ଓଡ଼ିଶାରେ ଆଗୁଆ ନିର୍ବାଚନ ସପକ୍ଷରେ ବିଜେଡି: ନିର୍ବାଚନ କମିଶନଙ୍କୁ ଚିଠି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 5, 2018

ଓଡ଼ିଶାରେ ଆଗୁଆ ନିର୍ବାଚନ ସପକ୍ଷରେ ବିଜେଡି: ନିର୍ବାଚନ କମିଶନଙ୍କୁ ଚିଠି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଏକସଙ୍ଗେ ବିଧାନସଭା ଓ ଲୋକସଭା ନିର୍ବାଚନ କରିବା ସପକ୍ଷରେ ବିଜେଡି ଯୁକ୍ତି ବାଢ଼ିଛି। ନିର୍ଦ୍ଧାରିତ ଅବଧି ପୂର୍ବରୁ ଲୋକସଭା ନିର୍ବାଚନର ଆଶଙ୍କା କରି ବିଜେଡି ଏକସଙ୍ଗେ ଓଡ଼ିଶାରେ ବିଧାନସଭା ନିର୍ବାଚନ ନିମନ୍ତେ ପ୍ରସ୍ତୁତି କରିବା ପାଇଁ ଆଜି ବିଧିବଦ୍ଧ ଭାବେ ଚିଠି ଲେଖି ଜାତୀୟ ନିର୍ବାଚନ କମିଶନଙ୍କୁ ଅବଗତ କରାଇଛି। ତେବେ ରାଜ୍ୟରେ ବିଜେଡିର ସରକାର ଥିବାବେଳେ ଦଳ ପକ୍ଷରୁ ନିର୍ବାଚନ କମିଶନଙ୍କୁ ଏଭଳି ଚିଠି ଲେଖାଯିବା ନେଇ ଏବେ ଚର୍ଚ୍ଚା ହେଉଛି।

ଦଳ ପକ୍ଷରୁ ସାଂସଦ ପିନାକୀ ମିଶ୍ର ଏନେଇ ଆଜି ନିର୍ବାଚନ କମିଶନଙ୍କୁ ଚିଠି ଲେଖିବା ସହ କମିଶନଙ୍କୁ ଭେଟି ଏ ସଂପର୍କରେ ଯୁକ୍ତି ଉପସ୍ଥାପନ କରିଛନ୍ତି। ସେ ଜଣାଇଛନ୍ତି ଯେ, ଯଦି କେନ୍ଦ୍ର ସରକାର ୨୦୧୯ ମସିହାରେ ନିର୍ଦ୍ଧାରିତ ଅବଧି ପୂର୍ବରୁ ଲୋକସଭା ନିର୍ବାଚନ କରିବା ପାଇଁ ନିଷ୍ପତ୍ତି ନିଅନ୍ତି, ତା’ହେଲେ ଓଡ଼ିଶାରେ ଏକସଙ୍ଗେ ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ଆବଶ୍ୟକ ପ୍ରସ୍ତୁତି କରାଯିବା ଉଚିତ୍। କାରଣ ଏକସଙ୍ଗେ ନିର୍ବାଚନ ହେଲେ ପ୍ରାୟ ୧ ହଜାର କୋଟି ଟଙ୍କା ସଂଚୟ ହୋଇପାରିବ।

ପିନାକୀ ମିଶ୍ର ଲୋକସଭା ନିର୍ବାଚନ ସହ ଓଡ଼ିଶାର ବିଧାନସଭା ନିର୍ବାଚନ ଏକାଠି କରାଇବା ସପକ୍ଷରେ ଯୁକ୍ତି ବାଢ଼ି କହିଛନ୍ତି ଯେ, ନିର୍ବାଚନୀ ଖର୍ଚ୍ଚକୁ ରାଜ୍ୟ ଓ କେନ୍ଦ୍ର ସରକାର ୫୦ ପ୍ରତିଶତ ଲେଖାଏ ଭରଣା କରିଥାନ୍ତି। ଯଦି କେନ୍ଦ୍ର ସରକାର ଆଗୁଆ ଲୋକସଭା ନିର୍ବାଚନ କରିବେ ଓ ବିଧାନସଭା ନିର୍ବାଚନ ଧାର୍ଯ୍ୟ ସମୟରେ ହେବ, ତା’ହେଲେ ଓଡ଼ିଶାକୁ ଉଭୟ ନିର୍ବାଚନ ପାଇଁ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ। ଯାହାକି ଓଡ଼ିଶା ଭଳି ବିକାଶମୁଖୀ ରାଜ୍ୟର ଅର୍ଥନୀତିକୁ ପ୍ରଭାବିତ କରିବ।

ସେହିପରି ଦୁଇଥର ଅଲଗା ଅଲଗା ସମୟରେ ନିର୍ବାଚନ ହେଲେ ଦୁଇଥର ଆଚରଣ ବିଧି ଲାଗୁ କରାଯିବ। ଫଳରେ ରାଜ୍ୟରେ ବିକାଶମୂଳକ କାମ ବାଧାପ୍ରାପ୍ତ ହେବ। ଏକଥରେ ନିର୍ବାଚନ ହେଲେ ଏହି ଅସୁବିଧା ରହିବ ନାହିଁ।

ଶ୍ରୀ ମିଶ୍ର ଲୋକସଭା ନିର୍ବାଚନ ସହ ଓଡ଼ିଶାର ବିଧାନସଭା ନିର୍ବାଚନ ଏକାଠି କରାଇବା ସପକ୍ଷରେ ଯୁକ୍ତି ବାଢ଼ି କହିଛନ୍ତି ଯେ, ନିର୍ବାଚନୀ ଖର୍ଚ୍ଚକୁ ରାଜ୍ୟ ଓ କେନ୍ଦ୍ର ସରକାର ୫୦ ପ୍ରତିଶତ ଲେଖାଏ ଭରଣା କରିଥାନ୍ତି। ଯଦି କେନ୍ଦ୍ର ସରକାର ଆଗୁଆ ଲୋକସଭା ନିର୍ବାଚନ କରିବେ ଓ ବିଧାନସଭା ନିର୍ବାଚନ ଧାର୍ଯ୍ୟ ସମୟରେ ହେବ, ତା’ହେଲେ ଓଡ଼ିଶାକୁ ଉଭୟ ନିର୍ବାଚନ ପାଇଁ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ। ଯାହାକି ଓଡ଼ିଶା ଭଳି ବିକାଶମୁଖୀ ରାଜ୍ୟର ଅର୍ଥନୀତିକୁ ପ୍ରଭାବିତ କରିବ।

ଓଡ଼ିଶା ପାଇଁ ଏକସଙ୍ଗେ ନିର୍ବାଚନ ନୂଆକଥା ନୁହେଁ। ବିଧାନସଭା ଓ ଲୋକସଭା ନିର୍ବାଚନ ଅଲଗା କରିବାକୁ ନେଇ ଓଡ଼ିଶାରେ ଚାଲି ଆସୁଥିବା ପରମ୍ପରାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୪ ମସିହାରେ ଭାଙ୍ଗି ଦେଇଥିଲେ। ଲୋକସଭା ନିର୍ବାଚନ ଆଗୁଆ ହେବାରୁ ଓଡ଼ିଶା ବିଧାନସଭାକୁ ମଧ୍ୟ ସେହି ସମୟରେ ଭାଙ୍ଗି ଦେଇ ଏକାଠି ନିର୍ବାଚନ କରିଥିଲେ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି।

ତେବେ ପ୍ରଶ୍ନ ଉଠୁଛି, କେନ୍ଦ୍ର ସରକାର ଆଗୁଆ ନିର୍ବାଚନ କରିବେ ବୋଲି ବିଜେଡି କେଉଁ ସୂତ୍ରରୁ ଆଭାସ ପାଇଲା ଓ ଏନେଇ ବିଧିବଦ୍ଧ ଭାବେ ନିର୍ବାଚନ କମିଶନଙ୍କୁ ଚିଠି ଲେଖିଲା। ଯଦି ବାସ୍ତବରେ ବିଜେଡି ଆଗୁଆ ନିର୍ବାଚନ ଚାହୁଁଛି, ତା’ହେଲେ ରାଜ୍ୟରେ ବିଜେଡି ନେତୃତ୍ୱାଧୀନ ନବୀନ ପଟ୍ଟନାୟକ ସରକାର ଏନେଇ ଜାତୀୟ କମିଶନଙ୍କ ଦୃଷ୍ଟି ଆକର୍ଷଣ କଲେନି କାହିଁକି। ରାଜ୍ୟରେ ଅନ୍ୟାନ୍ୟ ଦଳ ଥିବାବେଳେ ବିଜେଡି କଥାରେ କ’ଣ ଜାତୀୟ ନିର୍ବାଚନ କମିଶନ ଓଡ଼ିଶା ସମ୍ପର୍କରେ ନିଷ୍ପତ୍ତି ନେବେକି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।



from Odisha Reporter https://ift.tt/2oFJ44C

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages