
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶିକ୍ଷକ, କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ହେଉଥିବା ଆନ୍ଦୋଳନ କୋହଳ ହୋଇଛି। ଆସନ୍ତାକାଲିଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ସ୍ଥଗିତ ରଖିବାକୁ ମିଳିତ ମଞ୍ଚ ନିଷ୍ପତ୍ତି ନେଇଛି। ତେବେ କଳାବ୍ୟାଜ୍ ପିନ୍ଧି ଶିକ୍ଷକ ସ୍କୁଲରେ ପାଠ ପଢ଼ାଇବେ। ହେଲେ ଭୁବନେଶ୍ୱରରେ ଆନ୍ଦୋଳନ ଜାରି ରହିବ।
ପ୍ରତିଦିନ ୨ଟି ଜିଲ୍ଲାର ଶିକ୍ଷକ ଆସି ରାଜଧାନୀରେ ଆନ୍ଦୋଳନ କରିବେ। ଗାନ୍ଧି ଜୟନ୍ତୀ ଦିନ ସବୁ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଧାରଣା ଦିଆଯିବ।
ଅକ୍ଟୋବର ୯ରେ ଭୁବନେଶ୍ୱରରେ ବିଶାଳ ସମାବେଶ କରିବାକୁ ମଧ୍ୟ ମିଳିତ ମଞ୍ଚ ନିଷ୍ପତ୍ତି ନେଇଛି। ସରକାର ଦାବି ନମାନିଲେ ନିର୍ବାଚନ କାର୍ଯ୍ୟରେ ଅସହଯୋଗ କରିବାକୁ ମଞ୍ଚ ଚେତାବନୀ ଶୁଣାଇଛି।
ଏନେଇ ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ଆବାହକ, ଗୋଲକ ନାୟକ କହିଛନ୍ତି,“୩୮ ଦିନ ପିଲାଙ୍କ ପାଠପଢ଼ା ବନ୍ଦ ହେଲା। ତଥାପି ସରକାରଙ୍କ ନିଦ ଭାଙ୍ଗିଲା ନାହିଁ। ପିଲାମାନେ ହେଉଛନ୍ତି ଜାତିର ସମ୍ପଦ। ଆମେ ଆଉ ବେଶୀ ଦିନ ତାଙ୍କ ପାଠପଢ଼ା ନଷ୍ଟ କରିବାକୁ ଚାହିଁଲୁ ନାହିଁ। ପ୍ରି ପରୀକ୍ଷା, ପାଠପଢ଼ା ଓ ୟୁନିଭସିର୍ଟି ପରୀକ୍ଷା ସମୟରେ କଳାବ୍ୟାଜ୍ ପିନ୍ଧୁବୁ। ଅନୁରୂପ ଭାବରେ ୨୪ ତାରିଖଠାରୁ ୨ଟି ଜିଲ୍ଲାର ଶିକ୍ଷକମାନେ ରାଜଧାନୀରେ ଆସି ଆନ୍ଦୋଳନ ଜାରି ରଖିବେ।”
from Odisha Reporter https://ift.tt/2MVI71V
No comments:
Post a Comment