୨୦୧୯ରେ ମୋଦି ଫେରିବେ କି ନାହିଁ ? ଜାଣନ୍ତୁ କ’ଣ କହୁଛି ଜ୍ୟୋତିଷଙ୍କ ଅଙ୍କ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 26, 2018

୨୦୧୯ରେ ମୋଦି ଫେରିବେ କି ନାହିଁ ? ଜାଣନ୍ତୁ କ’ଣ କହୁଛି ଜ୍ୟୋତିଷଙ୍କ ଅଙ୍କ

modi

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ଲୋକଙ୍କ ମଧ୍ୟରେ ସେତିକି ଉତ୍କଣ୍ଠା ବଢ଼ିବାରେ ଲାଗିଛି। ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ- କ’ଣ ପୁଣି ଥରେ ନରେନ୍ଦ୍ର ମୋଦି ବିରୋଧୀଙ୍କୁ ମାତ୍‌ ନେଇ ଦିଲ୍ଲୀ ସିଂହାସନ ପୁଣି ଦଖଲ କରିବେ ? କେବଳ ସାଧାରଣ ଲୋକେ ନୁହନ୍ତି, ସରକାରୀ ଓ ବିରୋଧୀ ଦଳ ମଧ୍ୟ ଏମିତି ପ୍ରଶ୍ନକୁ ନେଇ ଘାଣ୍ଟି ହେଉଛନ୍ତି।

ଏପରି ଏକ ଜଟିଳ ପ୍ରଶ୍ନର ଉତ୍ତର ଖୋଜିବାରେ ରାଜନୈତିକ ଦଳଙ୍କ ସହ ଜ୍ୟୋତିଷ ବିଶାରଦମାନେ ମଧ୍ୟ ପ୍ରୟାସ ଚଳାଇଛନ୍ତି। ‘ପ୍ରଶ୍ନକୁଣ୍ଡଳୀ’ ମାଧ୍ୟମରେ ଜ୍ୟୋତିଷ ବିଶାରଦ ଏହି ପ୍ରଶ୍ନର ଉତ୍ତର ଖୋଜିବାକୁ ଚେଷ୍ଟା କରିଛନ୍ତି। କାରଣ ଯଦି କାହାର ଜନ୍ମପତ୍ରିକା ସମ୍ପୂର୍ଣ୍ଣ ସୁନିଶ୍ଚିତ ହୋଇ ନଥାଏ ସେଠାରେ ‘ପ୍ରଶ୍ନକୁଣ୍ଡଳୀ’ ଗଣନା ସର୍ବାଧିକ ସଠିକ୍‌ ହୋଇଥାଏ ବୋଲି କୁହାଯାଏ।

ତେବେ ଆସନ୍ତୁ ଜାଣିବା ‘ପ୍ରଶ୍ନକୁଣ୍ଡଳୀ’ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ୨୦୧୯ ଲୋକସଭା ନିର୍ବାଚନ କେଉଁ ପ୍ରକାର ଚ୍ୟାଲେଞ୍ଜ ଆଣିବ।

ମାଲବ୍ୟ ରାଜଯୋଗ

୨୦୧୯ ନିର୍ବାଚନ ଭବିଷ୍ୟ ଓ ମୋଦିଜୀଙ୍କ ସଫଳତା ଆକଳନ କରିବାକୁ ଯେଉଁ ‘ପ୍ରଶ୍ନକୁଣ୍ଡଳୀ’ ପ୍ରସ୍ତୁତ କରାଯାଇଛି ଏହା ତୁଳା ଲଗ୍ନରେ ରହିଛି। ଲଗ୍ନେଶ ଶୁକ୍ର ଲଗ୍ନରେ ଥିବା କାରଣରୁ ‘ମାଲବ୍ୟ’ ନାମକ ପଞ୍ଚମହାପୁରୁଷ ରାଜଯୋଗ ହେଉଛି। ଏହାର ଫଳ ସ୍ୱରୂପ ୨୦୧୯ ସାଧାରଣ ନିର୍ବାଚନରେ ନରେନ୍ଦ୍ର ମୋଦି ବିରୋଧୀଙ୍କଠାରୁ ବହୁତ ଆଗରେ ରହିବେ। ମାଲବ୍ୟ ଯୋଗ ଯୋଗୁ ତାଙ୍କ ଲୋକପ୍ରିୟତା ଅପରିବର୍ତ୍ତିତ ରହିବ। ବାକ୍‌ଚାତୁରୀରେ ସେ ସାଧାରଣ ଲୋକଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ପୁଣି ଥରେ ସଫଳ ହେବେ।

ପ୍ରଶ୍ନକୁଣ୍ଡଳୀରେ ଦେବଗୁରୁ ବୃହସ୍ପତି ମଧ୍ୟ ଲଗ୍ନରେ ରହିଛନ୍ତି। ଏହା ତାଙ୍କୁ ବୁଝି ବିଚାରି ଆଗକୁ ବଢ଼ିବାରେ ସହାୟକ ହେବ।

ବିପରୀତ ରାଜଯୋଗ

ପ୍ରଶ୍ନକୁଣ୍ଡଳୀ ଅନୁସାରେ ବିପରୀତ ରାଜଯୋଗ ଅତ୍ୟନ୍ତ ଶୁଭ। ଭାଗ୍ୟର ଅଧିପତି ସ୍ୱରାଶିରେ ଥିବା କାରଣରୁ ଭାଗ୍ୟ ଫଳ ମିଳିବ। ପ୍ରଶ୍ନକୁଣ୍ଡଳୀରେ ଭାଗ୍ୟାଧିପତି ହେଉଛନ୍ତି ବୁଧ। ବୁଧ ସ୍ୱରାଶିରେ ଥିବାରୁ ବିପରୀତ ରାଜଯୋଗ ହେତୁ ନିଜ କଥା ଓ ବାକ୍‌ଚାତୁରୀର ଲାଭ ମୋଦିଜୀଙ୍କୁ ମିଳିବ।

ବୁଧାଦିତ୍ୟ ଯୋଗ

ପ୍ରଶ୍ନକୁଣ୍ଡଳୀ ଅନୁସାରେ ସୂର୍ଯ୍ୟ ଏବଂ ବୁଧଙ୍କ ଯୋଗ ହେବା କାରଣରୁ ବୁଧାଦିତ୍ୟ ଶୁଭ ଯୋଗ ହେଉଛି। ସୂର୍ଯ୍ୟ କ୍ଷମତା ଓ ରାଜସିଂହାସନର ପ୍ରତିନିଧି। ଏଠାରେ ସୂର୍ଯ୍ୟ ମିତ୍ରକ୍ଷେତ୍ରୀ ହୋଇଥିବାରୁ କ୍ଷମତା ଦଖଲ ପାଇଁ ରାସ୍ତା ସୁଗମ ହେବ।

ମହାଲକ୍ଷ୍ମୀ ଯୋଗ

ପ୍ରଶ୍ନକୁଣ୍ଡଳୀ ଅନୁସାରେ ମହାଲକ୍ଷ୍ମୀଙ୍କ ଯୋଗ ମଧ୍ୟ ରହିଛି। ଏହା ଅତ୍ୟନ୍ତ ଶୁଭ। ଏହା କର୍ମକ୍ଷେତ୍ରର ଅଧିପତି ଚନ୍ଦ୍ରଙ୍କ ପୂର୍ଣ୍ଣ ଦୃଷ୍ଟି କର୍ମକ୍ଷେତ୍ରରେ ଥିବାରୁ ଲାଭ ମିଳିବ।

mmoଶନି ତୃତୀୟ ଭାବସ୍ଥ

ପ୍ରଶ୍ନକୁଣ୍ଡଳୀରେ ଚତୁର୍ଥେଶ ଶନି ନିଜ ଭାବର ଦ୍ୱାଦଶ ସ୍ଥାନରେ ରହିଛନ୍ତି। ଯାହା ଶୁଭ ନୁହେଁ। ଚତୁର୍ଥ ‘ଭାବ’ ଜନତାଙ୍କ ପ୍ରତିନିଧି। ଏହାର ଅଧିପତିଙ୍କ ଭାବ ୧୨ତମ ସ୍ଥାନରେ ଥିବାରୁ ଜନସହଯୋଗ କମିପାରେ। ଏହାର ଫଳସ୍ୱରୂପ ମୋଦିଜୀଙ୍କୁ ସମାଲୋଚନାର ଶିକାର ହେବାକୁ ପଡ଼ିପାରେ। କିନ୍ତୁ ସାହସ ଓ ପରାକ୍ରମର ‘ଭାବ’ରେ ଶନିଙ୍କ ଉପସ୍ଥିତି ଏହି ସମାଲୋଚନାକୁ ସମ୍ପୂର୍ଣ୍ଣ ବଳ ଲଗାଇ ପ୍ରତିକାର କରିବାରେ ସହାୟକ ହେବ।

ରାହୁ ଦଶମସ୍ଥ

ପ୍ରଶ୍ନକୁଣ୍ଡଳୀରେ ସବୁଠାରୁ ଅଧିକ ଚିନ୍ତାଜନକ ସଙ୍କେତ ହେଲା ରାହୁ ୧୦ମ ଭାବରେ ରହିବା। ଏହି ଭାବ କର୍ମକ୍ଷେତ୍ର, ପ୍ରତିଷ୍ଠା, ସମ୍ମାନ, କ୍ଷମତା ସହ ଜଡ଼ିତ। ରାହୁ ୧୦ମ ସ୍ଥାନରେ ଥିବାରୁ ସ୍ପଷ୍ଟ ସଙ୍କେତ ମିଳୁଛି ଯେ, ଏଥର କ୍ଷମତା ଦଖଲ ରାସ୍ତା ଏତେ ସହଜ ହେବନାହିଁ। ଏଥିପାଇଁ ମୋଦିଜୀଙ୍କୁ କଠିନ ସଂଘର୍ଷ ଓ ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡ଼ିବ।

ମଙ୍ଗଳଙ୍କ ନୀଚଦୃଷ୍ଟି

ପ୍ରଶ୍ନକୁଣ୍ଡଳୀରେ ମଙ୍ଗଳ ଉଚ୍ଚରାଶିସ୍ଥ ହୋଇ ଚତୁର୍ଥ ଭାବରେ ରହିଛନ୍ତି। ଯେଉଁଠୁ ମଙ୍ଗଳ ଦଶମ ଭାବ ଉପରେ ନୀଚ ଦୃଷ୍ଟି ପକାଉଛନ୍ତି। ଏହା ମୋଦିଜୀଙ୍କ ପାଇଁ ଶୁଭ ନୁହେଁ। ଏହାଦ୍ୱାରା କର୍ମକ୍ଷେତ୍ରରେ ବାଧା ସୃଷ୍ଟି ହେବ। ମଙ୍ଗଳ ଏକ ମାରଣାତ୍ମକ ପ୍ରଭାବର ଗ୍ରହ। ଏହା ଯେତେବେଳେ କୌଣସି ଭାବରେ ପ୍ରଭାବ ପକାଇଥାଏ, ତାହାର କ୍ଷତି କରିଥାଏ। କର୍ମକ୍ଷେତ୍ରରେ ମଙ୍ଗଳଙ୍କ ନୀଚଦୃଷ୍ଟି କ୍ଷମତା ପ୍ରାପ୍ତିରେ ପ୍ରତିବନ୍ଧକ ସୃଷ୍ଟି କରିପାରେ।

ଦଶା ଅନୁକୁଳତା

ପ୍ରଶ୍ନକୁଣ୍ଡଳୀ ଆଧାରରେ ବିଂଶୋତ୍ତରୀ ଦଶା ଗଣନା ଅନୁସାରେ ନରେନ୍ଦ୍ର ମୋଜିଙ୍କ ପାଇଁ ଅନୁକୁଳ ରହିଛି। ବର୍ତ୍ତମାନ ମହାଦଶା ଓ ଅନ୍ତଦିଶା କର୍ମକ୍ଷେତ୍ରର ଅଧିପତିଙ୍କ ଚାଲୁଛି। ଯାହା ଶୁଭ ଫଳ ପ୍ରଦାନ କରିବ।

ସୌଜନ୍ୟ: ୱେବ୍‌ଦୁନିଆ



from Odisha Reporter https://ift.tt/2xGouWA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages