୬ ଦିନରେ ୮ ଗୁରୁତ୍ୱପୂର୍ଣ୍ଣ ରାୟ ଦେବେ ସିଜେଆଇ ଜଷ୍ଟିସ୍‌ ମିଶ୍ର! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, September 24, 2018

୬ ଦିନରେ ୮ ଗୁରୁତ୍ୱପୂର୍ଣ୍ଣ ରାୟ ଦେବେ ସିଜେଆଇ ଜଷ୍ଟିସ୍‌ ମିଶ୍ର!

ନୂଆଦିଲ୍ଲୀ: ବର୍ତ୍ତମାନର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର ଆସନ୍ତା ମଙ୍ଗଳବାର ଅର୍ଥାତ ଅକ୍ଟୋବର ୨ରେ ଅବସର ନେବେ। ତେବେ ସେଦିନ ଛୁଟି ଦିବସ ହୋଇଥିବାରୁ ସୁପ୍ରିମକୋର୍ଟ ବନ୍ଦ ରହିବ। ତେଣୁ ଜଷ୍ଟିସ୍‌ ମିଶ୍ର ଅକ୍ଟୋବର ପହିଲା ଅର୍ଥାତ ଆଉ ୬ ଦିନ ସିଜେଆଇ ଭାବେ କାର୍ଯ୍ୟ କରିବେ।

ଏହି ୬ ଦିନ ମଧ୍ୟରେ ସେ ୮ଟି ଗୁରୁତ୍ୱପୂର୍ଣ୍ଣ ମାମଲା ଉପରେ ରୁଲିଂ ଦେବାର ସମ୍ଭାବନା ରହିଛି। ଏହି ମାମଲା ମଧ୍ୟରେ ସବୁଠାରୁ ଚର୍ଚ୍ଚିତ ହେଉଛି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଓ ଆଧାରର ବୈଧତା।
ଏହାବାଦ୍‌ ସବରିମାଲା ମନ୍ଦିରକୁ ମହିଳାଙ୍କ ପ୍ରବେଶ ଉପରେ ମଧ୍ୟ ସିଜେଆଇ ଚୂଡ଼ାନ୍ତ ରାୟ ଦେବାର ସମ୍ଭାବନା ରହିଛି। ଅନୁସୂଚିତ ଜାତି/ଜନଜାତିଙ୍କ ପାଇଁ ସଂରକ୍ଷଣ ଭିତ୍ତିରେ ପଦୋନ୍ନତି, ପରକୀୟାପ୍ରୀତି, ଲୋକ ପ୍ରତିନିଧିମାନେ ଓକିଲ ହୋଇ କୋର୍ଟରେ କୌଣସି ମାମଲା ପରିଚାଳନା କରିପାରିବେ ନା ନାହିଁ ଆଦି ସଂକ୍ରାନ୍ତ ଜନସ୍ୱାର୍ଥ ମାମଲା, ନକ୍ସଲ ସଂପୃକ୍ତିରେ ସାମାଜିକ କର୍ମୀଙ୍କ ଗିରଫଦାରୀ ଓ ଅପରାଧୀକ ମାମଲାରେ ଜଡ଼ିତ ବ୍ୟକ୍ତିଙ୍କୁ ନିର୍ବାଚନରୁ ଦୂରେଇ ରଖିବା ଆଦି ମାମଲା ଗୁଡ଼ିକର ବିଚାର ସିଜେଆଇ ଜଷ୍ଟିସ୍‌ ମିଶ୍ରଙ୍କ ଅଧ୍ୟତାରେ ଗଠିତ ଖଣ୍ଡପୀଠ ଏବଂ ସାମ୍ବିଧାନିକ ଖଣ୍ଡପୀଠରେ ହିଁ କରାଯିବ।

ଏହିସବୁ ଗୁରୁତ୍ତ୍ୱପୂର୍ଣ୍ଣ ମାମଲାରେ ଯେଉଁ ରାୟ ଦିଆଯିବ, ତାର ସୁଦୂରପ୍ରସାରୀ ପ୍ରଭାବ ରହିବ। ତେଣୁ ଏହା ଉପରେ ସମଗ୍ର ଦେଶର ନଜର ରହିଛି।

ଜଷ୍ଟିସ୍‌ ମିଶ୍ରଙ୍କ ସହ ବିଭିନ୍ନ ଖଣ୍ଡପୀଠରେ ଥିବା ବିଚାରପତିମାନେ ହେଲେ ଜଷ୍ଟିସ୍‌ କେଏମ୍‌ ଯୋଜେଫ୍‌, ଜଷ୍ଟିସ୍‌ ଏକେ ସିକ୍ରି, ଜଷ୍ଟିସ୍‌ ଆର୍‌ଏଫ୍‌ ନରିମନ୍‌, ଜଷ୍ଟିସ୍‌ ଏଏମ୍‌ ଖାନ୍‌ୱିଲକର, ଜଷ୍ଟିସ୍‌ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍‌ ଅଶୋଷ ଭୂଷଣ, ଜଷ୍ଟିସ୍‌ ସଞ୍ଜୟ କିଷ୍ଣନ କୌଲ, ଜଷ୍ଟିସ୍‌ ଏସ୍‌ ଅବଦୁଲ ନଜିର ଓ ଜଷ୍ଟିସ୍‌ ଇନ୍ଦୁ ମାଲହୋତ୍ରା।



from Odisha Reporter https://ift.tt/2NxKnS6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages