
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଜଣେ ପୂର୍ବତନ ବିଜେପି କର୍ପୋରେଟରଙ୍କ ଘରେ ପଶି କେହି ଦୃର୍ବୁତ୍ତ ୫ଟି ଗାଡ଼ି ପୋଡ଼ି ଦେଇଛନ୍ତି। ଏହି ଗାଡ଼ିଗୁଡ଼ିକ ମଧ୍ୟରେ ରହିଛି- ଦୁଇଟି ବାଇକ୍, ୨ଟି ସ୍କୁଟି ଓ ଗୋଟିଏ ମାରୁତି କାର୍।
ଗତକାଲି ରାତିରେ ଖାରବେଳ ନଗର ଅଞ୍ଚଳରେ ଘଟିଛି ଏହି ଘଟଣା। ପୂର୍ବତନ କର୍ପୋରେଟର ଲାଲା ଅଶୋକ କୁମାର ରୟ ରାତିରେ ଖାଇ ଶୋଇଥିଲେ। ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ଜୋର୍ରେ ଶବ୍ଦ ହେବା ପରେ କୁକୁର ଭୋକିଥିଲା। ଏହାପରେ ଅଶୋକ ଉଠିଥିଲେ ଓ ତାଙ୍କର ସବୁ ଗାଡ଼ି ପୋଡ଼ି ଯାଇଥିବା ଦେଖିଥିଲେ।
ପ୍ରାୟ ୮ରୁ ୧୦ ଲକ୍ଷ ଟଙ୍କାର ଗାଡ଼ି ପୋଡ଼ି ଯାଇଥିବା ସେ ଅଭିଯୋଗ କରିଛନ୍ତି। କିଏ କେଉଁ ଉଦ୍ଦେଶ୍ୟ ରଖି ଏଭଳି କାଣ୍ଡ ଭିଆଇଛି ସେ ଜାଣି ନାହାନ୍ତି ବୋଲି କହିଛନ୍ତି। ପୁଲିସ୍ ଘଟଣାର ତଦନ୍ତ କରୁଛି।
from Odisha Reporter https://ift.tt/2xOS6An
No comments:
Post a Comment