ଯେବେ ନେହେରୁଙ୍କ ଉପସ୍ଥିତିରେ ଇନ୍ଦିରାଙ୍କୁ ‘ଫାଶୀବାଦୀ’ କହିଥିଲେ ଫିରୋଜ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, September 11, 2018

ଯେବେ ନେହେରୁଙ୍କ ଉପସ୍ଥିତିରେ ଇନ୍ଦିରାଙ୍କୁ ‘ଫାଶୀବାଦୀ’ କହିଥିଲେ ଫିରୋଜ୍

ନୂଆଦିଲ୍ଲୀ: ଫିରୋଜ ଗାନ୍ଧିଙ୍କୁ  ଇନ୍ଦିରା ଗାନ୍ଧି ପିଲାବେଳୁ ଜାଣିଥିଲେ। କିନ୍ତୁ ଦୀର୍ଘଦିନ ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହୋଇଥିଲା। ଲଣ୍ଡନରେ ପାଠପଢ଼ା ବେଳେ ପିରୋଜ୍‌ ଏବଂ ଇନ୍ଦିରାଙ୍କ ମଧ୍ୟରେ ସମ୍ପର୍କ ଆଗକୁ ବଢ଼ିଥିଲା। ପରେ ଉଭୟ ପରସ୍ପରକୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ।  ହେଲେ ଇନ୍ଦିରାଙ୍କ ପିତା ଜବାହର୍‌ଲାଲ ନେହରୁ  ଉଭୟଙ୍କ ସମ୍ପର୍କକୁ ନେଇ ଖୁସି ନ ଥିଲେ।

ଇନ୍ଦିରା ଗାନ୍ଧି ଯେତେ ବେଳେ ପିତା ନେହରୁଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଲେ ନେହରୁ କେତେକ କାରଣ ଦର୍ଶାଇ ରାଜି  ହୋଇ ନଥିଲେ। କିନ୍ତୁ ବାପାଙ୍କ କଥାକୁ ଶୁଣି ନଥିଲେ ଇନ୍ଦିରା। ଆଉ ୧୯୪୨ରେ ଇନ୍ଦିରା ଗୁଜରାଟୀ ପାର୍ସି  ଫିରୋଜ ଗାନ୍ଧିଙ୍କୁ ବିବାହ କରିଥିଲେ।  କିନ୍ତୁ ବିବାହର କିଛି ଦିନ ପରେ ଇନ୍ଦିରା ଏବଂ ଫିରୋଜଙ୍କ ମଧ୍ୟରେ ସମ୍ପର୍କ ବିଗିଡ଼ିବାକୁ ଲାଗିଲା। ବିଶେଷ କରି ଯେତେବେଳେ ରାଜୀବ ଏବଂ ସଞ୍ଜୟ ଗାନ୍ଧି ଜନ୍ମ ହେଲେ ସେବେଠାରୁ ଉଭୟ ପତି଼-ପତ୍ନୀଙ୍କ ମଧ୍ୟରେ ଦୂରତା ବଢ଼ିଲା।

ଫିରୋଜ ଗାନ୍ଧିଙ୍କ ବହୁଚର୍ଚ୍ଚିତ ଜୀବନକୁ ନେଇ ବର୍ଟିଲ ଫାଲକ୍‌ଙ୍କ ଦ୍ୱାରା ଲିଖିତ ‘Feroze, The Forgotten Gandhi’ ବହିରେ ଉଲ୍ଲେଖ ରହିଛି। ଏଥିରେ ଉଲ୍ଲେଖ ଅଛି ଯେ, ୧୯୫୫ ମସିହାରେ ଇନ୍ଦିରା ଗାନ୍ଧି ଦୁଇ ପୁଅ ରାଜୀବ ଏବଂ ସଞ୍ଜୟଙ୍କୁ  ଲକ୍ଷ୍ନୌସ୍ଥିତ ନିଜ ଘରେ ଛାଡ଼ି ବାପ ଘର ଆହ୍ଲାବାଦ୍‌କୁ ଚାଲିଆସିଥିଲେ। ଠିକ୍‌ ଏହି  ସମୟରେ ସ୍ୱାମୀ ଫିରୋଜ୍‌ଙ୍କ ସହ ଅଧିକ ମନାନ୍ତର ହୋଇ,ଥିଲା।  ଏହି ସମୟରେ ଇନ୍ଦିରା  ପ୍ରଥମଥର କଂଗ୍ରେସର କାର୍ଯ୍ୟକାରୀ କମିଟି ଏବଂ କେନ୍ଦ୍ରୀୟ ନିର୍ବାଚନ ସମିତିରେ ସଦସ୍ୟ ହୋଇଥିଲେ।

 

 

 

 

କିନ୍ତୁ ଯେତେବେଳେ ଫିରୋଜ୍‌ ଦଳ ଭିତରେ ଦୁର୍ନୀତିର କଥା ଉଠାଇଲେ ସେତେବେଳେ ଉଭୟଙ୍କ ସମ୍ପର୍କରେ ଅଧିକ ତିକ୍ତତା ଆସିଲା। ଇତିମଧ୍ୟରେ ଫିରୋଜ ଗାନ୍ଧି ଅଧିକ ଲୋକପ୍ରିୟ ହୋଇଯାଇଥିଲେ।  ବିଶେଷ କରି ତାଙ୍କ ବ୍ୟବହାର ବିରୋଧୀଙ୍କୁ  ବେଶ ପସନ୍ଦ ଆସିଥିଲା। କିନ୍ତୁ ନେହରୁଙ୍କ ଘରକୁ ଫିରୋଜ୍‌ଙ୍କ ଯିବା ଆସିବା ଲାଗି ରହୁଥିଲା।

ବର୍ଟିଲ ଲେଖିଛନ୍ତି ଯେ, ପତ୍ନୀ ଇନ୍ଦିରା ‘ତାନାଶାହି’ ପ୍ରବୃତ୍ତିର ଥିଲେ ବୋଲି ଫିରୋଜ ଗାନ୍ଧି ଚିହ୍ନି ପାରିଥିଲେ। ଆଉ ଏଭଳି ଶବ୍ଦ ପ୍ରୟୋଗ କରିବା ପାଇଁ ଫିରୋଜ୍‌ କେବେ ଭୟ କରୁ ନଥିଲେ। ତେବେ ୧୯୫୯ ମସିହାରେ କେରଳରେ ନିର୍ବାଚିତ ହୋଇଥିବା ସରକାରଙ୍କୁ ହଟାଇ ସେଠାରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ଇନ୍ଦିରା ଚାହୁଁଥିଲେ। ସେହି ସମୟରେ ଇନ୍ଦିରା କଂଗ୍ରେସ୍‌ର ଅଧ୍ୟକ୍ଷ ଥିଲେ। କେନ୍ଦ୍ରରେ କଂଗ୍ରେସ ସରକାର ବି ଥିଲା। ତେବେ ଗୋଟିଏ ଦିନ ସକାଳେ  ଉଭୟ ଇନ୍ଦିରା ଓ ଫିରୋଜ୍‌ ବ୍ରେକ୍‌ଫାଷ୍ଟ କରୁଥିଲେ।

ଏହି ସମୟରେ ପୂର୍ବ ପୁଞ୍ଜିଭୂତ ରାଗକୁ ହଠାତ୍‌ ଓଗାଳିଥିଲେ ଫିରୋଜ। ଆଉ ଇନ୍ଦିରାଙ୍କୁ ‘ଫାଶୀବାଦୀ’ କହିଥିଲେ। ଏହି ସମୟରେ ସେଠାରେ ଇନ୍ଦିରାଙ୍କ ପିତା ଜବାହର୍‌ଲାଲ ନେହରୁ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ବର୍ଟିଲ ତାଙ୍କ ବହିରେ ଲେଖିଛନ୍ତି ଯେ, ଇନ୍ଦିରାଙ୍କ  ବ୍ୟବହାରକୁ ନେଇ ତାଙ୍କୁ ଯେଉଁ ଶବ୍ଦରେ ଫିରୋଜ ଆକ୍ଷେପ କରିଥିଲେ ତାହା ପରବର୍ତ୍ତୀ ସମୟରେ କିଛିଟା ସତ୍ୟତାରେ ପରିଣତ ହୋଇଥିଲା।

୧୯୬୦ରେ ଫିରୋଜଙ୍କ ମୃତ୍ୟୁର ୧୫ ବର୍ଷ ପରେ ଦେଶରେ ଜରୁରୀକାଳିନ ପରିସ୍ଥିତି ଲାଗୁ ହୋଇଥିଲା। ଏହାକୁ ବିରୋଧ କରି ଆନ୍ଦୋଳନ କରିଥିବା ନେତାଙ୍କୁ ସରକାର ଜୋର୍‌ଜବରଦସ୍ତ ଗିରଫ କରି ଜେଲ ପଠାଇଥିଲେ। ନାଗରିକଙ୍କ ଅଧିକାରକୁ ଛଡ଼େଇ ନିଆଯାଇଥିଲା।

ସୌଜନ୍ୟ: ଏନ୍‌ଡିଟିଭି



from Odisha Reporter https://ift.tt/2N7jBzS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages