“ସୁରଟ ଓ ଗୁଜରାଟ ବିକାଶରେ ଓଡ଼ିଆଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି” - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, September 2, 2018

“ସୁରଟ ଓ ଗୁଜରାଟ ବିକାଶରେ ଓଡ଼ିଆଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି”

odia parba in surat

ସୁରଟ (ଓଡ଼ିଶା ରିପୋର୍ଟର): ସୁରଟ ଓ ଗୁଜରାଟର ବିକାଶରେ ଓଡ଼ିଆଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେଣୁ ଓଡ଼ିଆ ପର୍ବକୁ ସମସ୍ତ ଗୁଜରାଟବାସୀଙ୍କ ତରଫରୁ ଅଭିନନ୍ଦନ ଜଣାଉଛି ବୋଲି କହିଛନ୍ତି ଗୁଜରାଟ୍‌ର ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ।

ସୁରଟ୍‌ରେ ଆଜିଠାରୁ ଓଡ଼ିଆ ପର୍ବ ଆରମ୍ଭ ହୋଇଛି। ଏଥିରେ ମୁଖ୍ୟଅତିଥି ଭାବେ ଗୁଜରାଟ୍‌ର ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଯୋଗଦେଇଥିଲେ। ସମ୍ମାନିତ ଅତିଥିଭାବେ କେନ୍ଦ୍ରମନ୍ତ୍ରୀ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ କହିଥିଲେ-“ଓଡ଼ିଆ ଓ ଗୁଜରାଟବାସୀଙ୍କ ମଧ୍ୟରେ ସାମାଜିକ, ସାଂସ୍କୃତିକ, ରାଜନୈତିକ ସମ୍ପର୍କ ଅତି ନିବିଡ଼। ଆମ ଓଡ଼ିଶାର କୋଣାର୍କରେ ସୂର୍ଯ୍ୟ ଉଦୟ ହୁଏ, ଗୁଜରାଟର ସୁଡେରାରେ ସୂର୍ଯ୍ୟ ଅସ୍ତ ହୁଏ। ଓଡ଼ିଶାରେ ପୁରୀ ଧାମ ଓ ଗୁଜରାଟର ଦ୍ୱାରିକାଧାମ ରହିଛି। ଗୁଜରାଟର ଅର୍ଥନୀତି ପରିବର୍ତ୍ତନରେ ଓଡ଼ିଆମାନଙ୍କର ପ୍ରମୁଖ ଭୂମିକା ରହିଛି।”

ସେ ଆହୁରି କହିଛନ୍ତି-“ଓଡ଼ିଆ ପର୍ବ ଆଜି ଆବେଗର ପର୍ବ। ସୁରଟରେ ଓଡ଼ିଆ ସଂସ୍କୃତି, ପରମ୍ପରା ଓ ଶ୍ରୀଜଗନ୍ନାଥ ସଂସ୍କୃତିକୁ ପ୍ରତିଷ୍ଠା କରାଯାଇଥିବାରୁ ମୁଁ ନିଜକୁ ଗର୍ବିତ ମନେ କରୁଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ଭାରତ କଳ୍ପନା କରିଛନ୍ତି। ଆମେ ନୂଆ ଓଡ଼ିଶା କଳ୍ପନା କରିଛୁ।”

odia parba in suratଓଡ଼ିଆ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ଈଶ୍ୱର ପର୍ମାର, ରାଜ୍ୟମନ୍ତ୍ରୀ, ଗଣପତ୍‌ ବସାୱା, ରାଜ୍ୟମନ୍ତ୍ରୀ ଜଗଦୀଶ ପଟେଲ, ମେୟର ନିତିନ୍ ଭାଇ ଭଜିଆୱାଲା, ସତିଶ ଶର୍ମା, କମିଶନର ପୁଲିସ୍, ଜିଲ୍ଲାପାଳ ଓ ଓଡ଼ିଆ ସମାଜର ସଭାପତି ସିଦ୍ଧାର୍ଥ ପ୍ରଧାନ ଉପସ୍ଥିତ ରହିଥିଲେ।

ଏହି ଅବସରରେ ଓଡ଼ିଆ ସମାଜର ସଭାପତି ସିଦ୍ଧାର୍ଥ ପ୍ରଧାନ କହିଛନ୍ତି-“ଗୁଜରାଟର କୋଣ ଅନୁକୋଣରୁ ଆଜି ଏଠାକୁ ଆସିଥିବା ଦର୍ଶକମାନଙ୍କ ମନର ଉତ୍ସାହ ଦେଖି ମୁଁ ବେଶ୍ ଉତ୍ସାହିତ। ଏହି ପର୍ବ ଆୟୋଜନ ମାଧ୍ୟମରେ ଆମେ ଗୁଜରାଟବାସୀଙ୍କୁ ଓଡିଶାର ଗୌରବମୟ ଲୋକକଳା ଓ ସଂସ୍କୃତି ସଂପର୍କରେ ଜାଣିବାର ଅବସର ସୃଷ୍ଟି କରିପାରିଛୁ।”

odia parba in surat111ଏହି ମେଳାରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ହସ୍ତଶିଳ୍ପ ଓ ପାରମ୍ପରିକ ଖାଦ୍ୟକୁ ନେଇ ଏକ ଦୁଇ ଦିନିଆ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଛି। ଏଥିରେ ଓଡ଼ିଆ ଘରର ମିଠା, ପିଠା, ବଡି, ପାମ୍ପଡ, ଆଚାର, ଘୁଗୁନି, ଦହିବରା, ଚାଟ୍ ଓ ଓଡ଼ିଆ ଥାଳି ପରି ଖାଦ୍ୟ ପ୍ରଦର୍ଶିତ ହୋଇଥିଲା। ଦୂର ଦୂରାନ୍ତରୁ ଆସିଥିବା ଲୋକେ ମେଳାର ମଜା ଉଠାଇବା ସହିତ ମନ ପସନ୍ଦର ଖାଦ୍ୟ ଖାଇଥିଲେ। ଏପରିକି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭୋଗ ସର୍ବସାଧାରଣଙ୍କ ନିମନ୍ତେ ଉପଲବ୍ଧ ହୋଇଥିଲା। ଏହାଛଡ଼ା ଓଡ଼ିଶାର ବୁଣାକାରଙ୍କ ଦ୍ୱାରା ପ୍ରସ୍ତୁତ ଢୋକରା ଅଳଙ୍କାର, ଚାନ୍ଦୁଆ, ପଟ୍ଟଚିତ୍ର, କାଗଜମଣ୍ଡରୁ ପ୍ରସ୍ତୁତ ସାଜସଜ୍ଜା ଇତ୍ୟାଦି ପ୍ରଦର୍ଶିତ ହୋଇଥିଲା।

ଏହି ଦୁଇ ଦିନିଆ ପର୍ବରେ କ୍ରିଷ୍ଣା ବେଉରା, ଅଭିଜିତ ମଜୁମଦାର, ସୋହିନୀ ମିଶ୍ର, ସତ୍ୟଜିତ ପ୍ରଧାନ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ।



from Odisha Reporter https://ift.tt/2Cb5OmH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages