
ନୂଆଦିଲ୍ଲୀ: ସେପ୍ଟେମ୍ବର ୧୭,ସୋମବାର ଥିଲା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୬୮ତମ ଜନ୍ମଦିନ। ଏହି ଅବସରରେ ଦେଶବାସୀଙ୍କ ସମେତ ବିଶ୍ୱର ବିଭିନ୍ନ କୋଣରୁ ପ୍ରଶଂସକମାନେ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ। ତେବେ ସମସ୍ତଙ୍କ ଭିତରେ ଜଣେ ମହିଳା କିନ୍ତୁ ଏକ ଭିନ୍ନ ଅନ୍ଦାଜ୍ରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ମୋଦିଙ୍କୁ ମହିଳାଙ୍କ ଏହି ନିଆରା ଜନ୍ମଦିନ ଶୁଭକାମନାର ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ମହିଳା ଜଣଙ୍କ ହେଉଛନ୍ତି, ଭାରତର ଜଣାଶୁଣା ପାରା ଜମ୍ପର୍ ଶୀତଲ୍ ମହାଜନ। ସେ ୭୦୦ରୁ ଅଧିକ ଥର ଆକାଶରୁ ଡେଇଁ ସାରିଲେଣି। ଶୀତଲ୍ଙ୍କୁ ପଦ୍ମଶ୍ରୀ ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଛି।
ପଦ୍ମଶ୍ରୀ ଶୀତଲ ମହାଜନ୍ ଆମେରିକାର ଚିକାଗୋରେ ଏକ ବିମାନରୁ ପ୍ରାୟ ୧୩ ହଜାର ଫୁଟ୍ ତଳକୁ ଡେଇଁ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ପାରାଚ୍ୟୁଟ୍ ପିନ୍ଧି ଡେଇଁବା ସମୟରେ ଶୀତଲ୍ଙ୍କ ହାତରେ ମୋଦିଙ୍କ ଉଦ୍ଦେଶ୍ୟରେ ଏକ ଶୁଭେଚ୍ଛା ବାର୍ତ୍ତା ମଧ୍ୟ ଥିଲା। ଏହି ବାର୍ତ୍ତାକୁ ଧରି ତଳକୁ ଡେଉଁଥିବାର ଭିଡିଓକୁ ସେ ଫେସ୍ବୁକ୍ରେ ଶେୟାର୍ କରିଛନ୍ତି।
ଶୀତଲ୍ ଏଥିରେ ଲେଖିଛନ୍ତି, ‘ମୁଁ ଗତ ୪ ବର୍ଷ ହେଲାଣି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଖା କରିବାକୁ ଚେଷ୍ଟା କରୁଛି। କିନ୍ତୁ ଏଯାଏ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ମୋତେ କୌଣସି ଉତ୍ତର ମିଳିନାହିଁ। ଆଜି ମୋ’ର ଏହି କାର୍ନାମା ପରେ ମୋତେ କିଛି ଜବାବ ମିଳିବ ବୋଲି ଆଶା କରୁଛି।’
from Odisha Reporter https://ift.tt/2xjfIh0
No comments:
Post a Comment