ଭଗବାନ ଶ୍ରୀକୃଷ୍ଣଙ୍କ ୬ ଜଣ ବଡ଼ଭାଇ ମୃତ୍ୟୁ ପରେ ମୁକ୍ତି ପାଇଲେ, କେମିତି? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 1, 2018

ଭଗବାନ ଶ୍ରୀକୃଷ୍ଣଙ୍କ ୬ ଜଣ ବଡ଼ଭାଇ ମୃତ୍ୟୁ ପରେ ମୁକ୍ତି ପାଇଲେ, କେମିତି?

ଭୁବନେଶ୍ୱର(ଓଡ଼ଶା ରିପୋର୍ଟର୍‌): ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିନ। ସାରା ଦେଶରେ ଜନ୍ମାଷ୍ଟମୀକୁ ବେଶ୍ ଧୂମ୍‌ଧାମ୍‌ରେ ପାଳନ କରାଯାଇଥାଏ। ଆପଣ ବି ଲୀଳାମୟ ପୁରୁଷୋତ୍ତମଙ୍କ ଏହି ଜନ୍ମୋତ୍ସବ ପାଳନ କରୁଥିବେ। ତା’ହେଲେ ଆସନ୍ତୁ ଆଜିର ଏହି ପବିତ୍ର ଅବସରେ ଆମେ ପ୍ରଭୁ ଶ୍ରୀକୃଷ୍ଣଙ୍କ ସମ୍ପର୍କରେ କିଛି ଅନାଲୋଚିତ ପ୍ରସଙ୍ଗ ଜାଣିବା।

ଭଗବାନ ଶ୍ରୀକୃଷ୍ଣଙ୍କର କେତେ ଭାଇ ଭଉଣୀ ଆପଣ ଜାଣନ୍ତି କି ? ଯଦି ଏ ପ୍ରଶ୍ନ ଆପଣଙ୍କୁ ପଚରାଯାଏ, ତା’ହେଲେ ଆପଣ ଚଟାପଟ୍‌ କହିଦେବେ। କାରଣ ସମସ୍ତେ ଜାଣନ୍ତି, ଶ୍ରୀକୃଷ୍ଣଙ୍କ ବଡ଼ ଭାଇ ହେଉଛନ୍ତି ବଳଭଦ୍ର ଓ ସାନ ଭଉଣୀ ହେଉଛନ୍ତି ଦେବୀ ସୁଭଦ୍ର। ମାତ୍ର ଆଜି ଆମେ ଆପଣଙ୍କୁ ବଳଭଦ୍ରଙ୍କ ବ୍ୟତୀତ କୃଷ୍ଣଙ୍କ ଅନ୍ୟ ୬ ବଡ଼ ଭାଇଙ୍କ ସମ୍ପର୍କରେ କହିବାକୁ ଯାଉଛୁ।

କଂସର ବନ୍ଦୀଶାଳାରେ ଦେବକୀ ଓ ବସୁଦେବଙ୍କୁ ବନ୍ଦୀ ରଖିଥିଲେ ମଥୁରା ରାଜା କଂସ। ଭୟ ଥିଲା, ଦେବକୀଙ୍କ ୮ମ ଗର୍ଭକୁ। ଯାହାର ଜନ୍ମ କେବଳ କଂସର ନିଧନ ପାଇଁ ବୋଲି ଶୂନ୍ୟବାଣୀ ହେବା ପରେ କଂସ ଭୟଭୀତ ହୋଇ ନିଜ ଉଭଣୀ ଓ ଭିଣୋଇଙ୍କୁ କାରାବଦ୍ଧ କରି ଦେଇଥିଲା।

ବନ୍ଦୀଶାଳାରେ ଦେବକୀ ଜଣକ ପରେ ଅନ୍ୟଜଣେ, ଏହିପରି ୬ଟି ପୁତ୍ରଙ୍କୁ ଜନ୍ମ ଦେଇ କଂସକୁ ହସ୍ତାନ୍ତର କରନ୍ତି। ଆଉ ମୃତ୍ୟୁ ଭୟରେ କଂସ ସମସ୍ତ ୬ ପୁତ୍ରଙ୍କୁ କଚାଡ଼ି ମାରିଦିଏ। ୭ମ ଗର୍ଭରେ ଶ୍ରୀବଳଭଦ୍ରଙ୍କ ଭ୍ରୁଣ ଅଙ୍କୁରିତ ହେଉଥିବା ବେଳେ ଯୋଗମାୟାଙ୍କ ପ୍ରଭାବରେ ଏହାକୁ ବସୁଦେବକଙ୍କ ପ୍ରଥମ ପତ୍ନୀ ରୋହିଣୀଙ୍କ ଗର୍ଭକୁ ପ୍ରେରଣ କରାଯାଏ ଓ ବଳଭଦ୍ର ରୋହିଣୀଙ୍କ ଗର୍ଭରୁ ଜନ୍ମ ନିଅନ୍ତି। ଆଉ ଶେଷରେ ଜନ୍ମହୁଅନ୍ତି ଭଗବାନ ଶ୍ରୀକୃଷ୍ଣ ।

ଆପଣଙ୍କ ମନରେ ସ୍ୱାଭାବିକଭାବେ ପ୍ରଶ୍ନ ଆସୁଥିବ, କଂସ ହାତରେ ମୃତ୍ୟୁ ଘଟିଥିବା, କୃଷ୍ଣଙ୍କ ସେହି ୬ ବଡ଼ଭାଇ କିଏ ଆଉ କାହିଁକି ସେମାନେ ଏପରି ମୃତ୍ୟୁ ପାଇଲେ।

ଭାଗବତରେ ଏହି ୬ ଭାଇଙ୍କ ସମ୍ପର୍କରେ ରୋଚକ କଥା ରହିଛି। ବାସ୍ତବରେ ଦେବକୀଙ୍କ ଏହି ମୃତ ୬ ପୁତ୍ର ଜଣେ ଜଣେ ଦେବତା ଥିଲେ। ବ୍ରହ୍ମାଙ୍କ ପୁତ୍ର ମହର୍ଷି ମନୁଙ୍କ ପତ୍ନୀ ଉନାଙ୍କ ଗର୍ଭରୁ ଜନ୍ମିତ ଏହି ୬ ପୂତ୍ର ଏକଦା ପରମପିତା ବ୍ରହ୍ମାଙ୍କ ଏକ ଅନୈତିକ କାର୍ଯ୍ୟ ଦେଖି ଏହାର ପ୍ରତିବାଦ କରିଥିଲେ। ଯାହାର ଫଳ ସ୍ୱରୁପ, ସେମାନଙ୍କୁ ବାରମ୍ବାର ଅସୁର ବଂଶରେ ଜନ୍ମ ନେବାକୁ ଅଭିଶାପ ମିଳିଥିଲା। ତେବେ ବିନା ଦୋଷରେ ଦଣ୍ଡ ପାଉଥିବା ଏହି ଦେବତାମାନେ କିନ୍ତୁ ଏଥିରୁ ମୁକ୍ତି ପାଇପାରୁ ନ ଥିଲେ। ଶେଷରେ ଯୋଗମୟାଙ୍କୁ ପ୍ରାର୍ଥନା କରିବା ପରେ ଏମାନଙ୍କୁ ଶ୍ରୀକୃଷ୍ଣଙ୍କ ଅଗ୍ରଜ ଭାବେ ଜନ୍ମ ନେବାର ସୁଯୋଗ ଦେଇ ଦେବକୀଙ୍କ ଗର୍ଭରେ ସଂସ୍ଥାପିତ କରାଯାଇଥିଲା। କିନ୍ତୁ ବ୍ରହ୍ମାଙ୍କ ଅଭିଶାପ ଫଳରେ ଏମାନେ ପୁଣି ଜନ୍ମ ହେଉ ହେଉ କଂସ ଦ୍ୱାରା ମୃତ୍ୟୁପ୍ରାପ୍ତ ହେଲେ।

ହେଲେ ଦେବତା ହୋଇଥିବାରୁ ସେମାନଙ୍କୁ ଯମ ଲୋକରେ ସ୍ଥାନ ମିଳିଲାନାହିଁ। ସେହି ୬ ଭାଇ ବାଳକ ରୂପରେ ପତାଳାରେ ପ୍ରହଲ୍ଲାଦଙ୍କ ପୌତ୍ର ବଳିଙ୍କ ଦ୍ୱରା ପାଳିତ ହେଉଥିଲେ।

ଦେବକୀ ଓ ବସୁଦେବ, ଶ୍ରୀକୃଷ୍ଣଙ୍କ ପାଖରେ ଈଶ୍ୱର ସତ୍ତାକୁ ଅନୁଭବ କରିବା ପରେ ନିଜର ଏହି ମୃତ ୬ ପୁଅଙ୍କ ଦର୍ଶନ ପାଇଁ ଆଶାବ୍ୟକ୍ତ କରିଥିଲେ। ଫଳରେ ଭଗବାନ ଶ୍ରୀକୃଷ୍ଣ ନିଜେ ପାତାଳକୁ ଯାଇ ବଳିଙ୍କ ପାଖରୁ ନିଜ ୬ ଅଗ୍ରଜଙ୍କୁ ଦ୍ୱାରକା ଆଣିବା ପରେ ମା’ ଦେବକୀଙ୍କୁ ସେମାନଙ୍କ ଦର୍ଶନ କରାଇଥିଲେ।

ଏପରିକି ଏହି ୬ ସନ୍ତାନଙ୍କୁ ବୃଦ୍ଧାବସ୍ଥାରେ ସ୍ତନ୍ୟପାନ କରାଇବା ପରେ ସେହି ଦେବତାମାନେ ମୁକ୍ତି ପାଇ ସ୍ୱର୍ଗାରୋହଣ କରିଥିଲେ।



from Odisha Reporter https://ift.tt/2NCBTVS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages