ଦାମଙ୍କୁ ଘେରିବା ପାଇଁ ଆସନ୍ତାକାଲି ବିଜେଡି ମେଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 22, 2018

ଦାମଙ୍କୁ ଘେରିବା ପାଇଁ ଆସନ୍ତାକାଲି ବିଜେଡି ମେଳି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡିରୁ ବହିଷ୍କୃତ ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତଙ୍କ ରାଜନୀତିକ ଗତିବିଧି ଉପରେ ଅଙ୍କୁଶ ଲଗାଇବା ପାଇଁ ଆସନ୍ତାକାଲି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ବସିବ। ଏଥିରେ ପାରାଦୀପ ନିର୍ବାଚନମଣ୍ଡଳୀର ଆଗଧାଡ଼ିର ଦଳୀୟ କର୍ମୀମାନଙ୍କୁ ଉପସ୍ଥିତ ରହିବା ପାଇଁ ବିଜେଡି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ମିଳିଥିବା ସୂଚନା ଅନୁସାରେ, ଦଳରୁ ବହିଷ୍କୃତ ଡାକ୍ତର ରାଉତ କୁଜଙ୍ଗରେ ଏକ ବିରାଟ ସମାବେଶ କରି ନିଜର ପାୱାର ଶୋ’ କରିବା ପାଇଁ ସଜବାଜ ହେଉଥିବାର ଖବର ମିଳିବା ପରେ ବିଜେଡି ପକ୍ଷରୁ ଦୁର୍ଗ ରକ୍ଷା ପ୍ରକ୍ରିୟା ଆରମ୍ଭ ହୋଇଛି। ପାରାଦୀପ ପୌର ପରିଷଦ ଓ କୁଜଙ୍ଗ ବ୍ଲକ୍ ଅଂଚଳରେ ଥିବା ଡାକ୍ତର ରାଉତଙ୍କ ସମର୍ଥକ (ବିଜେଡି କର୍ମୀ)ଙ୍କୁ ଏକଜୁଟ କରି ରଖିବା ନିମନ୍ତେ ଆସନ୍ତାକାଲି ଏହି ବୈଠକ ଡକାଯାଇଛି।

ଜଗତସିଂହପୁର ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଫୁଲ୍ଲ ସାମଲ ଓ ସହପର୍ଯ୍ୟବେକ୍ଷକ ପ୍ରତାପ ଜେନାଙ୍କ ଦସ୍ତଖତରେ ପାରାଦୀପ ନିର୍ବାଚନମଣ୍ଡଳୀର ଛାମୁଆ ବିଜେଡି କର୍ମୀମାନଙ୍କୁ ବୈଠକକୁ ଡକାଯାଇ ଡାକ୍ତର ରାଉତଙ୍କ ସହ ସମ୍ପର୍କ ନରଖିବା ନିମନ୍ତେ ନିର୍ଦ୍ଦେଶ ଦିଆଯିବ ବୋଲି ଜଣାପଡ଼ିଛି।

ବୈଠକରେ ଏହି ଦୁଇ ପର୍ଯ୍ୟବେକ୍ଷକଙ୍କ ସମେତ ଜଗତସିଂହପୁର ଜିଲ୍ଲା ସଭାପତି ବିଷ୍ଣୁ ଦାସ, କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ ମୁଦୁଲି, ତିର୍ତ୍ତୋଲ ବିଧାୟିକା ଡା ରାଜଶ୍ରୀ ମଲ୍ଲିକ ଓ କଟକ-ବାରବାଟୀ ବିଧାୟକ ଦେବାଶୀଷ ସାମନ୍ତରାୟ ଯୋଗଦେବେ ବୋଲି ଜଣାପଡ଼ିଛି।

ବିଜେଡିର ଆସନ୍ତାକାଲିର ବୈଠକ ସମ୍ପର୍କରେ ପ୍ରତିକ୍ରିୟା ଦେଇ ଡାକ୍ତର ରାଉତ କହିଛନ୍ତି ଯେ, ଯେଉଁମାନେ ବୈଠକକୁ ଆସିବେ ସେମାନେ ତାଙ୍କ ସହ ନଥିବା ସ୍ପଷ୍ଟ ହେବ। ତାଙ୍କ ଯୋଗୁ ରାଜନୀତିକ ପରିଚୟ ପାଇଥିବା ଲୋକମାନେ ଯଦି ଆସନ୍ତାକାଲିର ବୈଠକ ଆସନ୍ତି ଓ ତାହା ସ୍ଥାନୀୟ ଅଞ୍ଚଳର ଲୋକ ଜାଣିଲେ ସେମାନଙ୍କର ରାଜନୀତିରେ ବି ସବୁଦିନ ପାଇଁ ପୂର୍ଣ୍ଣଚ୍ଛେଦ ପଡ଼ିଯିବ। ଡାକ୍ତର ରାଉତ ଆଜି ପାରାଦୀପ ଗସ୍ତରେ ଥିବା ସୂଚନା ଦେଇଛନ୍ତି।

ପାରାଦୀପ ନିର୍ବାଚନମଣ୍ଡଳୀରେ ଥିବା ବିଜେଡି କର୍ମୀମାନଙ୍କ ମଧ୍ୟରୁ କିଏ ଡାକ୍ତର ରାଉତଙ୍କୁ ସମର୍ଥନ କରିବେ ଓ କିଏ ଦଳରେ ରହିବେ ତାହା ଆସନ୍ତାକାଲିର ବୈଠକରେ ଉପସ୍ଥିତିରୁ ସ୍ପଷ୍ଟ ହେବ ବୋଲି କୁହାଯାଉଛି। ଡାକ୍ତର ରାଉତଙ୍କୁ ଦଳରୁ ବହିଷ୍କାର କରାଯିବା ପରେ ଗତ ସପ୍ତାହରେ ସେ ପାରାଦୀପ ଗସ୍ତରେ ଯାଇ ନିଜର ସମର୍ଥକମାନଙ୍କ ସହ ବିଚାରବିମର୍ଶ କରିଥିଲେ। ତେବେ କୁଜଙ୍ଗ ବ୍ଲକ୍ ଅଧୀନରେ ଥିବା ପ୍ରାୟ ୧୬ଟି ପଞ୍ଚାୟତର ସଭ୍ୟ ଓ ସରପଞ୍ଚମାନେ ଡାକ୍ତର ରାଉତଙ୍କୁ ସମର୍ଥନ ଜଣାଇଥିବାବେଳେ ଆଗାମୀ ଦିନରେ ବଡ଼ଧରଣର ସଭା କରିବେ ବୋଲି ସୂଚନା ଦେଇଥିଲେ।

କିନ୍ତୁ ସେତେବେଳେ ଡାକ୍ତର ରାଉତଙ୍କ ଘନିଷ୍ଠ ସହଯୋଗୀ କୁହାଯାଉଥିବା ପାରାଦୀପ ପୌର ପରିଷଦ ଅଧ୍ୟକ୍ଷ ବସନ୍ତ ବିଶ୍ୱାଳ ଓ ପାରାଦୀପ ନଗର ବିଜେଡି ସଭାପତି ସୁମନ୍ତ ବିଶ୍ୱାଳ ତାଙ୍କୁ ଭେଟି ନଥିଲେ।

ଅବଶ୍ୟ ଗୁରୁବାର ଦଳର ଜିଲ୍ଲା ସଭାପତି ବିଷ୍ଣୁ ଦାସ ପାରାଦୀପ ଗସ୍ତରେ ଯାଇ ସାଂଗଠନିକ ସମୀକ୍ଷା ବୈଠକ କରିଥିଲେ ମଧ୍ୟ ତାଙ୍କ ପାଖକୁ ବସନ୍ତ ଓ ସୁମନ୍ତଙ୍କ ସମେତ କୌଣସି ସ୍ଥାନୀୟ ନେତା ଯାଇନଥିଲେ।ବିଷ୍ଣୁ ନିଜର ପୁରୁଣା ସମର୍ଥକଙ୍କୁ ଧରି ବୈଠକ କରି ଫେରିଥିବା ଜଣାପଡ଼ିଛି।

କିନ୍ତୁ ଉଲ୍ଲେଖନୀୟ ଘଟଣାକ୍ରମରେ, ପାରାଦୀପରୁ ନିର୍ବାଚନ ଲଢ଼ିବାକୁ ବାହାସ୍ଫୋଟ ମାରୁଥିବା ବିଷ୍ଣୁ ନିଜର ମତ ପରିବର୍ତ୍ତନ କରିଛନ୍ତି।ସେ କହିଛନ୍ତି ଯେ ସେ ପାରାଦୀପରୁ ନିର୍ବାଚନ ଲଢ଼ିବେ ନାହିଁ । ସେଠାରୁ କିଏ ନିର୍ବାଚନ ଲଢ଼ିବେ ତାହା ଦଳର ସଭାପତି ନିର୍ଦ୍ଧାରଣ କରିବେ। ସେହିପରି ପାରାଦୀପରୁ ନିର୍ବାଚନ ଲଢ଼ିବାକୁ ନେଇ ଚର୍ଚ୍ଚାରେ ଥିବା ଦଳୀୟ ବିଧାୟକ ଦେବାଶିଷ ସାମନ୍ତରାୟ ମଧ୍ୟ ମତ ରଖିସାରିଛନ୍ତି। ସେ କହିଛନ୍ତି ଯେ, ସେ କଟକ-ବାରବାଟୀର ବିଧାୟକ ଅଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ବି ସେ ପୁଣିଥରେ ସେଠାରେ ବିଧାୟକ ପ୍ରାର୍ଥୀ ହେବେ।

ବିଷ୍ଣୁ ଓ ଦେବାଶୀଷଙ୍କ ଏହି ପରିବର୍ତ୍ତିତ ମତ ମଧ୍ୟରେ ପାରାଦୀପରେ କିଏ ବିଧାୟକ ପ୍ରାର୍ଥୀ ହେବ ତଥା ଦଳର ନେତୃତ୍ୱ ନେବ ତାକୁ ନେଇ ଏବେ ଦଳୀୟ କର୍ମୀଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି।

ବିଜେଡିର ଆସନ୍ତାକାଲିର ବୈଠକ ସମ୍ପର୍କରେ ପ୍ରତିକ୍ରିୟା ଦେଇ ଡାକ୍ତର ରାଉତ କହିଛନ୍ତି ଯେ, ଯେଉଁମାନେ ବୈଠକକୁ ଆସିବେ ସେମାନେ ତାଙ୍କ ସହ ନଥିବା ସ୍ପଷ୍ଟ ହେବ। ତାଙ୍କ ଯୋଗୁ ରାଜନୀତିକ ପରିଚୟ ପାଇଥିବା ଲୋକମାନେ ଯଦି ଆସନ୍ତାକାଲିର ବୈଠକ ଆସନ୍ତି ଓ ତାହା ସ୍ଥାନୀୟ ଅଞ୍ଚଳର ଲୋକ ଜାଣିଲେ ସେମାନଙ୍କର ରାଜନୀତିରେ ବି ସବୁଦିନ ପାଇଁ ପୂର୍ଣ୍ଣଚ୍ଛେଦ ପଡ଼ିଯିବ। ଡାକ୍ତର ରାଉତ ଆଜି ପାରାଦୀପ ଗସ୍ତରେ ଥିବା ସୂଚନା ଦେଇଛନ୍ତି।



from Odisha Reporter https://ift.tt/2zncbjn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages