ ସ୍ଲୋଗାନ୍‌ରୁ ରାଜ୍ୟରେ ସରକାର ପରିବର୍ତ୍ତନର ଲକ୍ଷଣ ବାରି ହୋଇପଡୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରିବର୍ତ୍ତନ କଥା କହିଛନ୍ତି। ଆଉ ଏହାର ନେତୃତ୍ୱ ଓଡିଶାର ମା ଓ ଭଉଣୀମାନେ ନେବେ।

ପୁରୀର ବଡ଼ଦାଣ୍ଡ ନିକଟରେ ମା’ ଗୁଣ୍ଡିଚାରାଣୀଙ୍କ ପାଦତଳେ ଆଜି ମହିଳାମାନେ ଏକାଠି ହୋଇଛନ୍ତି ନିଜର ହକ୍ ମାଗିବା ପାଇଁ। ପ୍ରଧାନମନ୍ତ୍ରୀ ଗତ ଦୁଇଦିନ ତଳେ ଓଡ଼ିଶା ଗସ୍ତରେ ଆସି କହିଲେ ଉଜ୍ଜଳା ଯୋଜନାରେ ଓଡିଶାରେ ୩୪ ଲକ୍ଷ ମହିଳାଙ୍କୁ ଗ୍ୟାସ ମିଳିଛି। ପ୍ରଧାନମନ୍ତ୍ରୀ ଏକଥା କହିବା ପରେ ଓଡିଶାର ମୁଖ୍ୟମନ୍ତ୍ରୀ ତାଙ୍କୁ ଥଟ୍ଟା କରିଥିଲେ।

“ରାଜ୍ୟରେ ଉଜ୍ଜଳା ଗ୍ୟାସ୍‌ ଯୋଜନାରେ ହିତାଧିକାରୀ ସଂଖ୍ୟା ଖୁବଶୀଘ୍ର ୫୦ ଲକ୍ଷରେ ପହଞ୍ଚିବ। ଏହି ଯୋଜନା ଯୋଗୁ ମା’ ଭଉଣୀମାନଙ୍କ ସୁବିଧା ହୋଇଛି କି ନାହିଁ ତାହା ଜାଣିବା ପାଇଁ ମୁଖ୍ୟମନ୍ତ୍ରୀ ଦିନ ଓ ଗାଁ ଠିକ୍ କରନ୍ତୁ। ଏକାଠି ସେମାନଙ୍କ ଘରକୁ ଗଲେ ସୁବିଧା ହୋଇଛି କି ନାହିଁ ଜାଣିପାରିବା। ଯଦି ହିଞ୍ଜିଳିକାଟୁ ଯିବା ଆହୁରି ଭଲ।”

ପ୍ରଧାନମନ୍ତ୍ରୀ ମହିଳା ମାନଙ୍କ ଯୋଜନା କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ଅସହିଷ୍ଣୁ ହୋଇପଡୁଛନ୍ତି। ମହିଳା ମାନଙ୍କ ସ୍ୱଚ୍ଛଭାରତ ଯୋଜନାରେ ପାଇଖାନା ନିର୍ମାଣ ପାଇଁ ୨୦୧୪ ମସିହାରେ ଲାଲକିଲ୍ଲାରେ ପ୍ରଧାନମନ୍ତ୍ରୀ କହିଥିଲେ। ଅନ୍ୟ ରାଜ୍ୟରେ ମା, ଉଭଣୀମାନଙ୍କ ପାଇଁ ପାଇଖାନା ନିର୍ମାଣ ହେଉଥିବା ବେଳେ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ପାଇଖାନା ନିର୍ମାଣ କରୁନାହାନ୍ତି।ଏକଥା କହିବାରୁ ତାଙ୍କୁ ବାଧିଲା। ଆଉ ସେ ଉଜ୍ଜଳା ଯୋଜନାରେ ଦୁର୍ନୀତି କଥା ଉଠାଇଲେ।

ଏହି ଅବସରରେ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ କରି କହିଛନ୍ତି ଯେ- “ରାଜ୍ୟରେ ଉଜ୍ଜଳା ଗ୍ୟାସ୍‌ ଯୋଜନାରେ ହିତାଧିକାରୀ ସଂଖ୍ୟା ଖୁବଶୀଘ୍ର ୫୦ ଲକ୍ଷରେ ପହଞ୍ଚିବ। ଏହି ଯୋଜନା ଯୋଗୁ ମା’ ଭଉଣୀମାନଙ୍କ ସୁବିଧା ହୋଇଛି କି ନାହିଁ ତାହା ଜାଣିବା ପାଇଁ ମୁଖ୍ୟମନ୍ତ୍ରୀ ଦିନ ଓ ଗାଁ ଠିକ୍ କରନ୍ତୁ। ଏକାଠି ସେମାନଙ୍କ ଘରକୁ ଗଲେ ସୁବିଧା ହୋଇଛି କି ନାହିଁ ଜାଣିପାରିବା। ଯଦି ହିଞ୍ଜିଳିକାଟୁ ଯିବା ଆହୁରି ଭଲ।”

ସେହିପରି ୧ ଟଙ୍କିଆ ଚାଉଳରେ ମୋଦି ସରକାର ୨୯ ଟଙ୍କା ଦେଉଛନ୍ତି କିନ୍ତୁ ନବୀନ ବାବୁ ଏ ଚାଉଳକୁ କଟକର ମେୟର, ନିଜର ଦଳୀୟ ନେତାଙ୍କ ମଧ୍ୟରେ ବାଣ୍ଟୁଛନ୍ତି ଏହା ହେଉଛି କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟରେ ଫରକ।

୩ ଦିନ ତଳେ କୋଟଗଡରେ ନାବାଳିକାକୁ ଦୁଷ୍କର୍ମ କରାଗଲା। ମୁଖ୍ୟମନ୍ତ୍ରୀ ୫ ଲକ୍ଷ ଘୋଷଣା କରି ବସିଗଲେ। ଗର୍ଭବତୀ ମହିଳାଙ୍କୁ ପୋଷଣ ମିଳୁନାହିଁ। ମୋଦି ସରକାରଙ୍କ ଯୋଜନାକୁ ରାଜ୍ୟରେ ସଠିକ ଢଙ୍ଗରେ କାର୍ଯ୍ୟକାରୀ ହେଉନି। ୧୫ ଟି ଜିଲ୍ଲାରେ ବାଙ୍ଗରା ପିଲା ଓ କମ୍ ଓଜନର ପିଲା ଜନ୍ମ ହେଉଛନ୍ତି । ଏଥିପ୍ରତିି ସରକାରଙ୍କ ନଜର ନାହିଁ। ନବୀନ ସରକାର କାନରେ ତୁଳା ଦେଇ ବଧିର ପାଲଟି ଯାଇଛି ବୋଲି ଶ୍ରୀ ପ୍ରଧାନ କଟାକ୍ଷ କରିଛନ୍ତି ।



from Odisha Reporter https://ift.tt/2ORw0os

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages