ପୁଅର ମୃତ୍ୟୁ ପରେ ବିଷ ପିଇ ଦେଲେ ବାପାମା’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 26, 2018

ପୁଅର ମୃତ୍ୟୁ ପରେ ବିଷ ପିଇ ଦେଲେ ବାପାମା’

btrfeed

ଯାଜପୁର(ଓଡ଼ିଶା ରିପୋର୍ଟର): ପୁଅର ମୃତ୍ୟୁ ପରେ ବାପାମା’ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଅର୍ନ୍ତଗତ କୁରିସାହିରେ। ମୃତକଦ୍ୱୟ ହେଲେ ପ୍ରଦୀପ ଜେନା ଓ ପ୍ରଭାତି ଜେନା।

ସୂଚନା ଅନୁଯାୟୀ, ଏହି ଦମ୍ପତିଙ୍କ ଏକମାତ୍ର ପୁଅ ଓମ୍‌ (୮) ଥାଲାସେମିଆରେ ରୋଗରେ ପୀଡ଼ିତ ଥିଲେ। ପ୍ରତି ମାସରେ ଥରେ ତାଙ୍କୁ ରକ୍ତ ଦିଆଯାଉଥିଲା।

ଗତ ସୋମବାର ଦିନ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା। ପ୍ରଦୀପ ଓ ପ୍ରଭାତି ତାଙ୍କୁ କଟକ ବଡ଼ ଡାକ୍ତରଖାନା ନେଇଥିଲେ। ସେଠାରେ ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଓମ୍‌ଙ୍କ ମୃତ୍ୟୁ ହୋଇଥିଲା।

ପୁଅର ମୃତ୍ୟୁରେ ମ୍ରିୟମାଣ ହୋଇ ବୁଧବାର ଦିନ ଉଭୟ ପ୍ରଦୀପ ଓ ପ୍ରଭାତି ବିଷ ପିଇ ଦେଇଥିଲେ।

ସେମାନେ ବିଳମ୍ୱିତ ସମୟ ଯାଏ ଘର କବାଟ ନ ଖୋଲିବାରୁ ପରିବାର ଲୋକେ କବାଟ ଭାଙ୍ଗି ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ସେମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା। ତେବେ ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ପୁଲିସ୍‌ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।



from Odisha Reporter https://ift.tt/2zxbqnX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages