ଦାମଙ୍କ ବେଦନା : ବିଜେଡି ମୋ ଘର ଥିଲା, ସେ ଘରେ ମଶା ପଶିଲେ ଧୂଆଁ ଦିଏ, ମୂଷା ପଶିଲେ ଯନ୍ତା ବସାଏ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 18, 2018

ଦାମଙ୍କ ବେଦନା : ବିଜେଡି ମୋ ଘର ଥିଲା, ସେ ଘରେ ମଶା ପଶିଲେ ଧୂଆଁ ଦିଏ, ମୂଷା ପଶିଲେ ଯନ୍ତା ବସାଏ

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର): ଆଟାକିଂ ମୁଡ୍‌ରେ ବରିଷ୍ଠ ନେତା ଦାମୋଦର ରାଉତ। ବିଜେଡିରୁ ବିଦା ହେବା ପରେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରି ଆସିଥିବା ଡ.ଦାମୋଦର ରାଉତ ଏବେ ଖୁଲମଖୁଲା ଯେଉଁ ସବୁ ବାଣ ମାରୁଛନ୍ତି ସେଥିରେ ବିଜେଡି ଭୀତତ୍ରସ୍ତ। ବିଜେଡିରେ ଥିବା ବେଳେ ଦୁର୍ନୀତି ପ୍ରସଙ୍ଗ ନେଇ ଗୋଟିଏ ପରେ ଗୋଟିଏ ବାଣ ମାରି ସରକାରଙ୍କୁ ଘାଇଲା କରିଥିବା ଦାମ ବାବୁ ଦଳରୁ ବହିଷ୍କାର ହେବା ପରେ ଆହୁରି ଆକ୍ରମଣାତ୍ମକ ଭଙ୍ଗୀରେ ଉଭା ହୋଇଛନ୍ତି।

ନିଜକୁ ବେଲାଳସେନ ସହ ତୁଳନା କରୁଥିବା ଦାମ ଧୀରେ ଧୀରେ ସରକାରଙ୍କ ସବୁ ଗୁମର ଖୋଲିବା ନେଇ ଯେଉଁ ଚେତାବନୀ ଦେଇଥିଲେ ତାହା ତାଙ୍କ ବୟାନ୍‌ରେ ପ୍ରତିଫଳିତ ହେଉଛି। ପୂର୍ବରୁ ବିଭିନ୍ନ ଦୁର୍ନୀତି ପ୍ରସଙ୍ଗରେ ନିଜ ଫେସ୍‌ବୁକରେ ଗୋଟିଏ ପରେ  ଗୋଟିଏ ରହସ୍ୟକୁ ପ୍ରକାଶ କରି ଆସୁଥିବା ଦାମ ଏବେ ନିଜ ବେଦନାର କଥା କହିଛନ୍ତି।  ବିଜେଡିରେ ଥିଲା ବେଳେ ନିଜେ ଦଳ ପାଇଁ ସୁରକ୍ଷା କବଚ ସାଜିଥିଲେ ମଧ୍ୟ ତାଙ୍କୁ ତିରସ୍କାର ଏବଂ ଦଳ ପ୍ରତି ବିଶ୍ୱାସଘାତକତା କରିଥିବା ନେତାମାନଙ୍କୁ କିଭଳି ପୁରସ୍କାର ମିଳୁଛି, ତାହା ସେ ବଖାଣିଛନ୍ତି।

ଏହା ଏବେ ଭାଇରାଲ ହେଉଛି।  ସେ ଲେଖିଛନ୍ତି ଯେ, ବିଜେଡିକୁ ମୁଁ ଆଜି ଯାଏଁ ମୋ ଘର ବୋଲି ଭାବି ଆସୁଥିଲି। ସେ ଘରେ ମଶା ପଶିଲେ ଧୂଆଁ ଦିଏ।  ମୂଷା ପଶିଲେ ଯନ୍ତା ବସାଏ।  ଘରଟିକୁ ସଜାଡ଼ିବାକୁ ଚେଷ୍ଟା କରୁଥିଲି।  ମୋର ନେତା ଥିଲେ ନବୀନ। ତାଙ୍କୁ ଯିଏ ଯେବେ ଆକ୍ରମଣ କରିଛି ମୁଁ ତାଙ୍କୁ ସାମ୍ନା କରିଛି। ୨୦୧୨ ମେ’ ୨୯ରେ ନବୀନ ଲଣ୍ଡନରେ ଥିବା ବେଳେ  ପ୍ୟାରୀବାବୁଙ୍କ ସହ କିଛି  ବିଧାୟକ ମିଶି ନବୀନଙ୍କୁ ଗାଦିରୁ ହଟାଇବା ପାଇଁ  ଷଡ଼ଯନ୍ତ୍ର କରିଥିଲେ।  ଏକାକୀ ମୁଁ ତାକୁ ପଣ୍ଡ କରିଥିଲି।


କିନ୍ତୁ ଯେଉଁମାନେ ଷଡ଼ଯନ୍ତ୍ର କରିଥିଲେ, ସେଇମାନେ ଆଜି ନବୀନଙ୍କ ପ୍ରିୟପାତ୍ର। ସେଇମାନଙ୍କ କଥାରେ ପଡ଼ି  ମୋର ବିଜେଡି ଘରୁ ସେଇ ନବୀନ ମୋତେ ବହିଷ୍କାର କଲେ।  ବିଜୁ ବାକୁ ମୋତେ ରାଜନୀତିକୁ ଆଣିଥିଲେ।  ତାଙ୍କରି ଆଦର୍ଶକୁ ପାଥେୟ କରି ଚାରି ଦଶନ୍ଧି ହେଲା ରାଜନୀତିରେ ଅଛି। ମୋର ଦକ୍ଷତା ଓ ସାଧୁତା ଉପରେ କେହି କେବେ ପ୍ରଶ୍ନ କରି ନାହାନ୍ତି।

ଆଜି କଷ୍ଟ ଲାଗୁଛି। ନଷ୍ଟଚରିତ୍ର ଓ ଦୁର୍ନୀତିର ପ୍ରତୀକ କିଛି କୁଜିନେତା ଆଜି ମୋ ବିଷୟରେ ଅଶାଳୀନ ମନ୍ତବ୍ୟ ଦେଉଛନ୍ତି। ଯିଏ ଯେତେ ଦୁର୍ନୀତିରେ ବୁଡ଼ିଛନ୍ତି, ସିଏ ସେତେ ଅଭଦ୍ର କଥା କହୁଛନ୍ତି। ମୁଁ ଜାଣିପାରୁଛି ହୋଇଥିବା ଦୁର୍ନୀତି ଗୁଡ଼ିକରୁ  ଜନସାଧାରଣଙ୍କ ନଜର ହଟାବା ପାଇଁ ମୋତେ ବ୍ୟକ୍ତିଗତ ଭାବେ ଟାର୍ଗେଟ କରୁଛନ୍ତି।

ଦାମ ବାବୁ ଫେସ୍‌ବୁକରେ ପୋଷ୍ଟ କରିଥିବା ଲେଖାଟିକୁ ଏଠାରେ ସଂଯୋଗ କରାଯାଉଛି। ଆପଣ ଏହାକୁ ପଢ଼ିପାରିବେ।



from Odisha Reporter https://ift.tt/2xkQsXP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages