
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଭିନ୍ନ ଫଳକୁ ଚୋପା ସହିତ ଖାଇବା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଥା’ନ୍ତି। କିନ୍ତୁ ଖୁବ୍ କମ୍ ଲୋକ ଏହି ପରାମର୍ଶକୁ ଗ୍ରହଣ କରିଥା’ନ୍ତି।
ଆମେ ସମସ୍ତେ କଦଳୀ ଖାଇବା ପରେ ତା’ ଚୋପାକୁ ଫୋପାଡ଼ି ଦେଇଥାଉ। ଯଦି ଆପଣ ଏପରି କରୁଛନ୍ତି, ତେବେ ଏହାର ଗୁଣ ଜାଣିବା ପରେ ଆଉ ଏହାକୁ ଫୋପାଡ଼ିବେ ନାହିଁ।
କଦଳୀ ଚୋପା ଶରୀରକୁ ଭରପୂର ମାତ୍ରାରେ ଭିଟାମିନ୍ ଦେବା ସହିତ ଓଜନ ହ୍ରାସରେ ମଧ୍ୟ ଏହା ସହାୟକ ହୋଇଥାଏ। ଏଥିରେ ଭିଟାମିନ୍ ବି-୬, ବି-୧୨, ମିନେରାଲସ୍, ପୋଟାସିୟମ୍ ଏବଂ ମ୍ୟାଗ୍ନେସିୟମ୍ ରହିଛି।
କଦଳୀ ଚୋପାରେ ଫାଇବର୍ ମଧ୍ୟ ପ୍ରଚୁର ପରିମାଣରେ ରହିଛି। ଯାହା ଆପଣଙ୍କ ପାଚନ କ୍ରିୟାକୁ ଠିକ୍ ରଖିବାରେ ସାହାଯ୍ୟ କରିଥାଏ।
କଦଳୀ ଚୋପାରେ ଥିବା ଔଷଧୀୟ ଗୁଣ ସମ୍ପର୍କରେ ଆସନ୍ତୁ ଜାଣିବା।
୧. କଦଳୀ ଚୋପାରେ ଭିଟାମିନ୍ ଏ’ ରହିଛି। ଏହା ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରିବା ସହ ଶରୀରକୁ ବିଭିନ୍ନ ସଂକ୍ରମଣରୁ ସୁରକ୍ଷା ଦେଇଥାଏ।
୨. ଏଥିରେ ଲୁଟିନ୍ ନାମକ ଏକ ଭିଟାମିନ୍ ରହିଛି, ଯାହା ଆଖିରେ ମୋତିଆବିନ୍ଦୁ ହେବାକୁ ଦେଇ ନଥାଏ।
୩. କଦଳୀ ଚୋପାରେ ଥିବା ଭିଟାମିନ୍ ବି-୬ ଏବଂ ବି-୧୨ ଶରୀରରେ ଆଣ୍ଟିଅକ୍ସିଡାଣ୍ଟ୍ ଭାବେ କାର୍ଯ୍ୟ କରିଥାଏ।
୪. ଏଥିରେ ଥିବା ଫାଇବର୍ ପାଚନ କ୍ରିୟାକୁ ଶୃଙ୍ଖଳିତ କରିବା ସହ ଶରୀରରେ କୋଲେଷ୍ଟ୍ରଲ୍ର ମାତ୍ରାକୁ ହ୍ରାସ କରିଥାଏ।
୫. କଦଳୀ ଚୋପାରେ ଥିବା ମ୍ୟାଗ୍ନେସିୟମ୍ ଏବଂ ପୋଟାସିୟମ୍ ଶରୀରରେ ରକ୍ତଚାପର ସ୍ତରକୁ ଠିକ୍ ରଖିଥାଏ।
୬. ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, କଦଳୀ ଚୋପାରେ ସେରୋଟନିନ୍ ନାମକ ପଦାର୍ଥ ରହିଛି, ଯାହା ଡିପ୍ରେସନ୍କୁ ହ୍ରାସ କରେ। ଏହା ବ୍ୟତୀତ ଏଥିରେ ଡପାମାଇନ୍ ଭିଟାମିନ୍ ରହିଛି, ଯାହା ହୃଦୟର ସ୍ପନ୍ଦନକୁ ନିୟନ୍ତ୍ରିତ ରଖି ଧମନୀରେ ରକ୍ତ ସଞ୍ଚାଳନକୁ ଠିକ୍ କରିଥାଏ।
୭. ବିଶେଷଜ୍ଞଙ୍କ ମତରେ, କଦଳୀ ଚୋପାରେ ଆଣ୍ଟି କ୍ୟାନସର୍ ଗୁଣ ରହିଛି। ଏହି ଗୁଣ ଶରୀରରେ ଶ୍ୱେତ ରକ୍ତକଣିକା ଉତ୍ପନ୍ନରେ ସାହାଯ୍ୟ କରିଥାଏ।
ଯଦି ଆପଣ ନିଜ ଖାଦ୍ୟରେ କଦଳୀ ଚୋପା ସାମିଲ୍ କରିବାକୁ ଚାହୁଁଛନ୍ତି, ତେବେ ଏହାକୁ ୧୦ ମିନିଟ୍ ଗରମ ପାଣିରେ ଫୁଟାନ୍ତୁ। ଏହା ପରେ ଏହାକୁ ବ୍ୟବହାର କରିପାରିବେ।
from Odisha Reporter https://ift.tt/2NG92E4
No comments:
Post a Comment