ବସିବ ଭାରତ-ପାକ ବୈଦେଶିକ ମନ୍ତ୍ରୀଙ୍କ ବୈଠକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, September 20, 2018

ବସିବ ଭାରତ-ପାକ ବୈଦେଶିକ ମନ୍ତ୍ରୀଙ୍କ ବୈଠକ

ଇସ୍‌ଲାମାବାଦ୍‌: ଗୋଟିଏ ପଟେ ଆତଙ୍କବାଦୀଙ୍କୁ ସମସ୍ତ ପ୍ରକାରର ପ୍ରୋତ୍ସାହନ ଯୋଗାଉଥିବା ପାକିସ୍ତାନ ଅନ୍ୟପଟେ ଭାରତ ସହ ଆତଙ୍କବାଦ ପ୍ରସଙ୍ଗରେ ଆଲୋଚନା କରିବାକୁ ଆଗ୍ରହ ପ୍ରକାଶ କରିଛି।

ଆତଙ୍କବାଦ ଓ ଆଲୋଚନା ଏକସଙ୍ଗରେ ସମ୍ଭବ ନୁହେଁ ବୋଲି ବାରମ୍ବାର ଭାରତ କହି ଆସୁଥିଲେ ହେଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ତାଙ୍କ ଭାରତ ପ୍ରତିପକ୍ଷ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଆତଙ୍କବାଦ ପ୍ରସଙ୍ଗରେ ଆଲୋଚନା କରିବାକୁ ନିମନ୍ତ୍ରଣ କରିଛନ୍ତି।

ଏହି ଚିଠି ପରେ ଭାରତ ଆଭିମୁଖ୍ୟରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ପାକିସ୍ତାନ ସହ ଏବେ କୌଣସି ପ୍ରକାରର ଦ୍ୱିପାକ୍ଷିକ ଆଲୋଚନା କରାଯିବ ନାହିଁ। କିନ୍ତୁ ଆସନ୍ତା ମାସରେ ନ୍ୟୁୱର୍କରେ ହେବାକୁ ଥିବା ଜାତିସଂଘ ବୈଠକର ସାଇଡ୍‌ ଲାଇନ୍‌ରେ ଭାରତ ଓ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ପରସ୍ପର ସହ ଆଲୋଚନା କରିବେ।

ତେବେ ଏହା ଦ୍ୱିପାକ୍ଷିକ ଆଲୋଚନା ନୁହେଁ ବରଂ କେବଳ ଏକ ବୈଠକ ବୋଲି ଆଜି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବୀଶ କୁମାର କହିଛନ୍ତି।

ସେ କହିଛନ୍ତି, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଆଲୋଚନା ପାଇଁ ନିବେଦନ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଓ ତାଙ୍କ ପାକ୍‌ ପ୍ରତିପକ୍ଷ ଶାହା ମହମ୍ମଦ କ୍ୟୁରେଶୀ ବୈଠକ କରିବେ ବୋଲି ନିଷ୍ପତ୍ତି ହୋଇଛି।

ଆମେ କେବଳ ବୈଠକ ପାଇଁ ରାଜି ହୋଇଛୁ। କିନ୍ତୁ ଏଥିରେ ଏଜେଣ୍ଡା କ’ଣ ରହିବ, ସେକଥା ସ୍ପଷ୍ଟ ହୋଇନାହିଁ। ସେହିଭଳି ଜାତିସଂଘରେ ଅବସ୍ଥାପିତ ଦୁଇ ଦେଶର ସ୍ଥାୟୀ ସଦସ୍ୟ ହିଁ କେବେ ବୈଠକ ହେବ, ତା’ର ତାରିଖ ସ୍ଥିର କରିବେ ବୋଲି ସେ କହିଛନ୍ତି।

ପାକିସ୍ତାନ ସହ ଭାରତର ଶାନ୍ତି ପ୍ରତିଷ୍ଠା ଆଲୋଚନା ୨୦୧୫ରୁ ବନ୍ଦ ରହିଛି। ପାକିସ୍ତାନ ବାରମ୍ବାର ଆତଙ୍କବାଦୀଙ୍କୁ ଢାଲ କରି ଭାରତକୁ କ୍ଷତି ପହଞ୍ଚାଇବାକୁ ଚାହୁଁଥିବାରୁ ନୂଆଦିଲ୍ଲୀ ପକ୍ଷରୁ ଇସ୍‌ଲାମାବାଦ ସହ କୌଣସି ପ୍ରକାରର ଦ୍ୱିପାକ୍ଷିକ ଆଲୋଚନା କରାଯାଉ ନାହିଁ।

ପୂର୍ବରୁ ଇମ୍ରାନ୍‌ ଲେଖିଥିବା ଚିଠିରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ “ମୋଦି ସାହେବ” ବୋଲି ସମ୍ବୋଧନ କରି ଦୁଇ ଦେଶର ବୈଦେଶିକ ମନ୍ତ୍ରୀ ଆଲୋଚନା ପାଇଁ ଆଗେଇ ଆସିବା ଦରକାର ବୋଲି ପ୍ରସ୍ତାବ ଦେଇଥିଲେ। ଏଥିସହ ପାକିସ୍ତାନ ଭାରତ ସହ ସମସ୍ତ ପ୍ରକାରର ଆଲୋଚନା କରିବାକୁ ରାଜି ଅଛି ବୋଲି ଇମ୍ରାନ୍‌ ଚିଠିରେ ଉଲ୍ଲେଖ କରିଛନ୍ତି।

ଇମ୍ରାନ୍‌ କହିଛନ୍ତି, ଦୁଇ ଦେଶ ଆଲୋଚନା ଦ୍ୱାରା ହିଁ ପରସ୍ପର ମଧ୍ୟରେ ଥିବା ଦ୍ୱନ୍ଦ୍ୱକୁ ଦୂର ହୋଇପାରିବ। ପାକିସ୍ତାନ ଆତଙ୍କବାଦ ପ୍ରସଙ୍ଗରେ ଭାରତ ସହ ଆଲୋଚନା କରିବାକୁ ରାଜି ଅଛି ବୋଲି ସେ କହିଛନ୍ତି।

ମଙ୍ଗଳବାର ପାକିସ୍ତାନ ସେନା ଜଣେ ଭାରତୀୟ ଯବାନଙ୍କୁ ଅତି ବର୍ବରୋଚିତ ଭାବେ ଗଳା କାଟି ହତ୍ୟା କରିଥିବା ବେଳେ ଇମ୍ରାନ୍‌ଙ୍କ ଏଭଳି ଭାରତ ସହ ଆଲୋଚନା କରିବାକୁ ଚିଠି ଲେଖିବା ସାଧାରଣରେ ଭ୍ରୁକୁଞ୍ଚନ ସୃଷ୍ଟି କରିଛି।



from Odisha Reporter https://ift.tt/2NWadi8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages