
ବଲାଙ୍ଗିର (ସସ୍ମିତା ସାହୁ): ପଶ୍ଚିମ ଓଡ଼ିଶାର ଗଣପର୍ବ ହେଉଛି ନୂଆଁଖାଇ। ଏଥିପାଇଁ ଶୁଭେଚ୍ଛା ହୋର୍ଡିଂ ଓ ପୋଷ୍ଟରରେ ଛାଇ ହୋଇଯାଇଛି ରାସ୍ତାଘାଟ। ଏବେ ମଧ୍ୟ କେତେକ ଜାଗାରେ ଚାଲିଛି ନୂଆଁଖାଇ ଭେଟ୍ଘାଟ୍ କାର୍ଯ୍ୟକ୍ରମ।
କିନ୍ତୁ ନୂଆଁଖାଇ ସରିବା ପରେ ପରେ ବଦଳିଯାଉଛି ଗାଁର ଦୃଶ୍ୟପଟ୍ଟ। ଆଉ ନାହିଁ ସେମାନଙ୍କ ମୁହଁରେ ହସ ଆଉ ଖୁସି। କାରଣ ସର୍ଦ୍ଦାରଠାରୁ ଡାକରା ମିଳିଲାଣି। ଯେ କୌଣସି ସମୟରେ ଘର ଓ ପରିବାର ଛାଡ଼ିବାକୁ ପଡ଼ିବ। ଏଥିପାଇଁ ବ୍ୟାଗପତ୍ର ବନ୍ଧାବନ୍ଧି କାମରେ ଲାଗିଛନ୍ତି ପରିବାର ଲୋକେ।
ଆଜି ଏମିତିକା ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବାଲିପଟା ପଞ୍ଚାୟତର ଚୁଲାଦର୍ହ ଗାଁରେ।
ଏହି ଗାଁରେ ଘରେଘରେ ଚାଲିଛି ପ୍ୟାକିଂ। କିନ୍ତୁ ବନ୍ଧୁବାନ୍ଧବ କି ସମ୍ପର୍କୀୟଙ୍କ ଘରକୁ ଯିବା ପାଇଁ ନୁହେଁ। ଏହା ଜୀବନ ଜୀବିକା ପାଇଁ ବାହାର ରାଜ୍ୟକୁ ଦାଦନ ଯିବାର ପ୍ରସ୍ତୁତି। କାରଣ ନୂଆଁଖାଇ ପୂର୍ବରୁ ସର୍ଦ୍ଦାର ପାଖରୁ ବଇନା ନେଇ ବନ୍ଧା ପଡିଛନ୍ତି ଏହି ଶ୍ରମିକମାନେ।
ଆଇନ୍ କାନୁନକୁ ଫୁ କରି ଗଣପର୍ବ ନୂଆଖାଇର ସୁଯୋଗ ନେଇ ଗାଁ ଗାଁରେ ବଇନା ଦେଇ ଦାଦନଙ୍କ ମୁଣ୍ଡ ବନ୍ଧକ ରଖନ୍ତି ସର୍ଦ୍ଦାର। ଆଉ ଠିକ ନୂଆଁଖାଇ ସରିବା ପରେ ପାର୍ବଣର ଠିକ ପୂର୍ବରୁ ସର୍ଦ୍ଦାର ନାଲି ଆଖି ଦେଖାଇ ଆରମ୍ଭ କରନ୍ତି ମଣିଷ ଚାଲାଣ।
ଏବେ ଗାଁ ଗାଁରେ ଆରମ୍ଭ ହୋଇଗଲାଣି ଦାଦନ ଋତୁ। ଖୁବ ଜମୁଛି ମଣିଷ ବେପାର।
ତେଣୁ ପେଟକୁ ଦାନା ପାଇଁ ଦାଦନ ହେଉଥିବା ଶ୍ରମିକମାନଙ୍କ ଦରଦୀ କଥାକୁ ଶୁଣିବା ପରେ, ଆମେ ଫେରିଥିଲୁ ସଦର ମହକୁମାରେ ବସିଥିବା ବିଭାଗୀୟ ବାବୁମାନଙ୍କ ପାଖକୁ। ହେଲେ ସେପଟେ ଗାଁ ଗାଁରେ ବେଆଇନ ଦାଦନ ଋତୁ ଆରମ୍ଭ ହୋଇଯାଥିବା ବେଳେ, ଏଠି କିନ୍ତୁ ବାବୁମାନଙ୍କ ମୁହଁ ଟାଣ ଦେଖାଉଛନ୍ତି।
ଶ୍ରମ ଅଧିକାରୀ କହିଛନ୍ତି-“ଗତବର୍ଷ ପରି ଚଳିତବର୍ଷ ମଧ୍ୟ ଗାଁ ଲୋକଙ୍କୁ ସଚେତନ କରାଯିବ। ଏଥିରେ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗଦେବେ। ଯଦି ବିନା ଲାଇସେନ୍ସରେ ଶ୍ରମିକ ଚାଲାଣ ଯେଉଥିବ, ସେହି ଅଞ୍ଚଳରେ ରେଡ୍ କରାଯିବ।”
from Odisha Reporter https://ift.tt/2QQYrnQ
No comments:
Post a Comment