ଗର୍ଭବତୀଙ୍କ ପରି ମହାପ୍ରଭୁଙ୍କ ପାଖରେ ବି ପରଷାଯାଏ ଭୋଗ, ନାଁ ତା’ର ‘ଜେଉଟ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, September 1, 2018

ଗର୍ଭବତୀଙ୍କ ପରି ମହାପ୍ରଭୁଙ୍କ ପାଖରେ ବି ପରଷାଯାଏ ଭୋଗ, ନାଁ ତା’ର ‘ଜେଉଟ’

ଭୁବନେଶ୍ୱର(ଓଡ଼ଶା ରିପୋର୍ଟର୍‌): ରହସ୍ୟମୟ ଠାକୁର ଶ୍ରୀଜଗନ୍ନାଥ। କିଏ ତାଙ୍କୁ କୃଷ୍ଣ କୁହେ ତ କିଏ  ରାମ। କିଏ କୁହେ ପରମବିଷ୍ଣୁ ତ ପୁଣି ଆଉକିଏ ତାଙ୍କୁ ତନ୍ତ୍ରାରାଧ୍ୟା ମହାକାଳୀ ଭାବେ ପୂଜା କରେ। ସବୁ ନାଁ, ସବୁ ସ୍ୱରୂପରେ ସେ ପରଂବ୍ରହ୍ମ ସତ୍ତା ନେଇ ପୂଜିତ ହୁଅନ୍ତି।

ଆଜି ଜନ୍ମାଷ୍ଟମୀ। ଶ୍ରୀମନ୍ଦିରରେ ପୂଜା ପାଉଥିବା କୃଷ୍ଣରୂପୀ ଜଗନ୍ନାଥ କିନ୍ତୁ ଏହି ଜନ୍ମାଷ୍ଟମୀ ଅବସରରେ ମା’ ଦେବକୀଙ୍କ ସତ୍ତା ନେଇ ପୂଜା ହୁଅନ୍ତି। କହିଲେ ଦେଖି, ସତରେ କେଡ଼େ ବୈଚିତ୍ର୍ୟମୟ କଥା ଇଏ।

ଏ କଥା ପଢ଼ି, କଳାଠାକୁରଙ୍କ ଏ ମହନୀୟ ପରମ୍ପରା ସମ୍ପର୍କରେ ଆପଣଙ୍କର ବି ଜାଣିବାକୁ ଇଚ୍ଛା ହେଉଥିବ। ଶ୍ରୀମଦ୍‌ ଭାଗବତ୍‌ ଗୀତା ଅନୁସାରେ, ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ସର୍ବସତ୍ତାର ଆଧାର । ଏହି ମତରେ ସେ କୃଷ୍ଣ ଆଉ ଏହି ମତରେ ସେ ହିଁ ଦେବକୀ।

ପୋଖତି ବା ଗର୍ଭଧାରିଣୀ ମହିଳାଙ୍କ ପାଟିକୁ ପ୍ରସବ ଯନ୍ତ୍ରଣାବେଳେ ସବୁ କିଛି ଅରୁଚି ଲାଗେ। ଏଣୁ ପିତା, ଖଟା, ମିଠା, ଏସମସ୍ତ ସ୍ୱାଦର ମିଶ୍ରଣରେ ଏକ ନିଆରା ଖାଦ୍ୟ ତାଙ୍କୁ ପରଷା ଯାଇଥାଏ। ଆୟୁର୍ବେଦରେ ଏହାକୁ ଉପଚାର ବୋଲି ମଧ୍ୟ କେହି କେହି ଗବେଷକ କୁହନ୍ତି। ଏହି ନ୍ୟାୟରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାଖରେ ଜେଉଟ ଭୋଗ ଲାଗି ହେବା ପରେ ଯାଇ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ସମ୍ପନ୍ନ ହୋଇଥାଏ।

ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀରେ ମହାପ୍ରଭୁଙ୍କ ବାଡ଼ରେ ଏକ ସ୍ୱତନ୍ତ୍ର ବନ୍ଦାପନା ହୋଇଥାଏ। ଯାହାର ନାଁ ହେଉଛି ଗର୍ଭୋଦକ ବନ୍ଦାପନା। ଶ୍ରୀଜଗନ୍ନାଥ ସଂସ୍କୃତି ଅନୁଯାୟୀ, ମହାପ୍ରଭୁ ପରଂବ୍ରହ୍ମ ହୋଇଥିବାରୁ ଜନ୍ମାଷ୍ଟମୀ ପୂର୍ବଦିନ ସେ ହିଁ ଦେବକୀ ଭାବେ ଗର୍ଭକଷ୍ଟ ଭୋଗୁଥିବା ଅନୁମାନ କରାଯାଇ ଏହି ବନ୍ଦାପନା କରାଯାଇଥାଏ। ଖାଲି ବନ୍ଦାପନା ନୁହେଁ, ଏହି ସମୟରେ ମହାପ୍ରଭୁଙ୍କ ବାଡ଼ରେ ଜେଉଟ ବା ଜେଉଡ଼ ଭୋଗ ଲାଗି ହୋଇଥାଏ। ଯାହା ଭିନ୍ନ ଭିନ୍ନ ସ୍ୱାଦଯୁକ୍ତ ଓ ପାରମ୍ପରିକ ଖାଦ୍ୟର ସମାହାରରେ ପ୍ରସ୍ତୁତ ହୁଏ।

ପାରମ୍ପରିକ ଭାଷାରେ କହିଲେ, ପୋଖତି ବା ଗର୍ଭଧାରିଣୀ ମହିଳାଙ୍କ ପାଟିକୁ ପ୍ରସବ ଯନ୍ତ୍ରଣାବେଳେ ସବୁ କିଛି ଅରୁଚି ଲାଗେ। ଏଣୁ ପିତା, ଖଟା, ମିଠା, ଏସମସ୍ତ ସ୍ୱାଦର ମିଶ୍ରଣରେ ଏକ ନିଆରା ଖାଦ୍ୟ ତାଙ୍କୁ ପରଷା ଯାଇଥାଏ। ଆୟୁର୍ବେଦରେ ଏହାକୁ ଉପଚାର ବୋଲି ମଧ୍ୟ କେହି କେହି ଗବେଷକ କୁହନ୍ତି।

ଏହି ନ୍ୟାୟରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପାଖରେ ଜେଉଟ ଭୋଗ ଲାଗି ହେବା ପରେ ଯାଇ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ସମ୍ପନ୍ନ ହୋଇଥାଏ।

କ’ଣ ହୁଏ ନୀତି: ଜନ୍ମାଷ୍ଟମୀ ଦିନ ସନ୍ଧ୍ୟାଧୂପ ପରେ ଜନ୍ମାଷ୍ଟମୀ ନୀତି ଆରମ୍ଭ ହୁଏ। ଯେହେତୁ କୃଷ୍ଣ ନିଶାର୍ଦ୍ଧରେ ଜନ୍ମ ହୋଇଥିଲେ ,ତେଣୁ ଏହି ପୂଜା ରାତିରେ ହୁଏ। ରୂପାରେ ନିର୍ମିତ ପଦ୍ମ ପାଖୁଡା ଉପରେ ସୁବର୍ଣ୍ଣ କୃଷ୍ଣ ପ୍ରତିମାଙ୍କୁ ରଖି ଜନ୍ମନୀତି ପାଳନ ହୁଏ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀଭୁଜରୁ ଆଜ୍ଞାମାଳ ଆସିବା ପରେ ମଦନ ମୋହନଙ୍କ ଉପସ୍ଥିତିରେ ଦୁଇ ମହାଜନ ସେବକ ଦେବକୀ ଓ ବସୁଦେବ ହୋଇ ଜନ୍ମନୀତି ସମ୍ପନ୍ନ କରିଥାନ୍ତି। ଜନ୍ମନୀତି ସମ୍ପନ୍ନ ହେବା ପରେ ମହାପ୍ରଭୁଙ୍କ ପାଖରେ କ୍ଷୀର ଓ ଗାଣ୍ଡୁଷ ମସଲା ଭୋଗ ଲାଗି ହୋଇଥାଏ। ଏହାପରେ ଶ୍ରୀମନ୍ଦିର ପରିସରରେ ଥିବା ନାଭିକଟା ମଣ୍ଡପରେ ମହାପ୍ରଭୁଙ୍କ ନାଭିଛେଦନ ଉତ୍ସବ ସମ୍ପନ୍ନ ହୋଇଥାଏ।



from Odisha Reporter https://ift.tt/2LPxX22

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages