ଜାଲ୍‌ ନୋଟ୍‌ ପାଇଁ ଛେଳି ବେପାରୀ ଛେଚା ଖାଇଲେ, ପରେ ଠକଙ୍କୁ ଧରାଇଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, September 21, 2018

ଜାଲ୍‌ ନୋଟ୍‌ ପାଇଁ ଛେଳି ବେପାରୀ ଛେଚା ଖାଇଲେ, ପରେ ଠକଙ୍କୁ ଧରାଇଦେଲେ

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): ଛେଳି ବେପାର କରୁଥିଲେ। ସେଥିରୁ ଚଳୁଥିଲା ପୂରା ପରିବାର। ହେଲେ ଜାଲ୍‌ ନୋଟ୍‌ କାରବାର ଅଭିଯୋଗରେ ଧରାପଡ଼ି ଗାଁ ଲୋକଙ୍କଠାରୁ ବହେ ଛେଚା ଖାଇଲେ। ପରେ ଘଟଣା ସମ୍ପର୍କରେ ପୁଲିସକୁ କହିଥିଲେ। ଶେଷରେ ପୁଲିସ ଘଟଣା ଉପରୁ ପର୍ଦ୍ଦା ଉଠାଇଛି ଓ ଗିରଫ ହୋଇଛନ୍ତି ଦୁଇ ଅଭିଯୁକ୍ତ। ଏପରି ଘଟଣା କଳାହାଣ୍ଡି ଜିଲ୍ଲାରେ ଘଟିଛି।

ପୂରା ଘଟଣା ଏମିତି। ଧନୀରାମ ନାଏକ ହେଉଛନ୍ତି ଜଣେ ଛେଳି ବେପାରୀ। ରାଜେନ୍ଦ୍ର ଭୋଇଙ୍କୁ ଛେଳି ବିକି ୪୦ ହଜାର ଟଙ୍କା ପାଇଥିଲେ। ସେଥିରୁ ୫୦୦ ଟଙ୍କା ନେଇ କୋତମେର ଗାଁର ଏକ ତେଜରାତି ଦୋକାନରୁ ସଉଦା କିଣିବାକୁ ଯାଇଥିଲେ। ମାତ୍ର ଦୋକାନୀ ଜଣକ ଏହା ନକଲି ନୋଟ୍‌ ବୋଲି ଜାଣିପାରିଥିଲେ।

ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଲୋକ ତାଙ୍କୁ ପ୍ରବଳ ମାଡ଼ ମାରିଥିଲେ। ଏହା ପରେ ସେ ଗାଁକୁ ଫେରି ଛେଳି ବିକି ପାଇଥିବା ସମସ୍ତ ଜାଲ୍‌ନୋଟ୍‌କୁ ଜାଳି ଦେଇଥିଲେ। ପରେ ଘଟଣା ସମ୍ପର୍କରେ ଧର୍ମଗଡ଼ ପୁଲିସକୁ ଖବର ଦେଇଥିଲେ।

ପୁଲିସର ଯୋଜନା ମୁତାବକ ଧନୀରାମ ଛେଳି ବିକ୍ରିବା ପାଇଁ ପୁଣିଥରେ ରାଜେନ୍ଦ୍ରକୁ ଡାକିଥିଲେ। ତାଙ୍କଠାରୁ ଡାକରା ପାଇ ୧୭,୦୦୦ ଟଙ୍କା ଧରି ରାଜେନ୍ଦ୍ର ଆସିଥିଲା। ଏହି ସମୟରେ ଛଦ୍ମବେଶରେ ଥିବା ପୁଲିସ ରାଜେନ୍ଦ୍ର ଭୋଇକୁ ଗିରଫ କରିଥିଲା। ତା’ ଘର କୁଟରୁ ଗ୍ରାମରେ। ପୁଲିସ ତା’ଠାରୁ ୧୭,୦୦୦ ଟଙ୍କାର ନକଲି ନୋଟ ଜବତ କରିଥିଲା। ତାଙ୍କ ବୟାନ୍‌ ଆଧାରରେ ପୁଲିସ ତାର ସହଯୋଗୀ କୁଳମଣି ନାଏକକୁ ଗିରଫ କରି କୋର୍ଟଚାଲାଣ କରିଛି।



from Odisha Reporter https://ift.tt/2MOeIqk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages