
ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ଆଗୁୱା ଘାଟିରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ। ପ୍ରତିରକ୍ଷା ମନ୍ତ୍ରୀ ଘାଟିରେ ସେନାର ବିଭିନ୍ନ କ୍ୟାମ୍ପ ପରିଦର୍ଶନ କରିଛନ୍ତି। ଏଥିସହ ଯବାନମାନଙ୍କ ସହ ଅାଲୋଚନା କରିଛନ୍ତି। ଗତ କିଛି ଦିନ ହେଲା ସେନା ଓ ପୁଲିସ ଅଧିକାରୀଙ୍କ ପରିବାର ଲୋକଙ୍କୁ ଅାତଙ୍କବାଦୀମାନେ ଟାର୍ଗେଟ କରିଥିବାରୁ ପ୍ରତିରକ୍ଷାମନ୍ତ୍ରୀଙ୍କ ଏହି ଗସ୍ତର ଅନେକ ଗୁରୁତ୍ୱ ରହିଛି।
ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଜାମ୍ମୁ ଓ କାଶ୍ମୀରର ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ସହ ଅାଲୋଚନା କରିଥିଲେ। ଅାଲୋଚନା ବେଳେ ସେନାମୁଖ୍ୟ ବିପିନ ରାୱତ ମଧ୍ୟ ଉପସ୍ଥିତ ଥିଲେ। ସେପଟେ ରାଜ୍ୟର ଅାଭ୍ୟନ୍ତରୀଣ ସ୍ଥିତି ସମ୍ପର୍କରେ ରାଜ୍ୟପାଳଙ୍କୁ ଅବଗତ କରାଇଛନ୍ତି ପୁଲିସ ଡିଜି ଏସ.ପି. ବୈଦ।
from Odisha Reporter https://ift.tt/2Pu3fOo
No comments:
Post a Comment