
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ୍ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବାହାଘରକୁ ଇତି ମଧ୍ୟରେ ୧୦ ମାସ ବିତି ଯାଇଥିଲେ ହେଁ ଏହି ଲଭ୍ବାର୍ଡଙ୍କୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନି। ଉଭୟ ପରସ୍ପରକୁ କେତେ ଭଲ ପାଆନ୍ତି ବିଭିନ୍ନ ଫୋରମ୍ରେ ଏହାକୁ ପ୍ରମାଣ ଦେଇ ସାରିଛନ୍ତି।
ବିରାଟ୍ ଯେଉଁଠି ବି ମ୍ୟାଚ୍ ଖେଳନ୍ତି ଅନୁଷ୍କା ସେଠାକୁ ଯାଇ ଷ୍ଟାଡିୟମ୍ରେ ଉପସ୍ଥିତ ରୁହନ୍ତି। ବିରାଟ୍ ମଧ୍ୟ ପଡ଼ିଆ ମଝିରେ ଅନୁଷ୍କାଙ୍କୁ ଅନେକ ଥର ଫ୍ଲାଇଙ୍ଗ କିସ୍ ଦେବାର ନଜିର ରହିଛି।
ବିରାଟଙ୍କ ଏହି ଫ୍ଲାଇଙ୍ଗ୍ କିସ୍କୁ ନେଇ ବିଗ ବି ଅମିତାଭ ବଚ୍ଚନ ତାଙ୍କ ଶୋ’ ‘କୌନ ବନେଗା କରୋଡ଼ପତି’ରେ ଅନୁଷ୍କାଙ୍କୁ ଚିଡ଼ାଇଛନ୍ତି। ଏହି ଦୃଶ୍ୟର ଏକ ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି।

ଅନୁଷ୍କା ଓ ବରୁନ ଧୱନ୍ ତାଙ୍କ ଫିଲ୍ମ ‘ସୁଇ ଧାଗା’ର ପ୍ରମୋଶନ୍ ପାଇଁ ବିଗ୍ ବି’ଙ୍କ ଶୋ’କୁ ଆସିଥିଲେ। ଏହି ସମୟରେ ହଟ୍ ସିଟ୍ରେ ବସିଥିବା ପ୍ରଖ୍ୟାତ ସାମାଜିକ କର୍ମୀ ପଦ୍ମଶ୍ରୀ ସୁଧା ଭର୍ଗିଜଙ୍କ ପାର୍ଟନର ସାଜିଥିଲେ ଅନୁଷ୍କା। ଏହି ସମୟରେ ବିଗ୍ ବି ସୁଧାଙ୍କୁ ଆପଣ କ୍ରିକେଟ୍ ଦେଖନ୍ତି କି ବୋଲି ପ୍ରଶ୍ନ କରିଥିଲେ। ସୁଧା ମନା କରିଦେଇଥିଲେ। ବିଗ୍ ବି କିନ୍ତୁ ସ୍ମିତହାସ୍ୟ ଦେଇ ଅନୁଷ୍କା ବହୁତ କ୍ରିକେଟ୍ ଦେଖନ୍ତି ବୋଲି କହିଥିଲେ।
ଏହି ସମୟରେ ଅନୁଷ୍କା ସୁଧାଙ୍କୁ କହିଥିଲେ ମୋ ସ୍ୱାମୀ କ୍ରିକେଟ୍ ଖେଳନ୍ତି, ତାଙ୍କୁ ଦେଖିବାକୁ ମ୍ୟାଚ୍ ଦେଖେ। ଏହି ସମୟରେ ଅମିତାଭ ପଚାରି ଥିଲେ, “କେବଳ ବିରାଟ୍ଙ୍କୁ ଦେଖିବାକୁ କ୍ରିକେଟ୍ ଦେଖନ୍ତି?” ଅନୁଷ୍କା ଟିକିଏ ଲାଜେଇ ଯାଇ କହିଥିଲେ, “ନା ଦେଶକୁ ଦେଖେ।”
ଏହାପରେ ବିଗ୍ ବି ପରିହାସ ଛଳରେ କହିଥିଲେ, “କ୍ରିକେଟ୍ ମ୍ୟାଚ୍ରେ ଯେଉଁସବୁ ଘଟଣା ଘଟୁଛି, ସେସବୁ ଆମେ ଟିଭିରେ ଦେଖୁଛୁ।”
ଅନୁଷ୍କା ଜୋରରେ ହସୁଥିଲେ ହେଁ ତାଙ୍କ ମୁହଁ ନାଲି ପଡ଼ିଯାଇଥିଲା।

“ବ୍ୟାଟ୍ରେ ବିରାଟ୍ ଯେଉଁଭଳି ଫ୍ଲାଇଙ୍ଗ କିସ୍ ଦିଅନ୍ତି, ସେକଥା ଆମେ ସମସ୍ତେ ଦେଖିଛୁ” ବୋଲି କହି ବିଗ୍ ବି ଅନୁଷ୍କାଙ୍କୁ ଚିଡ଼ାଇଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଦର୍ଶକମାନେ ବିଗ୍ ବି’ଙ୍କ ସାଥ୍ ଦେଇ ଅନୁଷ୍କାଙ୍କୁ ଚିଡ଼ାଇଥିଲେ।
ପୂର୍ବରୁ ମଧ୍ୟ ଅନୁଷ୍କା ଗୋଟିଏ ବିଶ୍ୱବିଦ୍ୟାଳୟକୁ ନିଜର ଫିଲ୍ମ ପ୍ରମୋସନ୍ରେ ଯାଇଥିବା ବେଳେ ବିରାଟ୍ଙ୍କ ପ୍ରତି ଥିବା ତାଙ୍କ ଭଲ ପାଇବା ସମ୍ପର୍କରେ ସମସ୍ତଙ୍କୁ ଜଣାଇଥିଲେ।

ଅନୁଷ୍କା ଓ ବରୁନ୍ ଧୱନ୍ ଷ୍ଟେଜ୍ରେ ପହଞ୍ଚିବା କ୍ଷଣି ଛାତ୍ରଛାତ୍ରୀମାନେ କୋହଲି କୋହଲି କହି ଚିତ୍କାର କରିଥିଲେ। ଏହି ସମୟରେ ଅନୁଷ୍କା କହିଥିଲେ, “ହଁ ହଁ ସମସ୍ତେ ତାଙ୍କୁ ଭଲ ପାଆନ୍ତି, ମୁଁ ବି ତାଙ୍କୁ ଭଲ ପାଏ। ସମସ୍ତଙ୍କର ସିଏ ମନେ ପଡ଼ୁଛନ୍ତି, ମୋର ବି ସିଏ ମନେପଡ଼ୁଛନ୍ତି।”
🎥 | @SrBachchan teasing @AnushkaSharma about @imVkohli at the recent episode of #KBCKaramveer 😂 #Virushka pic.twitter.com/C8hbf18u5x
— Anushka Sharma FC™ (@AnushkaSFanCIub) September 20, 2018
“Jee haan haan.. Sabko unse (@imVkohli) prem hai, Mujhe bhi hai… Sabko unki yaad aa rahi hai, mujhe bhi aa rahi hai…” @AnushkaSharma 💖 #Virushka pic.twitter.com/9RQnOgzarn
— 🌚 (@jugheadjasoos) September 2, 2018
from Odisha Reporter https://ift.tt/2PSS69W
No comments:
Post a Comment