
ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ବିଜେଡିରୁ ବିଦା ହେଲା ପରେ ବରିଷ୍ଟନେତା ଦାମୋଦର ରାଉତ୍ ରୁକ୍ଷ ମୁଡ୍ରେ ଅଛନ୍ତି। ଆଗରୁ ଦଳ ବିରୋଧରେ ବର୍ଷୁଥିବା ଦାମୋଦର ରାଉତ୍ ଏବେ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ନିଶାନା କରିଛନ୍ତି। ଏଥିପାଇଁ ସେ ସୋଶାଲ ମିଡିଆକୁ ଅସ୍ତ୍ର କରିଛନ୍ତି। ନିଜ୍ ଫେସ୍ବୁକ୍ ଆକାଉଣ୍ଟରେ ବିଜେଡି ବିରୋଧରେ ଗୋଟିଏ ପରେ ଗୋଟିଏ ପୋଷ୍ଟ କରି ଦଳକୁ ଘାଇଲା କରୁଛନ୍ତି ଦାମ ।
ତାଙ୍କ ରୋକ୍ଠୋକ୍ ବାଣୀ ଓ ନିର୍ଭୀକତା ପାଇଁ ବିଭିନ୍ନ ମହଲରୁ ଦାମଙ୍କୁ ବିପୁଳ ସମର୍ଥନ ମିଳୁଛି। ପୂର୍ବରୁ ବିଜେଡିର ‘ଷଡ଼ଯନ୍ତ୍ରକାରୀ’ ନେତାଙ୍କ ଗୁମର ଖୋଲିଥିବା ବେଳେ ଏବେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ଦାମ । ଦଳରୁ ବହିଷ୍କାର ବେଳେ ତାଙ୍କ ଚାରା ଘୋଟାଲା ଅଭିଯୋଗକୁ ଅମୂଳକ କହି ମୁଖ୍ୟମନ୍ତ୍ରୀ ଯେଉଁ ତାଚ୍ଛଲ୍ୟ କରିଥିଲେ ତାକୁ ନେଇ କଡ଼ା ସମାଲୋଚନା କରିଛନ୍ତି ଦାମ।
ସେ ତାଙ୍କ ଫେସ୍ବୁକ୍ ଆକାଉଣ୍ଟରେ ଲେଖିଛନ୍ତି ଯେ, “ମୁଁ ମନ୍ତ୍ରୀ ଥିଲା ବେଳେ ଯାହା ସବୁ ଦୁର୍ନୀତିକୁ ସାମ୍ନାକୁ ଆସିଥିଲା। ତା’ ଉପରେ ପଦକ୍ଷେପ ପାଇଁ ସୁପାରିସ କରିଥିଲି। ସେଥିରେ ସମ୍ପୃକ୍ତ ଥିବା ଅଫିସରଙ୍କୁ ବଦଳି ପାଇଁ ସୁପାରିସ ବି କରିଥିଲି। ହେଲେ ସେ ସବୁ ସରକାରୀ ଫାଇଲରେ ଅଛି। ମତେ ମନ୍ତ୍ରୀପଦରୁ ବାହାର କଲା ପରେ ସେ ସବୁ ଫାଇଲ ଚାପି ଦିଆଯାଇଛି।
” ମୁଁ ମନ୍ତ୍ରୀ ଭାବରେ ପଦ ଓ ଗୋପନୀୟତାର ଶପଥ ନେଇଥିବାରୁ ସେତେବେଳେ ପ୍ରେସ୍ ଆଗରେ ମୋର କହିବା ଉଚିତ୍ ନଥିଲା। ଏବେ ସେଇ କଥା ବିଧାୟକ ଭାବେ କହିଲି। ବର୍ତ୍ତମାନର ମନ୍ତ୍ରୀ ଦୁର୍ନୀତି ହୋଇଥିବା କଥା ଲିଖିତ ଭାବେ ବିଧାନସଭାରେ ସ୍ୱୀକାର ବି କଲେ। ସେଇ କଥା ନବୀନ ବାବୁ ଶୁଣି କହିଲେ ‘ହାସ୍ୟାସ୍ପଦ’। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀଙ୍କୁ ଉପଦେଶ ଦେଉଥିବା ନେତାମାନଙ୍କୁ ଦାମ ରାଉତ୍ ତାଚ୍ଛଲ୍ୟଭରା ଢଙ୍ଗରେ ସମାଲୋଚନା କରିଛନ୍ତି। ଦାମ ଲେଖିଛନ୍ତି ଯେ, ଧନ୍ୟ କହିବା ସେଇମାନଙ୍କୁ ଯେଉଁମାନେ ତଥାକଥିତ ‘ଉପଦେଷ୍ଟା’ ସାଜି ନବୀନ ବାବୁଙ୍କୁ ଦୁର୍ବୁଦ୍ଧି ଦେଉଛନ୍ତି।
from Odisha Reporter https://ift.tt/2OJjgjm
No comments:
Post a Comment