ଜମୁଛି ନୂଆଁଖାଇ ମାହୋଲ୍‌: ନାଚଗୀତ ପ୍ରସ୍ତୁତିରେ କଳାକାର ମଗ୍ନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 12, 2018

ଜମୁଛି ନୂଆଁଖାଇ ମାହୋଲ୍‌: ନାଚଗୀତ ପ୍ରସ୍ତୁତିରେ କଳାକାର ମଗ୍ନ

ବଲାଙ୍ଗିର (ସସ୍ମିତା ସାହୁ): ଆଉ ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏବେ ସବୁଠି ପ୍ରସ୍ତୁତିର ପର୍ବ। କଳାକାରମାନେ ମଧ୍ୟ ନିଜ ପ୍ରସ୍ତୁତି ଚଳାଇଛନ୍ତି। କାରଣ ନାଚଗୀତ ବିନା ନୂଆଁଖାଇର ମାନେ କିଛି ନାହିଁ।
bolangiriନବାନ୍ନ ଭକ୍ଷଣ ପରେ ଗାଁଠୁ ସହର ସବୁଠି ଆରମ୍ଭ ହୋଇଯାଏ ନାଚଗୀତର ଆସର ବା ନୂଆଁଖାଇ ଭେଟଘାଟ। ନିଜ ଅଞ୍ଚଳ ସହିତ ରାଜ୍ୟ ତଥା ଦେଶ ବାହାରେ ହେବାକୁ ଥିବା ଭେଟଘାଟ କାର୍ଯ୍ୟକ୍ରମ ପାଇଁ ଏବେ ଜୋରସୋରରେ ପ୍ରସ୍ତୁତି ଚାଲାଇଛନ୍ତି କଳାକାରମାନେ।
ଦୁଲଦୁଲିରେ ଦୁଲୁକୁଛି ପରିବେଶ। ଢୋଲ, ନିଶାନ ଓ ତାଶା ଶବ୍ଦରେ କମ୍ପୁଛି ଗାଁ ଦାଣ୍ଡ। ପାରମ୍ପରିକ ସମ୍ବଲପୁରୀ ବେଶ ଭୂଷାରେ ସଜେଇ ହୋଇ ନୃତ୍ୟ ଅଭ୍ୟାସ କରୁଛନ୍ତି କଳାକାର।
bolangiriବଲାଙ୍ଗିରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ପଞ୍ଚମ’ର ନୂଆଁଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଆସନ୍ତା ସେପ୍ଟେମ୍ବର ୨୨ ତାରିଖରେ ବେଙ୍ଗାଲୁରୁଠାରେ ହେବାକୁ ଥିବା ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଯୋଗଦେବ ଏହି ସାଂସ୍କୃତିକ ଦଳ। ତେଣୁ ରସରକେଲି, ମାଇଲାଜଡ, ଚୁଟକୁଚୁଟା ଭଳି ନୂଆ ନୂଆ ସମ୍ବଲପୁରୀ ଗୀତକୁ ନେଇ ଚାଲଛି ପ୍ରସ୍ତୁତି।
ବଲାଙ୍ଗିର ସହରର ବିଭିନ୍ନ ଅନୁଷ୍ଠାନ ତରଫରୁ ନୂଆଁଖାଇ ପରେ ଭେଟଘାଟ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ତେଣୁ ସହରର ବିଭିନ୍ନ ଛକରେ ଦେଖିବାକୁ ମିଳୁଛି କାର୍ଯ୍ୟକ୍ରମର ପୋଷ୍ଟର।
bolangiriନୂଆଁଖାଇ ସନ୍ଧ୍ୟାରେ ବଲାଙ୍ଗିର ଟାଉନ୍‌ ହଲ୍‌ଠାରେ ‘ଯୁବ କଳାକାର ସଂଘ’ ତରଫରୁ ଅନୁଷ୍ଠିତ ହେବ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ। ତେଣୁ କୋଶଳ କଳାମଣ୍ଡଳ ପଡ଼ିଆ ମଞ୍ଚରେ ଜୋରସୋରରେ ପ୍ରସ୍ତୁତି ଚାଲିଛି। ନୂଆ ଏବଂ ପୁରୁଣା କଣ୍ଠଶିଳ୍ପୀଙ୍କୁ ନେଇ ନୂଆଁ ନୂଆଁ ଗୀତ କମ୍ପୋଜ କରାଯାଉଛି।



from Odisha Reporter https://ift.tt/2x1uAAL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages