ବିରାଟଙ୍କୁ ପସନ୍ଦ ନୁହେଁ ଦେଶୀ ପାଣି, ଜାଣନ୍ତୁ କେଉଁ ବିଦେଶୀ ବ୍ରାଣ୍ଡ ତାଙ୍କର ଦୁର୍ବଳତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 8, 2018

ବିରାଟଙ୍କୁ ପସନ୍ଦ ନୁହେଁ ଦେଶୀ ପାଣି, ଜାଣନ୍ତୁ କେଉଁ ବିଦେଶୀ ବ୍ରାଣ୍ଡ ତାଙ୍କର ଦୁର୍ବଳତା

ନୂଆଦିଲ୍ଲୀ:(ଓଡ଼ିଶା ରିପୋର୍ଟର): ଟିମ୍‌ ଇଣ୍ଡିଆରେ ଯଦି କେହି ଜଣେ ଖେଳାଳି ସବୁଠୁ ବେଶୀ ଫିଟ୍‌ ରୁହନ୍ତି ବୋଲି କୁହାଯିବ ତେବେ ସେ ହେଉଛନ୍ତି ଅଧିନାୟକ ବିରାଟ କୋହଲି। ନିଜ ଫିଟ୍‌ନେସକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁନ୍ତି ବିରାଟ । ସ୍ୱ୍ୟାସ୍ଥ୍ୟବାନ ଶରୀର ସାଙ୍ଗକୁ ତାଙ୍କ ପାଖରେ ହିରୋମାର୍କା ଲୁକ୍‌ ମଧ୍ୟ ରହିଛି। ଫିଟ୍‌ନେସ ଓ ପର୍ସନାଲିଟି ମାମଲାରେ କୌଣସି ବଲିଉଡ୍‌ ତାରକା ବି ତାଙ୍କ ପାଖରେ ଫିକା ପଡ଼ିଯିବେ। ଖାସ୍ ସେଥିଲାଗି ବିରାଟ ପାଇଁ ଅନେକ ଝିଅ ପାଗଳ। ସ୍ୱାସ୍ଥ୍ୟବାନ ରହିବା ପାଇଁ ବିରାଟ ନିଜ ଖାଦ୍ୟ ଓ ଡାଏଟ୍‌ ଉପରେ ବେଶୀ ଧ୍ୟାନ ଦିଅନ୍ତି। ଆଉ ନିଜେ ଅନୁଶରଣ କରୁଥିବା ଉପାୟ ଗୁଡ଼ିକୁ ସାଥୀ ଖେଳାଳିଙ୍କୁ ପରାମର୍ଶ ଦିଅନ୍ତି। ତେବେ ଆସନ୍ତୁ ଜାଣିବା ବିରାଟ କୋହଲି କେଉଁ ଖାଦ୍ୟ ଖାଆନ୍ତି , କ’ଣ ପିଅନ୍ତି ଏବଂ ତାଙ୍କର ଡାଏଟ୍‌ ପ୍ଲାନ୍‌।  କ’ଣ ରହିଛି ତାଙ୍କ ଫିଟ୍‌ନେସ୍‌ ମନ୍ତ୍ର? ଆଉ ତାଙ୍କ ସୁସ୍ଥ ଏବଂ ସୁନ୍ଦର ଶରୀର ଗଠନ ପଛରେ କ’ଣ ରହିଛି ରାଜ୍‌।

୧-ବିରାଟ ବାହାର ଅପେକ୍ଷା ଘର ଖାଦ୍ୟକୁ ବେଶୀ ପସନ୍ତ କରିନ୍ତି।

୨-ତାଙ୍କ ମତରେ ଯେତେବେଳେ ମନ ଚାହିଁବ ସେତେବେଳେ ଖାଇବା ଉଚିତ୍‌।

୩-ବିରାଟ ଜଙ୍କ୍‌ ଫୁଡ୍‌ରୁ ସବୁବେଳେ ଦୂରେଇ ରୁହନ୍ତି

୪-ଜିମ୍‌ ଯିବା ବିରାଟଙ୍କ ବେଶୀ ପସନ୍ଦ ଏବଂ ଲିଫଟିଂ (lifting sessions) କରିବା ବେଶୀ ଇଚ୍ଛା । ତାଙ୍କ ମତରେ ଶରୀରର ଉପର ଅଂଶକୁ ଯେତେ ଅଧିକ ଶକ୍ତିଶାଳୀ ରଖିବେ ସେତେ ଭଲ।

୫-ଯେହେତୁ ବିରାଟ ପଞ୍ଜାବୀ ପରିବାରୁ ଆସିଛନ୍ତି ତେଣୁ ‌ଖାନାପିନା ତାଙ୍କର ସ୍ୱତନ୍ତ୍ର। ଏକ ଇଣ୍ଟର୍ଭ୍ୟୁରେ ସେ କହିଛନ୍ତି ଯେ, ସେ ବିଭିନ୍ନ ପ୍ରକାର ତରକାରୀ ଖାଇବାକୁ ପସନ୍ଦ କରନ୍ତି।  ବିରାଟ ଛୋଲେ ବୁଟ ଖାଇବାକୁ ବେଶୀ ଭଲ ପାଆନ୍ତି।

୬-ସକାଳ ଖାଇବାରେ ଚପ୍‌ ଏବଂ ‍ଫଳମୂଳକୁ ଅଧିକ ଗୁରୁତ୍ୱ ଦିଅନ୍ତି। ତାଙ୍କର ଆଉ ଏକ ରୁଚିର ଫୁଡ୍‌ ହେଲା ଚକୋଲେଟ୍‌ ବ୍ରାଉନି।

୭- ବିରାଟ କେବଳ ବାହାର ଖାଦ୍ୟକୁ ନା କୁହନ୍ତି ସେ କଥା ନୁହଁ ବାହାର ପାଣି ମଧ୍ୟ ପିଇବାକୁ ପସନ୍ଦ କରନ୍ତିନି। ସେ ଏକ ସ୍ୱତନ୍ତ୍ର ପାଣି ପିଅନ୍ତି। କୁହାଯାଏ ସେ ଇଭିଆନ୍‌(Evian) ପାଣି ପିଅନ୍ତି। ଏହି ପାଣି ଭାରି ମହଙ୍ଗା। ଏହି ପାଣି  ଫ୍ରାନ୍ସରୁ ଆସେ।



from Odisha Reporter https://ift.tt/2wV4JKJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages