
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତ କିଛିଦିନ ହେଲା ଡାକ୍ତର ଦାମୋଦର ରାଉତ ବିଜେଡି ସରକାରକୁ ଗୋଟିଏ ପରେ ଗୋଟିଏ ବାଣ ମାରୁଥିଲେ। ଯାହା ଶାସକ ଦଳ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଥିଲା। ତେଣୁ ତାଙ୍କ ମୁହଁରେ ତୁଣ୍ଡି ଲଗାଇବା ପାଇଁ ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ ଓ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ଦାମଙ୍କୁ ବହିଷ୍କାର କରିବା ପାଇଁ ଦାବି କରିଥିଲେ। ଏହା ପରେ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା। ଆଜି ମୁଖ୍ୟମନ୍ତ୍ରୀ ନୂଆଦିଲ୍ଲୀରେ ଥିବା ବେଳେ ଦାମଙ୍କୁ ଦଳରୁ ବହିଷ୍କାର କରାଯାଇଛି। ତେବେ ଆସନ୍ତୁ ପଢ଼ିବା ଦାମଙ୍କର ୧୦ଟି ଜବରଦସ୍ତ ବୋମା ସମ୍ପର୍କରେ।
୧: ଚାଷୀମାନେ ଋଣ ନେଇ ଝିଅ ବାହାଘର କରୁଛନ୍ତି।
୨: ମାଲକାନଗିରିରେ ଆୟୋଜିତ ସଭାରେ ବ୍ରାହ୍ମଣଙ୍କ ଉପରେ ଦେଇଥିଲେ ବିବାଦୀୟ ମନ୍ତବ୍ୟ।
୩: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ.ପାଣ୍ଡିଆନଙ୍କୁ କାଠଗଡ଼ାରେ ଛିଡ଼ା କରାଇ ତାଙ୍କୁ ସବୁ ଦୁର୍ନୀତିଗ୍ରସ୍ତଙ୍କ ତ୍ରାଣକର୍ତ୍ତା ବୋଲି ଅଭିହିତ କରିଥିଲେ।
୪: କୃଷି ବିଭାଗରେ ଦୁର୍ନୀତି ମାମଲାକୁ ଉଜାଗର କରିବା ନିମନ୍ତେ ଭିଜିଲାନ୍ସକୁ ଚିଠି ଲେଖିଥିଲେ।
୫: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କହୁଛନ୍ତି, ତାକୁ ଅମଲାମାନେ ମାନୁନାହାନ୍ତି। ବିଜେକୁ ଜଣେ ଅଫିସର ଓ ତିନିଜଣ ବିଧାୟକ ଚଳାଇଛନ୍ତି। ତିନି ବିଧାୟକ ହେଲେ ଅରୁଣ ସାହୁ, ବବି ଦାସ ଓ ଦେବାଶିଷ ସାମନ୍ତରାୟ।
୬: ଯାଜପୁରରେ ଗୋଚର ଓ ଦେବୋତ୍ତର ବିଭାଗର ଜମିରେ ଚାଲିଥିବା ରାମକୋ ସିମେଣ୍ଟ କମ୍ପାନୀ ଚାଲିଛି।
୭: ଚାରାରେ ୧୦୦ କୋଟି, ଓମ୍ଫେଡ୍ରେ ୩୦ କୋଟି ଓ ସମବାୟ ଋଣରେ ୮୦୦ କୋଟିର ଘୋଟାଲା।
୮: ଯାଜପୁର ଡଙ୍ଗାରୀ ପାହାଡ଼ ଲୁଟ୍ ହୋଇଛି।
୯: ସୋସାଇଟି କମ୍ପ୍ୟୁଟରାଇଜ୍ରେ ୩୭ କୋଟି ଟଙ୍କା ଦୁର୍ନୀତି ହୋଇଥିଲା।
୧୦: ସ୍ୱାମୀ ଛାଡ଼ି ଅଙ୍ଗନୱାଡ଼ି କହି ବିବାଦ ଘେରକୁ ଆସିଥିଲେ।
from Odisha Reporter https://ift.tt/2xc3bew
No comments:
Post a Comment