ଅନୁଙ୍କ ଉପରେ କାହିଁକି ରାଗି ଥିଲେ ନବେ ଦଶକର ଏହି ସୁପର୍ ହିଟ୍‌ ସିଙ୍ଗର? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, September 12, 2018

ଅନୁଙ୍କ ଉପରେ କାହିଁକି ରାଗି ଥିଲେ ନବେ ଦଶକର ଏହି ସୁପର୍ ହିଟ୍‌ ସିଙ୍ଗର?

anu

ମୁମ୍ବାଇ: ଆଜି ବି ତାଙ୍କ ଗୀତ ଶୁଣିଲେ ପିଲାଠାରୁ ବୁଢ଼ା ସମସ୍ତେ ଝୁମନ୍ତି। ତାଙ୍କ ସ୍ୱର ଥିଲା ସ୍ୱତନ୍ତ୍ର। ସେଥିରେ ଥିଲା ନିଆରାପଣ। ନବେ ଦଶକରେ ବହୁ ହିଟ୍ ଗୀତ ଗାଇଥିବା ଏହି ପ୍ଲେ ବ୍ୟାକ୍ ସିଙ୍ଗର ଲଗାତାର ୫ ଥର ଫିଲ୍ମ ଫେୟାର ପୁରସ୍କାର ମଧ୍ୟ ପାଇଥିଲେ।

ସେ ହେଉଛନ୍ତି ୱାନ୍‌ ଆଣ୍ଡ୍‌ ଓନ୍‌ଲି କୁମାର ସାନୁ। ତାଙ୍କ ସଂପର୍କରେ ଆପଣମାନେ ଅନେକ କଥା ଜାଣିଥିବେ। ଆହୁରି ଜାଣିବା ପାଇଁ ବି ଇଚ୍ଛା ରଖୁଥିବେ।

ଆଜି ଆମେ ତାଙ୍କ ସଂପର୍କରେ ଗୋଟିଏ କଥା ଆପଣମାନଙ୍କୁ କହିବୁ। ହୁଏତ ଆପଣମାନେ ଏ ବିଷୟରେ ଜାଣିଥିବେ।

ଗତ ସପ୍ତାହରେ ସେ ସଂଗୀତ ଭିତ୍ତିକ ରିୟଲିଟି ଶୋ’ ‘ଇଣ୍ଡିଆନ୍ ଆଇଡଲ୍‌’କୁ ଆସିଥିଲେ। ତାଙ୍କ ସହିତ ଅଲ୍‌କା (ୟାଗ୍‌ନିକ) ମଧ୍ୟ ଆସିଥିଲେ। ଏ ଦୁଇ ଷ୍ଟାର୍ ସିଙ୍ଗର ଗାଇ ଥିବା ଅନେକ ହିଟ୍ ଗୀତକୁ ପ୍ରତିଯୋଗୀମାନେ ଗାଇ ସେମାନଙ୍କ ସ୍ମୃତିକୁ ତାଜା କରି ଦେଇଥିଲେ।

ଓଡ଼ିଶାର ବିଶ୍ୱଜିତ ମହାପାତ୍ର ଗାଇ ଥିଲେ ଶାହାରୁଖ୍ ଖାନ୍ ଓ କାଜୋଲ ଅଭିନୀତ ‘ବାଜିଗର’ ଫିଲ୍ମର ସେଇ ହିଟ୍ ଗୀତ ‘ୟେ କାଲି କାଲି ଆଖେଁ…’।

ଏହି ଗୀତର ନିର୍ଦ୍ଦେଶନା ଦେଇଥିଲେ ଅନୁ ମଲ୍ଲିକ। ଏହାକୁ ଗାଇ ଥିଲେ କୁମାର ସାନୁ। ଆଉ ସେଦିନ ଦୁହେଁ ଶୋ’ରେ ଉପସ୍ଥିତ ଥିଲେ।

anu2ଏ ଗୀତରେ ଏକ ‘ପଞ୍ଚ୍‌’ ଅଛି। ତାହା ହେଉଛି- ‘‘ମେ ମିଲା ତୁ ମିଲି , ତୁ ମିଲି ମେ ମିଲା, ମେ ମିଲା ତୁ ମିଲି, ତୁ ମିଲି ମେ ମିଲା, ଦୁନିଆ ଜଲେ ତୋ ଜଲେ, ପ୍ୟାର୍‌ କରେଙ୍ଗେ ତୁଝ୍‌ପେ ମରେଙ୍ଗେ…।” ଏହା ଖୁବ୍ ହିଟ୍ ହୋଇଥିଲେ। ଶ୍ରୋତା ଏହାକୁ ଖୁବ୍ ପସନ୍ଦ କରିଥିଲେ।

‘ୟେ କାଲି କାଲି ଆଖେଁ…’ ଗୀତଟିକୁ ବିଶ୍ୱଜିତ୍ ଗାଇଲା ବେଳେ ଜଜ୍ ଅନୁ ମଲ୍ଲିକ ସେହି ‘ପଞ୍ଚ୍‌’ଟିକୁ ଗାଇଥିଲେ। କୁମାର ସାନୁ ଏହି ଗୀତ ପାଇଁ ବିଶ୍ୱଜିତ୍‌ଙ୍କୁ ପ୍ରଶଂସା କରିବା ସହିତ ଏହାକୁ ନେଇ ଗୋଟିଏ ଗୁମର ଖୋଲିଥିଲେ।

ସେ କହିଥିଲେ ଯେ ଏ ଗୀତକୁ ନେଇ ସେ ସଂଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକଙ୍କ ଉପରେ ରାଗି ଯାଇଥିଲେ। କାରଣ ଅନୁ ଗାଇଥିବା ସେହି ‘ପଞ୍ଚ୍‌’କୁ ସେ ନିଜେ ଗାଇବାକୁ ଚାହୁଁଥିଲେ।

ଏହା ପରେ ସେ ସେହି ‘ପଞ୍ଚ୍‌’ଟିକୁ ଗାଇ ଥିଲେ।

ଦେଖନ୍ତୁ ଏହି ଗୀତର ଭିଡିଓ



from Odisha Reporter https://ift.tt/2OecYYL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages