କାହିଁକି ଓ କେବେ ଏମିତି କହିଥିଲେ ବିରାଟ୍‌ : ମୋର ଭୁଲ୍‌ ହୋଇଯାଇଛି, ମୋତେ ବ୍ୟାନ୍‌ କରନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 5, 2018

କାହିଁକି ଓ କେବେ ଏମିତି କହିଥିଲେ ବିରାଟ୍‌ : ମୋର ଭୁଲ୍‌ ହୋଇଯାଇଛି, ମୋତେ ବ୍ୟାନ୍‌ କରନି

ନୂଆଦିଲ୍ଲୀ: ଆଗ୍ରେସିଭ୍‌ କ୍ରିକେଟର୍‌ ଭାବେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ବେଶ ପରିଚିତ। ତେବେ ବିରାଟ୍‌ ତାଙ୍କ କ୍ରିକେଟ୍‌ କ୍ୟାରିୟର୍‌ରେ ସମ୍ମୁଖୀନ ହୋଇଥିବା ଏକ ଲଜ୍ଜାଜନକ ପରିସ୍ଥିତି ସମ୍ପର୍କରେ ଆଜି ଖୁଲାସା କରିଛନ୍ତି।
ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା ଯେ ବିରାଟ୍‌ ଭୁଲ୍‌ ମାଗିବା ସହ, ତାଙ୍କୁ ଖେଳିବାକୁ ଅନୁମତି ଦିଆଯାଉ ବୋଲି ମଧ୍ୟ ନିବେଦନ କରିଥିଲେ। ଏକଥାକୁ ଆପଣ ବିଶ୍ୱାସ କରି ନ ପାରନ୍ତି, ହେଲେ ବିରାଟ୍‌ଙ୍କ ସହ ୨୦୧୨ରେ ଏଭଳି ଘଟଣା ଘଟିଥିଲା।
୨୦୧୨ରେ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ ସିଡ୍‌ନୀ ଗ୍ରାଉଣ୍ଡରେ ୨ୟ ଟେଷ୍ଟ୍‌ ଖେଳୁଥିଲା। ଏହି ସମୟରେ ବିରାଟ୍‌ ବାଉଣ୍ଡରୀ ପାଖରେ ଫିଲ୍ଡିଂ କରୁଥିଲେ। ଅଷ୍ଟ୍ରେଲିଆ ବ୍ୟାଟସ୍‌ମ୍ୟାନ୍‌ ଭଲ ବ୍ୟାଟିଂ କରୁଥିବାରୁ ଷ୍ଟାଡିୟମ୍‌ରେ ଥିବା ଦର୍ଶକମାନେ ମଧ୍ୟ ବେଶ ଉଲ୍ଲସିତ ହେଉଥିଲେ।
କିନ୍ତୁ ବାଉଣ୍ଡରୀ ପାଖରେ ଫିଲ୍ଡିଂ କରୁଥିବା ବିରାଟ୍‌ ଦର୍ଶକମାନଙ୍କୁ ମଝି ଅଙ୍ଗୁଳି ଦେଖାଇ ଅଶ୍ଲୀଳ ଇଙ୍ଗିତ କରିଥିଲେ। ଯାହାକୁ ନେଇ ଚାରିଆଡ଼େ ଚର୍ଚ୍ଚା ହୋଇଥିଲା। ଏହାର ପରଦିନ ମ୍ୟାଚ୍‌ ରେଫରୀ ରଞ୍ଜନ ମୁଦୁଗଲ୍ଲେ ବିରାଟ୍‌ଙ୍କୁ ଚ୍ୟାମ୍ବରକୁ ଡାକି ଘଟଣା ସମ୍ପର୍କରେ ନିଜର ପକ୍ଷ ରଖିବାକୁ କହିଥିଲେ।
ଏହି ସମୟରେ ବିରାଟ୍‌ “ସେମିତି କିଛି ନାହିଁ, କେବଳ ମଜାରେ ମଜାରେ କିଛି ଗୋଟେ ଘଟିଥିଲା” ବୋଲି କହିଥିଲେ। କିନ୍ତୁ ମ୍ୟାଚ୍‌ ରେଫରୀ ରଞ୍ଜନ୍‌ ବିରାଟ୍‌ଙ୍କୁ ଖବରକାଗଜରେ ବାହାରିଥିବା ତାଙ୍କ ଫଟୋ ଦେଖାଇଥିଲେ।  ଏହି ସମୟରେ ବିରାଟ୍‌ ଡରିଯିବା ସହ ମୋର ଭୁଲ୍‌ ହୋଇଯାଇଛି ଓ ମୋତେ ବ୍ୟାନ୍‌ କରନାହିଁ ବୋଲି ନିବେଦନ କରିଥିଲେ….ଖୋଦ୍‌ ବିରାଟ୍‌ କୋହଲି ଏକଥାର ଖୁଲାସା କରିଛନ୍ତି।
ବିରାଟ୍‌ ଟ୍ୱିଟ୍‌ କରି କହିଛନ୍ତି, “କ୍ରିକେଟ୍‌ର ମାନେ ଦର୍ଶକଙ୍କୁ ପ୍ରତିଉତ୍ତର ଦେବା ଠିକ୍‌ ନୁହେଁ। ତେବେ ଦର୍ଶକମାନେ ଯେତେବେଳ ଆପଣମାନଙ୍କ ମା ଓ ଭଉଣୀଙ୍କ ସମ୍ପର୍କରେ କହିବେ, ସେତେବେଳେ ଆପଣ କ’ଣ କରିବେ? ବୋଧେ ଏଭଳି ଭାଷା ଶୁଣିବା ସବୁଠାରୁ କଷ୍ଟଦାୟକ” ବୋଲି ବିରାଟ୍‌ ତାଙ୍କ ଟ୍ୱିଟରେ କହିଛନ୍ତି।


from Odisha Reporter https://ift.tt/2PzyU0O

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages