
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମଞ୍ଚରେ ନାୟିକାଙ୍କୁ ଡରାନ୍ତି। ଆଉ ସମୟ ମିଳିଲେ ସ୍ତ୍ରୀ ସହିତ ମଞ୍ଚରେ ରୋମାନ୍ସ ବି କରୁଛନ୍ତି। ତଥାପି ସେ ଡ଼ରନ୍ତି। ସେ ହେଉଛନ୍ତି ଯୁବ ଖଳ ନାୟକ ବାବୁଲି ପଣ୍ଡା। ପ୍ରକୃତ କଥାଟି ହେଉଛି, ବାବୁଲି ହେଉଛନ୍ତି ଦୁର୍ଦ୍ଦାନ୍ତ ଖଳନାୟକ ଦୈତାରୀ ପଣ୍ଡାଙ୍କ ସାନ ଭାଇ।
ଗାଁରେ ବାବୁଲି ଚଗଲା ହେଉଥିଲେ ବୋଲି ଦୈତାରୀ ପଣ୍ଡା ତାଙ୍କୁ ଯାତ୍ରାକୁ ନେଇ ଆସିଥିଲେ। ଆଉ ତା’ପରେ ସେ କୋଣାର୍କରେ ଆରମ୍ଭ କରିଥିଲେ ଯାତ୍ରା କ୍ୟାରିୟର। ତାଙ୍କ ପାଖେ ପାଖେ ବୈତାରି ପଣ୍ଡା ରହୁଥିଲେ। କିନ୍ତୁ ସେ ସବୁବେଳେ ବଡ଼ ଭାଇଙ୍କୁ ଭୟ କରୁଥିଲେ। ଡରି ଡରି ଶୁଖି ଯାଇଥିଲେ ବୋଲି ବାବୁଲି ପଣ୍ଡା O TV ର ‘ଗପ୍ସପ୍’ କାର୍ଯ୍ୟକ୍ରମରେ କହିଛନ୍ତି।
‘କୋଣାର୍କ’ରେ ରହଣି ବେଳେ ତୃପ୍ତିଙ୍କ ସହିତ ହୋଇଥିଲା ବାବୁଲିଙ୍କର ଦେଖା। ପ୍ରଥମେ କଥାବାର୍ତ୍ତା ହେଲା। ପରେ ଆଖିରେ ଆଖି ମିଶିଲା। ଆଉ ତା’ପରେ ବନ୍ଧନରେ ଅବଦ୍ଧ ହୋଇଗଲେ ବାବୁଲି ଓ ତୃପ୍ତି। ବୈଦିକ ରୀତିରେ ହୋଇଥିଲା ଉଭୟଙ୍କର ବିବାହ। ସେଥିପାଇଁ ସେହିବର୍ଷ ଉଭୟଙ୍କୁ କୋଣାର୍କ ଗଣନାଟ୍ୟ ଛାଡ଼ିବାକୁ ପଡ଼ିଥିଲା।
ଚଳିତବର୍ଷ ଉଭୟେ ‘ଇଷ୍ଟର୍ଣ୍ଣ ରେଡ୍’ ଅପେରାରେ ଅଛନ୍ତି। ଏବର୍ଷ ଚର୍ଚ୍ଚିତ ନାଟକ ହେଉଛି ‘ଶାହାଡ଼ା ଗଛ ତମେ କେମିତି ଅଛ’। ଏଥିରେ ମୁଖ୍ୟ ଖଳନାୟକ ଭାବେ ଅଭିନୟ କରୁଛନ୍ତି ବାବୁଲି। ଏଥିରେ ଗୋଟିଏ ମାନିଆ ଡାଇଲଗ୍ ହେଉଛି “ଏ ଟୋକା ଅନାନି। ଏ ସମ୍ରାଟ୍ ସୁବୁଦ୍ଧିକୁ ସେ ନାଟକର ଡାଇଲଗ୍ ଶୁଣାନା ବେ, ଥରେ ଯଦି ମୋ ମୁଣ୍ଡକୁ ପିତ୍ତ ଉଠିଯିବ ନା, ମୋ ମୁଣ୍ଡର ଦହି ଗୁଡ଼ାକ ଫୁଟ୍ବଲ ଖେଳିବ…..। ଏ ଟୋକା ଅନାନି…..।”
ଏବର୍ଷ ବହୁ ସଫଳତା ମିଳିବ ବୋଲି ଉଭୟ ଆଶା ବ୍ୟକ୍ତ କରିଛନ୍ତି।
from Odisha Reporter https://ift.tt/2O2g6Kp
No comments:
Post a Comment