
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚିଲିକା ହ୍ରଦ ଉପରେ ହେଲିକପ୍ଟର ଉଡ଼ାଣ ଅଭିଯୋଗ ମାମଲାରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଆଜି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟରେ ନିଜର ପକ୍ଷ ରଖିଛନ୍ତି। ଏହା ସହିତ ନିର୍ଦ୍ଦେଶାଳୟ ପକ୍ଷରୁ ମଗାଯାଇଥିବା ସମସ୍ତ ତଥ୍ୟ ସେ ଦାଖଲ କରିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଡିଜିସିଏ କାର୍ଯ୍ୟାଳୟର ଏୟାର ସେଫ୍ଟି ନିର୍ଦ୍ଦେଶକ ଏମ୍.ଜେ. ସିଂହ ଗତ ୧୯ ତାରିଖରେ ‘କ୍ୟାପଟେନ୍’ ବୈଜୟନ୍ତ ପଣ୍ଡାଙ୍କୁ ଇ-ମେଲ୍ ପଠାଇ ଚିଲିକା ହ୍ରଦ ଉପରେ ଉଡ଼ାଣ ଅଭିଯୋଗ ଉପରେ ୨୪ ତାରିଖ ଅପରାହ୍ନ ୩ଟା ବେଳେ ତଥ୍ୟ ରଖିବା ପାଇଁ ଡକାଇଥିଲେ।
ଶ୍ରୀ ପଣ୍ଡା ଆଜି ଡିଜିସିଏଙ୍କ ଅଫିସକୁ ଯାଇ ଅଭିଯୋଗ ଉପରେ ତାଙ୍କର ପକ୍ଷ ରଖିଛନ୍ତି। ଦିଲ୍ଲୀସ୍ଥିତ ଡିଜିସିଏ ଅଫିସରୁ ବାହାରିବା ପରେ ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଇ ଶ୍ରୀ ପଣ୍ଡା କହିଛନ୍ତି ଯେ, ଡକ୍ୟୁମେଣ୍ଟ ଯାଞ୍ଚ ପାଇଁ ତାଙ୍କୁ ଡକାଯାଇଥିଲା। ତାଙ୍କ ବିରୋଧରେ ରାଜ୍ୟ ସରକାର କରିଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ତାଙ୍କୁ ଅଯଥା ଟାର୍ଗେଟ୍ କରାଯାଉଛି।
ସୂଚନାଯୋଗ୍ୟ, ସେପ୍ଟେମ୍ବର ୧୫ ତାରିଖରେ ଚିଲିକା ହ୍ରଦ ଉପରେ କମ୍ ଉଚ୍ଚତାରେ ଉଡ଼ାଣ କରିବା ଅଭିଯୋଗରେ ଶ୍ରୀ ପଣ୍ଡାଙ୍କ ବିରୁଦ୍ଧରେ ପୁରୀ ପୁଲିସ ମାମଲା ରୁଜୁ କରିଛି। ତେବେ ପୁଲିସ ଏ ମାମଲାରେ ଶ୍ରୀ ପଣ୍ଡାଙ୍କ ବିରୋଧରେ ଆଣିଥିବା ଅଭିଯୋଗରେ ବାରମ୍ବାର ପରିବର୍ତ୍ତନ କରିଛି।
from Odisha Reporter https://ift.tt/2DsiaY8
No comments:
Post a Comment