୪ର୍ଥ ଟେଷ୍ଟ୍‌ ୩ୟ ଦିନ: ୨୬୦/୮ ସ୍କୋର ସହ ଦୃଢ଼ ସ୍ଥିତିରେ ଇଂଲଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 1, 2018

୪ର୍ଥ ଟେଷ୍ଟ୍‌ ୩ୟ ଦିନ: ୨୬୦/୮ ସ୍କୋର ସହ ଦୃଢ଼ ସ୍ଥିତିରେ ଇଂଲଣ୍ଡ

ସାଉଥାମ୍ପଟନ୍‌: ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ୱେ ଭାରତ ବିପକ୍ଷ ୪ର୍ଥ ଟେଷ୍ଟର ଦ୍ୱିତୀୟ ଇନିଂସ୍‌ରେ ଘରୋଇ ଇଂଲିଶ ଟିମ୍‌ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ୮ ୱିକେଟରେ ୨୬୦ ରନ୍ ସଂଗ୍ରହ କରି ସୁବିଧାଜନକ ସ୍ଥିତିରେ ରହିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ହାତରେ ଦୁଇ ୱିକେଟ ଥାଇ ଇଂଲଣ୍ଡ ଏବେ ଭାରତ ଠାରୁ ୨୩୩ ରନ୍ ଆଗୁଆ ରହିଛି। ଟେଷ୍ଟମ୍ୟାଚର ଚତୁର୍ଥ ଇନିଂସ ବେଳକୁ ପିଚ୍ ଅବକ୍ଷୟମୁଖୀ ହେବାର ଯଥେଷ୍ଟ ସମ୍ଭାବନା ଥିବାରୁ ଭାରତ ପାଇଁ ଏହି ମ୍ୟାଚ ଜିତିବା ବେଶ କଷ୍ଟସାଧ୍ୟ ବ୍ୟାପାର ହେବ।

ଶନିବାର ଖେଳର ଶେଷ ଭାଗରେ ଇଂଲଣ୍ଡର ୱିକେଟ୍‌ କିପର୍‌ ବ୍ୟାଟସ୍‌ମ୍ୟାନ୍‌ ଜୋସ୍‌ ବଟଲର୍‌ ଇଶାନ୍ତ ଶର୍ମାଙ୍କ ବଲରେ ଏଲବିଡବ୍ଲ୍ୟୁ ହେବା ପୂର୍ବରୁ ୬୯ ରନର ଲଢୁଆ ଇନିଂସ ଖେଳି ଇଂଲଣ୍ଡକୁ ଏକ ପ୍ରକାର ବିପଦମୁକ୍ତ କରିଛନ୍ତି। ଆଜିର ଖେଳର ଶେଷ ବଲରେ ଆଦିଲ ରଶିଦ (୧୧ ରନ)ଙ୍କୁ ଶାମି ବୋଲ୍ଡ କରିଦେଇ ଟିମ ଇଣ୍ଡିଆକୁ କିଛି ମାତ୍ରାରେ ଆଶ୍ଵସ୍ତ କରିଛନ୍ତି। କିନ୍ତୁ ତାହା ଯଥେଷ୍ଟ ନୁହେଁ।

ଷ୍ଟମ୍ପ ପ୍ରତ୍ୟାହୃତ ହେବା ବେଳକୁ ଯୁବ ତାରକା ସାମ୍‌ କରାନ୍‌ ୩୭ ରନ୍‌ କରି ଅପରାଜିତ ଥିଲେ।

ଭାରତୀୟ ବୋଲରଙ୍କ ମଧ୍ୟରୁ ମହମ୍ମଦ ଶାମୀ ୫୩ ରନରେ ୩ଟି ମୂଲ୍ୟବାନ ୱିକେଟ ନେବା ସଙ୍ଗେ ସଙ୍ଗେ ଏକ ଚମତ୍କାର ଥ୍ରୋ ବଳରେ ଇଂଲଣ୍ଡ ଅଧିନାୟକ ଜୋ ରୁଟ(୪୮)ଙ୍କୁ ରନ୍ ଆଉଟ କରିଥିଲେ। ଇଶାନ୍ତ ଶର୍ମା ୩୬ ରନ୍ ଦେଇ ୨ଟି ୱିକେଟ ଅକ୍ତିଆର କରିଥିବା ବେଳେ ଅଶ୍ବିନ ୭୮ ରନରେ ୧ ଏବଂ ବୁମରା ୫୨ ରନରେ ୧ ୱିକେଟ ହାସଲ କରିଛନ୍ତି।

ଭାରତୀୟ ସ୍କୋରଠାରୁ ପ୍ରଥମ ଇନିଂସ୍‌ରେ ୨୭ ରନ୍‌ ପଛରେ ଥିବା ଇଂଲିଶ ଦଳ ବେଶ ସତର୍କତାର ସହ ତା’ର ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା। ଦୁଇ ଓପନ୍‌ର ଆଲିଷ୍ଟର କୁକ୍‌ ଓ କେ ଜେନିଙ୍ଗସ୍‌ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ପାଇଁ ୬ ରନ୍‌ ସଂଗ୍ରହ କରିଥିଲେ।

ଆଜି ତୃତୀୟ ଦିନ ଆରମ୍ଭରୁ ମଧ୍ୟ ଉଭୟ ଭାରତୀୟ ବୋଲର୍‌କୁ କଡ଼ା ମୁକାବିଲା କରିଥିଲେ। କିନ୍ତୁ ଯଶପ୍ରୀତ୍‌ ବୁମ୍‌ରାଙ୍କ ଏକ ଆଉଟ୍‌ ସୁଇଂକୁ ବୁଝି ନ ପାରି କୁକ୍‌ (୧୨) ସ୍ଲିପ୍‌ରେ ରାହୁଲଙ୍କ ହାତକୁ କ୍ୟାଚ୍‌ ଦେଇଥିଲେ।

ପ୍ରଥମଥର ପାଇଁ ୩ ନଂ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ମୋଇନ୍‌ ଅଲ୍ଲୀଙ୍କୁ ସଅଳ ଆଉଟ୍‌ କରି ଇଶାନ୍ତ ଶର୍ମା ଟିମ୍‌ ଇଂଲଣ୍ଡକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ। ତେବେ ତୃତୀୟ ୱିକେଟ୍‌ ପାଇଁ ଅଧିନାୟକ ଜୋ ରୁଟ୍‌ ଓ ଅନ୍ୟତମ ଓପନର୍ ଜେନିଙ୍ଗସ୍‌ ୫୯ ରନ୍‌ ଯୋଡ଼ି ଭାରତ ହାତରୁ ମ୍ୟାଚ୍‌ ଛଡ଼ାଇ ନେବାକୁ ଚେଷ୍ଟା କରିଥିଲେ। କିନ୍ତୁ ଶାମି ଠିକ୍‌ ଲଞ୍ଚ୍‌ ପୂର୍ବରୁ ଜେନିଙ୍ଗସ୍‌ଙ୍କୁ ଆଉଟ୍‌ କରି ଇଂଲଣ୍ଡକୁ ଝଟ୍‌କା ଦେଇଥିଲେ।

ଏହାପରେ ଲଞ୍ଚ୍‌ ହୋଇଥିଲା। ଲଞ୍ଚ୍‌ର ଠିକ୍‌ ପରବର୍ତ୍ତୀ ବଲ୍‌ରେ ଶାମି ପୁଣି ଜନ୍ନି ବେୟାରଷ୍ଟୋଙ୍କୁ କ୍ଲିନ୍‌ବୋଲ୍ଡ କରି ସବୁ କିଛି ଓଲଟ୍‌ପାଲଟ୍‌ କରିଦେଇଥିଲେ।

ଭାରତ ଆଜି ହିଁ ଇଂଲଣ୍ଡ ଇନିଂସ୍‌କୁ ଶେଷ କରିଦେବ ବୋଲି ଆଶା କରାଯାଉଥିଲା। କିନ୍ତୁ ଅଧିନାୟକ ରୁଟ୍‌ଙ୍କ ସହ ମିଶି ବେନ୍‌ ଷ୍ଟୋକ୍ସ ଇଂଲଣ୍ଡ ଇନିଂସ୍‌କୁ ସମ୍ଭାଳିଥିଲେ। ଉଭୟ ୫ମ ୱିକେଟ୍‌ ପାଇଁ ୩୦ ରନ୍‌ ଯୋଡ଼ିଥିଲେ ହେଁ ଢେର ସମୟ କ୍ରିଜ୍‌ରେ ଅତିବାହିତ କରିଥିଲେ।

ଜୋ ରୁଟ୍‌ ନିଜର ଅର୍ଦ୍ଧଶତକ ଆଡ଼କୁ ମୁହାଁଇ ଥିବା ବେଳେ ତାଳମେଳ ଅଭାବରୁ ମହମ୍ମଦ ଶାମିଙ୍କ ସିଧାସଳଖ ଥ୍ରୋରେ ଆଉଟ୍‌ ହୋଇ ପ୍ୟାଭିଲିୟନ୍‌ ଫେରିଥିଲେ। ଆଉଟ୍‌ ହେବା ପୂର୍ବରୁ ରୁଟ୍‌ ୪୮ ରନ୍‌ କରିଥିଲେ। ଏହାପରେ ତୃତୀୟ ଟେଷ୍ଟ୍‌ରେ ଶତକ ଲଗାଇଥିବା ବଟଲର୍‌ ସାଥୀ ଷ୍ଟୋକ୍ସଙ୍କ ସହ ମିଶି ଇଂଲଣ୍ଡ ପାଳିକୁ ଆଗକୁ ନେଇଥିଲେ। ଉଭୟ ୬ ଷ୍ଠ ୱିକେଟ୍‌ ପାଇଁ ୫୬ ରନ୍‌ ଯୋଡ଼ି ଇଂଲଣ୍ଡର ଅଗ୍ରଣୀକୁ ୧୫୦ ଅତିକ୍ରମ କରାଇଥିଲେ।

ତେବେ ଅଶ୍ୱିନ୍‌ ଷ୍ଟୋକ୍ସଙ୍କୁ ଆଉଟ୍‌ କରି ପୁଣି ଭାରତକୁ କମ୍‌ବ୍ୟାକ୍‌ର ଆଶା ଦେଇଛନ୍ତି। ପ୍ୟାଭିଲିୟନ୍‌ ଯିବା ପୂର୍ବରୁ ଷ୍ଟୋକ୍ସ ୧୧୦ଟି ବଲ୍‌ରେ ୩୦ ରନ୍‌ କରିଥିଲେ।

ଭାରତ ତା’ର ପ୍ରଥମ ଇନିଂସ୍‌ରେ ଚେତେଶ୍ୱର ପୂଜାରାଙ୍କ ଶତକକୁ ପୁଞ୍ଜି କରି ୨୭୩ ରନ୍‌ ସଂଗ୍ରହ କରିଥିଲା। ଇଂଲଣ୍ଡ ତା’ର ପ୍ରଥମ ଇନିଂସ୍‌ରେ ୨୪୬ ରନ୍‌ କରିଥିବା ବେଳେ ଭାରତ ୨୭ ରନ୍‌ର ଅଗ୍ରଣୀ ପାଇଥିଲା।

 



from Odisha Reporter https://ift.tt/2MEhV0p

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages