ବିଜେଡିର ଅନ୍ତର୍ଦ୍ୱନ୍ଦ୍ୱ: ଗୋଟିଏ ତେଲ ଟାଙ୍କିରେ ବିଜେଡିର ଦୁଇଗୋଷ୍ଠୀର ଆନ୍ଦୋଳନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 8, 2018

ବିଜେଡିର ଅନ୍ତର୍ଦ୍ୱନ୍ଦ୍ୱ: ଗୋଟିଏ ତେଲ ଟାଙ୍କିରେ ବିଜେଡିର ଦୁଇଗୋଷ୍ଠୀର ଆନ୍ଦୋଳନ

factionalism-surfaces-in-salepur-bjd-unit-during-protest-against-oil-price-hike 
ସାଲେପୁର (ମନୋଜ ଆଚାର୍ଯ୍ୟ): ପ୍ରକୃତରେ ନେତା କିଏ? ଯଦି ନେତାଙ୍କ ପରିଚୟ ମିଳିଗଲା, ତାହାହେଲେ ସେମାନଙ୍କ ମଧ୍ୟରୁ କିଏ ଅସଲି, ଆଉ କିଏ ନକଲି। ଏମିତି ପ୍ରଶ୍ନ ଆଜି ସାଲେପୁରବାସୀଙ୍କୁ ଘାରିଛି। କାରଣ ତୈଳଦର ବୃଦ୍ଧି ପ୍ରତିବାଦରେ ବିଜେଡିର ଦୁଇଟି ଗୋଷ୍ଠୀ ଗୋଟିଏ ପେଟ୍ରୋଲ ପମ୍ପ ଆଗରେ ଏକ ସଙ୍ଗେ ଆନ୍ଦୋଳନ କରିଥିଲେ। ସେମାନେ କେହି କାହାକୁ ନେତା ବୋଲି ମାନିବାକୁ ପ୍ରସ୍ତୁତ ନଥିଲେ। ଏଥିରୁ ସ୍ପଷ୍ଟ ଭାବେ ବାରି ହେଉଛି ସାଲେପୁର ବିଜେଡିରେ ଅନ୍ତଃଦ୍ୱନ୍ଦ୍ୱ ଲାଗି ରହିଛି। ଯାହା ଦାଣ୍ଡରେ ପଡି ହାଟରେ ଗଡ଼ିଲାଣି।
 
ପୂରା ଘଟଣାଟି ଏମିତି। ସାଲେପୁର ଲୁଣାହାର ତେଲଟାଙ୍କିରେ ଆଜି ବିଜେଡିର ଗୋଟିଏ ଗୋଷ୍ଠୀ ନବୀନ ପଟ୍ଟନାୟକ ଓ ଶଙ୍ଖଚିହ୍ନ ଥିବା ବ୍ୟାନର ଧରି ପ୍ରତିବାଦ କରିଥିଲେ। ଏହାର ନେତୃତ୍ୱ ନେଉଥିଲେ ବିଶ୍ୱରଂଜନ ଖଟାଇ। ସେମାନଙ୍କ ଠାରୁ ଅନତି ଦୂରରେ ଆଉ ଏକ ଗୋଷ୍ଠୀ ପ୍ରତିବାଦ କରୁଥିଲେ। ଏହାର ନେତୃତ୍ୱ ନେଉଥିଲେ ବିଧାୟକ ପାର୍ଥୀ ହୋଇ ପୂର୍ବ ନିର୍ବାଚନରେ ହାରିଥିବା ପ୍ରଶାନ୍ତ ବେହେରା।
 
ଗୋଟିଏ ଗୋଷ୍ଠୀ ତେଲଟାଙ୍କିରେ ପ୍ରତିବାଦ ସଭା କରୁଥିବା ବେଳେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା। ତେବେ କୌଣସି ଅପ୍ରୀତିକର ଘଟଣା ଘଟିବା ପୂର୍ବରୁ ଉଭୟ ଗୋଷ୍ଠୀର କିଛି ବରିଷ୍ଠ କର୍ମୀ ପରିସ୍ଥିତିକୁ ସମ୍ଭାଳି ନେଇଥିଲେ। ତେବେ ସମାନ୍ତରାଳ ପ୍ରତିବାଦ ନେଇ ଉଭୟ ଉଭୟଙ୍କୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ।


from Odisha Reporter https://ift.tt/2Md98xe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages